​​​​​​​ଭୁବନେଶ୍ବର, ୭।୭ :  ବ୍ୟାନର କାଢିବାକୁ ନେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ କେନ୍ଦ୍ର କରି କିଛି ଅଣଛାତ୍ର କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରି କୁଳପତିଙ୍କ ଅଫିସ ଆଗରେ ଗଣ୍ଡଗୋଳ କରିଥିଲେ। ଏହି ଘଟଣାରେ ୧୨ ଅଣଛାତ୍ରଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟନୁଷ୍ଠାନ  ବୋଲି କୁଳପତି ଜ୍ୟୋସ୍ନା କେ. ବି. ରାଉତ କହିଛନ୍ତି ।

କୁଳପତିଙ୍କ କହିବା ଅନୁଯାୟୀ ଆଜି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ  ବିବାଦ ହୋଇଥିଲା।  ଆମେ ସମାଧାନ କରିଥିଲୁ । ଏହା ପରେ  କୁଳପତି ଭାବେ ଜଣେ ମୋତେ ଦେଖା କରିବାକୁ ଅନୁମତି ମାଗିଥିଲେ, ହେଲେ ଏକକାଳୀନ ଭାବେ ୧୨ ଜଣ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରିଥିଲେ । ଏହାସହ କୁଳପତିଙ୍କ ଅଫିସ ଆଗରେ ଗଣ୍ଡଗୋଳ କରିବା ସହ ଅସଭ୍ୟ ଭାଷାର ବ୍ୟବହାର କରିଥିଲେ । ଏହାକୁ କୁଳପତି ଭାବେ ବାରଣ କରିବା ପରେ ମଧ୍ୟ ସେମାନେ ଏହାକୁ ମାନିନଥିଲେ । କିଛି ସମୟ ପାଇଁ ବିଶ୍ୱବିଦ୍ୟାଳୟରେ ଅଶାନ୍ତ ପରିବେଶ ସୃଷ୍ଟି କରିଥିଲା । ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । ବର୍ତ୍ତମାନ ଏହି ଘଟଣାକୁ ନେଇ ଅନ୍ତରୀଣ ସ୍ତରରେ ବୈଠକ ହୋଇଛି । ଏହାକୁ ନେଇ ପୋଲିସକୁ ଲିଖିତ ଅଭିଯୋଗ କରାଯିବ ବୋଲି କହିଛନ୍ତି କୁଳପତି ଜୋସ୍ନା କେ ବି ରାଉତ ।

 ସୂଚନାଯୋଗ୍ୟ ଯେ ବିଶ୍ୱବିଦ୍ୟାଳୟ ବାହାରେ ଗୋଟିଏ ନିର୍ଦ୍ଧିଷ୍ଟ ଛାତ୍ର ସଂଗଠନ ଅନ୍ୟ ଏକ ଛାତ୍ର ସଂଗଠନକୁ ନିଜର ପୋଷ୍ଟର ହଟାଇବା ପାଇଁ ବାଧ୍ୟ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଉତେଜନା ଦେଖିବାକୁ ମିଳିଥିଲା । ଏହାକୁ କେନ୍ଦ୍ର କରି କିଛି ଅଣଛାତ୍ର କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରି କିଛି ଛାତ୍ରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାସହ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଫିସ ଆଗରେ ତୁମୁଳ କାଣ୍ଡ କରି ଥିବା ଅଭିଯୋଗ ହୋଇଛି।

ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ଥର୍, ୨ ବାଇକ୍ ଆରୋହୀ ମୃତ