ମୁମ୍ୱାଇ,୩୦/୦୧: ଆଜି ଥିଏଟରକୁ ଆସୁଛି ଅଦିତି ରାଓ ହୈଦରୀଙ୍କ ଫିଲ୍ମ ‘ଗାନ୍ଧୀ ଟକ୍ସ’। ଏହା ଏକ ନିରବ ଫିଲ୍ମ । ଭାଷା ବଦଳରେ ଭାବ ଉପରେ ଫୋକସ୍‌ କରିଛି । ଅଦିତିଙ୍କ ପାଇଁ ଏହା ଚାଲେଞ୍ଜିଂ ନୁହେଁ, ବରଂ ତାଙ୍କ କଳାତ୍ମକ ଯାତ୍ରାର ଅଭିନ୍ନ ଅଂଶ । ସେ ମଣି ରତ୍ନମ୍‌, ସଞ୍ଜୟ ଲୀଲ ଭଂସାଲିଙ୍କ ଭଳି ପ୍ରସିଦ୍ଧ ନିର୍ମାତାଙ୍କ ସହ କାମ କରିଛନ୍ତି । ସେମାନଙ୍କ ଭିନ୍ନ ଶୈଳୀକୁ ଆପଣେଇଛନ୍ତି, କିନ୍ତୁ ନିଜ କଳାକୁ ବଜାୟ ରଖିଛନ୍ତି । ପ୍ରତ୍ୟେକ ଭୂମିକାରେ ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି ।

ଆହୁରି ପଢନ୍ତୁ-ଅରିଜିତଙ୍କ ନିଷ୍ପତ୍ତି ଦେଇଛି ସାହସ , ଶୀଘ୍ର ନେବେ ନିଷ୍ପତ୍ତି : ପାକିସ୍ତାନ ଇଣ୍ଡଷ୍ଟ୍ରୀରେ ମଧ୍ୟ ଚିନ୍ତିତ ସିଙ୍ଗର

‘ଗାନ୍ଧୀ ଟକ୍ସ’ ଉଭୟ ଦୁର୍ବଳତା ଓ ନିରବତାକୁ ସୁନ୍ଦର ଭାବେ ସ୍ଥାନ ଦେଇଛି ବୋଲି ସେ କହିଛନ୍ତି । ଫିଲ୍ମର ଟ୍ରେଲର୍‌ରେ ଅଦିତିଙ୍କୁ ସାଉଥ୍‌ ଷ୍ଟାର ବିଜୟ ସେଥୁପତିଙ୍କ ସହ ଦେଖିବାକୁ ମିଳିଛି । ଫ୍ୟାନ୍‌ ଉଭୟଙ୍କ କେମିଷ୍ଟ୍ରିକୁ ପସନ୍ଦ କରିଛନ୍ତି । ଅଦିତିଙ୍କ ସମେତ ଅନ୍ୟ କଳାକାର ଏହି ନିରବ ଫିଲ୍ମରେ କାମ କରିବାର ସ୍ୱତନ୍ତ୍ର ଅନୁଭବ ଶେୟାର କରିଛନ୍ତି । ବିଜୟ ସେଥୁପତି କହିଛନ୍ତି, ଶବ୍ଦ ବିନା ଭାବ ପ୍ରକାଶ ପାଇଁ ‘ଗାନ୍ଧୀ ଟକ୍ସ’ ମୋତେ ଚାଲେଞ୍ଜ୍‌ ଦେଇଛି । ଏହା ଏକ ବିରଳ ଫିଲ୍ମ ଯେଉଁଥିରେ ନିରବତା ସବୁଠୁ ଶକ୍ତିଶାଳୀ ଡାଏଲଗ୍‌ ହୋଇଛି । ଅରବିନ୍ଦ ସ୍ୱାମୀ କହିଛନ୍ତି, କୋଳାହଳପୂର୍ଣ୍ଣ ବିଶ୍ୱରେ ‘ଗାନ୍ଧୀ ଟକ୍ସ’ ଆମକୁ ମନେପକାଇ ଦିଏ ଯେ ନିରବତା ବିବେକକୁ ମଧ୍ୟ ଦୋହଲାଇ ଦେଇପାରେ । ଏହା ଏଭଳି ଏକ ଫିଲ୍ମ ଯେଉଁଥିରେ ଶବ୍ଦ ମୂଲ୍ୟହୀନ ହୋଇଯାଏ ଏବଂ ନିରବତା ମଧ୍ୟରେ ସତ୍ୟ ସାମ୍ନାକୁ ଆସେ । ଏଆର୍‌ ରହମାନଙ୍କ ଚମତ୍କାର ସଙ୍ଗୀତ ଏହାର ଭାଷା ହୋଇଛି ।