ପାଟନା,୧୩।୧୧: ବିହାର ନିର୍ବାଚନ ଫଳାଫଳ ୧୪ ନଭେମ୍ବର ବା ଶୁକ୍ରବାର ଆସିବାକୁ ଯାଉଛି। ବହୁ ଏକଜିଟ୍ ପୋଲ୍‌ରେ ନୀତୀଶ କୁମାରଙ୍କ ସରକାର ଫେରୁଥିବାର ଦେଖିବାକୁ ମିଳିଛି। ଏପରିକି ଆଉ କିଛି ଏକଜିଟ୍ ପୋଲ୍‌ରେ ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ମହାମେଣ୍ଟ ଆଗରେ ଥିବାର ଦେଖିବାକୁ ମିଳିଛି। କାଉଣ୍ଟିଂର ଫଳାଫଳ ପୂର୍ବରୁ ପାଟନାରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି। ଜେଡିୟୁ ନୀତୀଶ କୁମାରଙ୍କ ସପକ୍ଷରେ ’ଟାଇଗର ଜିନ୍ଦା ହୈ’ ପୋଷ୍ଟର ଲଗାଇଛି। ସେଭଳି ଆରଜେଡି ତେଜସ୍ବୀ ସରକାର କ୍ଷମତାକୁ ଆସିବ କହି ‘ଅଲବିଦା ଚାଚା’ ପୋଷ୍ଟର ଲଗାଇଛି। ଏହା ଭିତରେ ବିଜେପି ଅଫିସରେ ନରେନ୍ଦ୍ର ମୋଦି ଓ ନୀତୀଶଙ୍କ ପୋଷ୍ଟର ଲାଗିଛି।

​​​​​​​

ଆରଜେଡି କାର୍ଯ୍ୟାଳୟ ବାହାରେ ଲାଗିଥିବା ପୋଷ୍ଟରରେ ନୀତୀଶ କୁମାରଙ୍କ ସହ ଅମିତ ଶାହାଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ତେଜସ୍ବୀ ଯାଦବଙ୍କ ସହ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଠିଆ ହୋଇଥିବାର ଦେଖିବାକୁ ମିଳିଛନ୍ତି। ଲାଲୁଙ୍କ ସହ ମୁଲାୟମ ସିଂହ ଯାଦବଙ୍କ ଫଟୋ ରହିଛି। ପୋଷ୍ଟରରେ ସମାଜବାଦୀ ପାର୍ଟିର ପୂର୍ବତନ ପ୍ରଦେଶ ଯୁବ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଧର୍ମବୀର ଲଗାଇଛନ୍ତି। ଏଥିରେ ଏସଆଇଆର ବିଷୟରେ ମଧ୍ୟ ଆଲୋଚନା କରାଯାଇଛି।

ପୋଷ୍ଟରରେ ଲେଖାଯାଇଛି ଜନତା ହୁଙ୍କାର ଭରିବା ମାତ୍ରେ ମହଲର ମୂଳଦୁଆ ଖସି ପଡିବ।  ସିଂହାସନ ଖାଲି କର ତେଜସ୍ବୀ ସରକାର ଆସିବେ। ଏହା ସହ ନୀତୀଶ କୁମାର ଓ ଅମିତ ଶାହଙ୍କ କାର୍ଟୁନ ଚିତ୍ର ମଧ୍ୟ ତିଆରି କରାଯାଇଛି।  ପୂର୍ବରୁ ଏକଜିଟ୍ ପୋଲ୍ ସଂଖ୍ୟାରେ ଉତ୍ସାହିତ ଜେଡିୟୁ ନୀତୀଶ କୁମାରଙ୍କୁ ନେଇ ପୋଷ୍ଟର ଲଗାଇଥିଲା। ଏଥିରେ ଲେଖାଥିଲା ‘ଟାଇଗର ଅଭି ଜିନ୍ଦା ହୈ’। ଏଥିରେ ନୀତୀଶ କୁମାରଙ୍କ ଆତ୍ମବିଶ୍ବାସପୂର୍ଣ୍ଣ ଫଟୋ ଲଗାଯାଇଥିଲା। କୁହାଯାଉଛି ଯେ, ନୀତୀଶ କୁମାରଙ୍କ ନେତୃତ୍ବରେ ପୁଣିଥରେ ବିହାରରେ ଏନ୍‌ଡିଏ ସରକାର ଗଠନ ହେବାର ଅଛି।

ଅନ୍ୟପକ୍ଷେ ବିଜେପି କାର୍ଯ୍ୟାଳୟରେ ମଧ୍ୟ ପୋଷ୍ଟର ଲାଗିଛି। ଏଥିରେ ନରେନ୍ଦ୍ର ମୋଦି ଓ ନୀତୀଶ କୁମାରଙ୍କୁ ଭାଇ ଭାଇ ଭାବରେ ଦେଖାଯାଇଛି। ଏନଡିଏରେ ସବୁ ଦଳ ଭିତରେ ମଜବୁତ ଏକଜୁଟତା ଜାରି ରହିଛି। ଏଥିରେ ଲାଲୁଙ୍କ ଜଙ୍ଗଲରାଜକୁ ମଧ୍ୟ ଦେଖାଯାଇଛି। ଗତ କିଛି ଦିନ ହେବ ପିଏମ୍ ମୋଦି ମହିଳାଙ୍କୁ କହିଥିଲେ, ମୋଦି ଓ ନୀତୀଶ କୁମାର ଆପଣଙ୍କ ଦୁଇ ଭାଇ। ସେପଟେ ଏକଜିଟ୍ ପୋଲ୍‌ ଫଳାଫଳକୁ ତେଜସ୍ବୀ ଯାଦବ ଖାରଜ କରିଛି। ସେ କହିପିଏମ୍ଓ ପ୍ରେସରରେ ଏହି ସଂଖ୍ୟା ପ୍ରସ୍ତୁତ କରାଯାଇଛି।