ମୁମ୍ୱାଇ : ବଲିଉଡରେ ଅନେକ ଏମିତି ଷ୍ଟାର ଅଛନ୍ତି , ଯେଉଁମାନେ ନିଜର କ୍ୟାରିୟରରେ ବହୁତ ସଫଳତା ଦେଖିଛନ୍ତି , କିନ୍ତୁ ସମୟ ସହ ସେହି ଅଭିନେତା ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି। ଏମିତି ଜଣେ ଅଭିନେତା , ଯିଏ ତାଙ୍କ କ୍ୟାରିୟରରେ ବହୁତ ସଫଳତା ପାଇଛନ୍ତି , କିନ୍ତୁ ଏହି ଅଭିନେତାଙ୍କ ଷ୍ଟାରଡମ୍ ଆଜି ଗାଏବ ହୋଇ ଯାଇଛି। ଆମେ ଯେଉଁ ଅଭିନେତାଙ୍କ କଥା କହୁଛୁ ସେ ତାଙ୍କ ସମୟରେ ଗୋଟିଏ ଦିନରେ ୪୭ଟି ଫିଲ୍ମ ସାଇନ୍ କରି ଥିଲେ।

ସେହି ଅଭିନେତାଙ୍କ ଜଣଙ୍କ ଆଶିକୀ ବୟ ଭାବେ ଜଣାଶୁଣା। ନାଁ ରାହୁଲ ରାୟ। ସେ ନିକଟରେ ଲାଫ୍ଟର ଶେଫସର ଏକ ଏପିସୋଡରେ ନଜର ଆସିଥିଲେ। ଏହି ଏପିସୋଡ ବେଳେ କରଣ କୁନ୍ଦ୍ରା ରାହୁଲ ରାୟଙ୍କୁ ପଚାରି ଥିଲେ ଯେ, ଏହି କଥା କଣ ସତ ଯେ, ସେ ଗୋଟିଏ ଦିନରେ ୧୫୦ଟି ଫିଲ୍ମ ସାଇନ କରିଥିଲେ ? ରାହୁଲ ରାୟ ମନା କରିଥିଲେ। ସେ କହିଥିଲେ ୧୫୦ ନୁହେଁ , ୪୭ଟି ଫିଲ୍ମରେ ସାଇନ କରି ଥିଲେ। କରଣ କୁନ୍ଦ୍ରା ଓ ଅନ୍ୟ ପ୍ରତିଯୋଗୀ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ, ରାହୁଲ ରାୟ ୧ ଦିନରେ ୪୭ଟି ଫିଲ୍ମ ସାଇନ କରି ଥିଲେ।

ରାହୁଲ ରାୟଙ୍କୁ ଆଶିକୀ ବୟର ନାଁ ଏଥିପାଇଁ ମିଳିଥିଲା , କାରଣ ସେ ଏକ ଏମିତି ନାମରେ ଫିଲ୍ମ କରିଥିଲେ। ଏହା ରାହୁଲ ରାୟଙ୍କ ପ୍ରଥମ ଫିଲ୍ମ ଥିଲା। ଏହି ଫିଲ୍ମକୁ ଏତେ ପସନ୍ଦ କରାଯାଇ ଥିଲା ଯେ, ରାହୁଲ ରାୟଙ୍କୁ ଆଶିକୀ ବୟର ନାଁରୁ ଲୋକେ ଜାଣି ପାରୁ ଥିଲେ।

ଫିଲ୍ମ ‘ଆଶିକୀ ’ ବଲିଉଡର ବହୁତ ବଡ଼ ହିଟ୍ ସାବ୍ୟସ୍ତ ହୋଇ ଥିଲା। ଏହି ଫିଲ୍ମରେ ରାହୁଲ ରାୟଙ୍କ ସହ ଅଭିନେତ୍ରୀ ଅନୁ ଅଗ୍ରୱାଲ ନଜର ଆସିଥିଲେ। ରାହୁଲ ରାୟ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ତାଙ୍କର ‘ଆଶିକୀ’ ହଲରେ ପ୍ରାୟ ୬ ମାସ ଯାଏ ହାଉସଫୁଲ ରହିଥିଲା। ଫିଲ୍ମ ‘ଆଶିକୀ’ ରାହୁଲ ରାୟଙ୍କୁ ରାତାରାତି ଷ୍ଟାର କରି ଦେଇ ଥିଲା। ତାଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଅନେକ ଫିଲ୍ମର ଅଫର ଆସିବାକୁ ଲାଗିଲା। ସେ ୪୭ଟି ଫିଲ୍ମ ସାଇନ କରିଥିଲେ। ହେଲେ ରାହୁଲ ଏକ ପୁରୁଣା ଇଣ୍ଟରଭ୍ୟୁରେ କହିଥିଲେ ଯେ, ତାଙ୍କ ପାଖରେ ଏତେ ସବୁ ଫିଲ୍ମର ଟାଇମ୍ ନଥିଲା, ଯେଉଁଥି ପାଇଁ ତାଙ୍କୁ ପ୍ରାୟ ୨୧ ଜଣ ପ୍ରଡ୍ୟୁସରଙ୍କ ଟଙ୍କା ଫେରେଇବାକୁ ପଡ଼ି ଥିଲା।

ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବେ,ରାହୁଲ ରାୟ ଏକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସହ ରିଲ୍ସ କରିବାକୁ ନେଇ ଟ୍ରୋଲ ହୋଇ ଥିଲେ। କିଛି ଜଣ ତାଙ୍କର ରିଲ୍ସକୁ ତାଙ୍କ ଜୀବନର ସବୁଠୁ ବଡ଼ ଡାଉନଫଲ କହିଥିବା ବେଳେ ଆଉ କିଛି ଲୋକ କହିଥିଲେ , ଏମିତି କଣ ଆବଶ୍ୟକତା ଥିଲା ଯେ, ତାଙ୍କୁ ରିଲ୍ସ କରିବାକୁ ପଡ଼ିଲା। ଟ୍ରୋଲିଂର ଜବାବରେ ରାହୁଲ ରାୟ କହିଥିଲେ ସେ ନିଜର କାମ ସଚ୍ଚୋଟତାର ସହ କରୁଛନ୍ତି। ସେ କହିଥିଲେ ,ଯଦି ଆପଣଙ୍କର ମୋ ପାଇଁ ଏତେ ଚିନ୍ତା ,ମୋତେ ଭଲ କାମ ଦେବାରେ ସାହାଯ୍ୟ କରନ୍ତୁ। ସେ ପୁଣି କହିଥିଲେ ଯେ, ସେ ପରିଶ୍ରମ କରି ଆୟ କରୁଛନ୍ତି, ଲୋକଙ୍କର ଥଟ୍ଟା ପରିହାସ କରି ନୁହେଁ।

ଆହୁରି ମଧ୍ୟ ପଢନ୍ତୁ : ​KALA HIRAN : ‘ କାଲା ହିରଣ ’ର ପ୍ରଡ୍ୟୁସର ସଲମାନ ଖାନଙ୍କ ବନ୍ଧୁଙ୍କୁ ଫସାଇଲେ ! ମିଛ କହି ସୁଟ୍‌ କରାଇଲେ ଫିଲ୍ମ