ପ୍ରମୂଖ ଖବର
  • ବରଗଡ : ବଜ୍ରପାତରେ ଚାଲିଗଲା୨ ମହିଳାଙ୍କ ଜୀବନ
  • ||
  • ଢେଙ୍କାନାଳ : ମଶାଣିରୁ ଝୁଲନ୍ତା ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ
  • ||
  • ରାଉରକେଲା : ବିସ୍ଫୋରକ ଲୁଟି ସରଣ୍ଡା ଜଙ୍ଗଲକୁ ନେଇଛନ୍ତି ମାଓବାଦୀ, ପ୍ରାଥମିକ ତଦନ୍ତରୁ ଖୁଲାସା
  • ||
  • ଝାରସୁଗୁଡ଼ା : ସ୍କୁଟିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
  • ||
  • କେନ୍ଦୁଝର : ସାପ କାମୁଡାରେ ଯୁବକ ମୃତ
  • ||
  • ପୁରୀ: ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ
  • ||
  • ଗଜପତି: ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ଯୁବକ ମୃତ
  • ||
  • ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଆଜି ଏକାଠି ହେବେ ୨୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦି
  • ||
  • IPL 2025: ଆଜି ପଞ୍ଜାବ- ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର, ଜିତିଲେ ଫାଇନାଲ ଟିକେଟ୍
  • ||
  • ଗଞ୍ଜାମ : ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ
  • ||
  • ଓଡ଼ିଶାରେ ମୌସୁମୀ ବାୟୁ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !

Published By : Ankita S | May 28, 2025 9:09 AM

ଥିରୁଅନନ୍ତପୁରମ,୨୮/୦୫: ଋଣ ଭାର ଉଜାଡ଼ି ଦେଉଛି ସୁନା ସଂସାର । ଅସହ୍ୟ ହେଉଛି ଋଣ ବୋଝ । ଜୀବନ ହାରୁଛନ୍ତି ପରିବାର । ଗତକାଲି ହରିୟାଣା ପରେ ଆଜି କେରଳରେ ଋଣ ଚିନ୍ତାରେ ଆଉ ଏକ ପରିବାର ଜୀବନ ହାରିଛନ୍ତି । ଋଣଗ୍ରସ୍ତ ହୋଇ ପୁରା ପରିବାର ଜୀବନ ଶେଷ କରିଥିବା ସନ୍ଦେହ କରାଯାଉଛି । କେରଳର ଭକ୍କମରେ ଗୋଟିଏ ପରିବାରର ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତକାଲି (ମଙ୍ଗଳବାର) ଉତ୍ତରାଖଣ୍ଡର ଏକ ପରିବାର ହରିୟାଣାର ପଞ୍ଚକୁଲା ସେକ୍ଟର ୭ରେ ବିଷ ପିଇ ଆତ୍ମହତ୍ୟା କରିିଥିଲେ । ଦୁଇ ଦିନରେ ଅକାଳରେ ୧୧ ଜଣଙ୍କର ଜୀବନ ଚାଲି ଯାଇଛି ।

କେରଳ ଭକ୍କମରେ ବନ୍ଦ ଘରୁ ୪ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ବାପାମାଆ ଓ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ୫୫ ବର୍ଷୀୟ ଅନୀଲ କୁମାର, ପତ୍ନୀ ୫୦ ବର୍ଷୀୟ ଶିଜା ଏବଂ ସେମାନଙ୍କ ଦୁଇ ପୁଅ । ପଡ଼ୋଶୀଙ୍କୁ କହିବା ଅନୁସାରେ ମୃତ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ଘରୁ କୌଣସି ସୁଇସାଇଟ୍ ନୋଟ ଜବତ ହୋଇନାହିଁ । ଘରର କେହି ବାହାରକୁ ନ ଆସିବାରୁ ପଡୋଶୀ ଘର ଭିତରକୁ ଯିବାରୁ ଘଟଣା ଜଣାପଡ଼ିଥିଲା । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ପରିବାର ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ...ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

କହି ରଖୁଛୁ କି, ଗତକାଲି ହରିୟାଣାର ପଞ୍ଚକୁଲାରେ ଜଣେ ବ୍ୟବସାୟୀ ପରିବାର ସମୂହ ଆତ୍ମହତ୍ୟା କରିଥିଲେ । ଦିନେ ବିଳାସବ୍ୟସନରେ କଟୁଥିବା ଜୀବନ ଋଣ ବୋଝରେ ବୁଡିଥିଲେ । ଶେଷରେ ପରିବାରର ୭ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିଲେ । ମୃତ ପରିବାର ଉତ୍ତରାଖଣ୍ଡର ପ୍ରବୀଣ ମିତ୍ତଲ, ତାଙ୍କ ପତ୍ନୀ, ବାପାମାଆ ଓ ୩ ପିଲା । ଋଣ ପରିଶୋଧ ନ ପାରି ଶେଷରେ ଜୀବନ ହାରିବାକୁ ଚରମ  ନିଷ୍ପତ୍ତି ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.