ମୁମ୍ବାଇ,୦୪/୦୩: ସୁଟିଂ ସମୟରେ ଆହତ ହେଲେ ସାଉଥର ଜଣାଶୁଣା ଅଭିନେତା କାର୍ତ୍ତି। ଘଟଣା ପରେ ଅଭିନେତାଙ୍କୁ ଡ଼ାକ୍ତରଖାନା ଯିବାକୁ ପଡ଼ିଛି । ମହୀଶୂରରେ ଫିଲ୍ମର କିଛି ସିନ ସୁଟିଂ ଚାଲିଥିବା ବେଳେ ଦୁର୍ଘଟଣାରେ ଅଭିନେତା ଆହତ ହୋଇଥିବା ଯୋଗୁଁ ବର୍ତ୍ତମାନ ସୁଟିଂ ବନ୍ଦ ଅଛି।
ଏହା ମଧ୍ୟ ପଢନ୍ତୁ- କୁକୁର ପାଇଁ ତୁଟିଲା ସମ୍ପର୍କ; ପତ୍ନୀଙ୍କୁ ଛାଡପତ୍ର ଦେଲେ ଏହି ଅଭିନେତା
ମିଡ଼ିଆ ରିପୋର୍ଟ ମୁତାବକ, କାର୍ତ୍ତି ସୁଟିଂ ସମୟରେ ଆହତ ହୋଇଛନ୍ତି । ଏଥିରେ ଅଭିନେତାଙ୍କ ଗୋଡ଼ର ଆଘାତ ଲାଗିଛି । ଏନେଇ ଡ଼ାକ୍ତର ତାଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ କହିଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ କିଛିଦିନ ପର୍ଯ୍ୟନ୍ତ ଫିଲ୍ମ ସୁଟିଂ ବନ୍ଦ ରହିବ । ଏଥିପାଇଁ ଫିଲ୍ମର ପ୍ରଯୋଜକ ଓ ଅଭିନେତା ଚେନ୍ନାଇ ଫେରି ଆସିଛନ୍ତି । କୁହାଯାଉଛି ଯେ, ଅଭିନେତା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପୁଣି ସୁଟିଂ ଆରମ୍ଭ ହେବ ।

ପ୍ରକାଶ ଥାଉକି, କାର୍ତ୍ତିଙ୍କ ଫିଲ୍ମର ୮୦% ଶେଷ ହୋଇଛି । ଟିମ୍ ନିକଟରେ ଚେନ୍ନାଇର ଫିଲ୍ମର କ୍ଲାଇମାକ୍ସ ସୁଟ୍ କରିଥିଲେ । ବର୍ତ୍ତମାନ ସମସ୍ତଙ୍କର ଅପେକ୍ଷା କିର୍ତ୍ତୀ ଠିକ୍ ହୋଇ ପୁଣିଥରେ ସେଟ୍କୁ ଫେରିବେ । ତେବେ ଫିଲ୍ମରେ କାର୍ତ୍ତି ଡ଼ବଲ ରୋଲରେ ନଜର ଆସିବାକୁ ଯାଉଛନ୍ତି । ପୂର୍ବରୁ ଆଶା ଥିଲା ଯେ, ଫିଲ୍ମର ସୁଟିଂ ଖୁବଶୀଘ୍ର ଶେଷ ହେବ । କିନ୍ତୁ ବର୍ତ୍ତମାନ ଫିଲ୍ମର ସୁଟିଂ ସ୍ଥଗିତ ରହିଛି ।