ନୂଆଦିଲ୍ଲୀ,୧୨/୨ : ସଞ୍ଜୁ ସାମସନଙ୍କୁ ୧୧ବର୍ଷ ଅପେକ୍ଷା ପରେ କ୍ୟାରିୟରର ପ୍ରଥମ ଟି-୨୦ ବିଶ୍ବକପ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଲା । ମାତ୍ର ସେ କେବଳ ୮ଟି ବଲ୍ ଖେଳି ଆଉଟ୍ ହୋଇଯାଇଛନ୍ତି । ସଞ୍ଜୁ ୨୦୨୬ ଟି-୨୦ବିଶ୍ବକପରେ ନାମବିୟା ବିପକ୍ଷ ମ୍ୟାଚ୍ ମାଧ୍ୟମରେ ଟି-୨୦ବିଶ୍ବକପରେ ଡେବ୍ୟୁ କରିଛନ୍ତି । ଡେବ୍ୟୁ ମ୍ୟାଚରେ ସଞ୍ଜୁଙ୍କୁ ଭଲ ଆରମ୍ଭ ମିଳିଥିଲା, କିନ୍ତୁ ସେ କ୍ରିଜରେ ଅଧିକ ସମୟ ରହିପାରିଲେନି । ସେ ୮ବଲରେ ୧ ଚାରି ଏବଂ ୩ ଛକ୍କା ସାହାଯ୍ୟରେ ୨୨ରନ୍ କରି ପାଭିଲିୟନ ଫେରିଯାଇଛନ୍ତି ।

ପ୍ରକାଶ ଯେ, ପୂର୍ବ ଥର ତଥା ୨୦୨୪ରେ ଟି-୨୦ ବିଶ୍ବକପରେ ବି ସଞ୍ଜୁ ଟିମ୍ ଇଣ୍ଡିଆର ଭାଗିଦାରୀ ଥିଲେ । କିନ୍ତୁ ସେହି ସିଜନରେ ତାଙ୍କୁ କୌଣସି ବି ମ୍ୟାଚର ପ୍ଲେଇଂ ଇଲେଭେନରେ ମିଳି ପାରିନଥିଲା । ନାମବିୟା ବିପକ୍ଷ ମ୍ୟାଚରେ ସଞ୍ଜୁ ସାମସନଙ୍କୁ ଅଭିଷେକ ଶର୍ମାଙ୍କ ସ୍ଥାନରେ ଚୁଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା । ଅଭିଷେକଙ୍କ ପେଟରେ କିଛି ଅସୁବିଧା କାରଣରୁ ମ୍ୟାଚର ପ୍ଲେଇଂ ୧୧ରେ ସାମିଲ ହୋଇପାରିନଥିଲେ । ସଞ୍ଜୁଙ୍କୁ ସୁଯୋଗ ମିଳିଲା ତ ଫ୍ୟାନ୍ସ ଆଶା ରଖିଥିଲେ କି ସେ ଏହି ସୁଯୋଗର ଭରପୁର୍ ଫାଇଦା ଉଠାଇ ଏକ ବଡ଼ ପାଳି ଖେଳିବେ । କିନ୍ତୁ ଏଭଳି ହୋଇପାରିଲା ନାହିଁ ।

ସଞ୍ଜୁ ୨୦୧୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଡେବ୍ୟୁ ପରେ ଏହା ସଞ୍ଜୁଙ୍କ ପ୍ରଥମ ସୁଯୋଗ ଥିଲା ଯାହାକି ତାଙ୍କୁ ଟି-୨୦ ବିଶ୍ବକପ ମ୍ୟାଚର ଚୁଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି । ୧୧ ବର୍ଷର ଲମ୍ବା ଅପେକ୍ଷା ପରେ ସୁଯୋଗ ମିଳିବା ପରେ ସଞ୍ଜୁ ୧୧ବଲ୍ ବି ଖେଳିପାରିଲେ ନାହିଁ।