ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ତାଲିକା : ସମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନ, ବାରବାଟ-କଟକରୁ ସୋଫିଆ
  • ||
  • ଚିଲିକାରେ ଭାସୁଛି ଅଜଣା ମୃତଦେହ, ପରିଚୟ ଖୋଜୁଛି ପୋଲିସ
  • ||
  • ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା
  • ||
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା

ନୂଆଦିଲ୍ଲୀ,୨୯/୦୩: ସାରା ବିଶ୍ୱରେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର ଦ୍ରୁତ ହୋଇଛି । ଏଆଇ ବିକାଶ ମଧ୍ୟ ତ୍ୱରାନ୍ୱିତ  ହୋଇଛି । ଫଳରେ ଏ କ୍ଷେତ୍ରରେ ପ୍ରଫେସନାଲଙ୍କ ଚାହିଦା ବଢ଼ିଛି । ବିଶେଷ କରି ଏଆଇ ଏବଂ ମେଶିନ ଲର୍ଣ୍ଣିଂ ଦକ୍ଷତା ଥିବା ବ୍ୟକ୍ତି ବିଶେଷ ଲୋଡା ପଡୁଛନ୍ତି । ମହାମାରୀ ପରେ ଏହି ବର୍ଗରେ ନିଯୁକ୍ତି ପ୍ରତିବର୍ଷ ୩୦% ହାରରେ ବୃଦ୍ଧି ହେଉଥିବା ଷ୍ଟାଫିଙ୍ଗ୍‌ ଫାର୍ମ ର‌୍ୟାଣ୍ଡ୍‌ଷ୍ଟାର୍ଡ ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଅନ୍ୟ ଡିଜିଟାଲ ସ୍କିଲ ଏହି ତୁଳନାରେ ୨  ଗୁଣ କମ୍‌ ଚାହିଦା ରହିଛି । ଭାରତରେ ଏବେ ଏଆଇ  ଏବଂ ମେଶିନ ଲର୍ଣ୍ଣିଂ କ୍ଷେତ୍ରରେ ୨ ଲକ୍ଷ କୁଶଳୀ  ପ୍ରଫେସନାଲ ରହିଛନ୍ତି । ଏ କ୍ଷେତ୍ରରେ ନୂଆ ନିଯୁକ୍ତି  ମଧ୍ୟ ଯୋଡି ହେଉଛି । ଡିଜିଟାଲ ପରିବର୍ତ୍ତନ ସହ  କମ୍ପାନି ଏଆଇ ଏବଂ ମେଶିନ ଲଣ୍ଣିଂ ସହ ଯୋଡି  ହେବାକୁ ଜୋରଦାର ପ୍ରୟାସ କରୁଛନ୍ତି । ଏଆଇ  ଏବଂ ମେଶିନ ଲର୍ଣ୍ଣିଂ ବିଭିନ୍ନ କାମକୁ କରିପାରୁଥିବା  ବେଳେ ଏହା ଦ୍ୱାରା ଲୋକଙ୍କ କାର୍ଯ୍ୟକ୍ଷମତା ବୃଦ୍ଧି ହେବ ବୋଲି କୁହାଯାଉଛି । 

ଏବେ ବିଶ୍ୱ ସ୍ତରୀୟ କମ୍ପାନିଗୁଡିକ ଭାରତରେ ଗ୍ଲୋବାଲ କ୍ଷମତା କେନ୍ଦ୍ର ସ୍ଥାପନ କରୁଛନ୍ତି । ଫଳରେ ଏଆଇ ଏବଂ ମେଶିନ ଲଣ୍ଣିଂ ସହ ଜଡିତ  ପ୍ରଫେସନାଲଙ୍କ ଚାହିଦା ବୃଦ୍ଧି ହେଉଛି । ଭାରତୀୟ  ପ୍ରତିଭାଙ୍କୁ ନିଯୁକ୍ତି କରିବା ଉପରେ ଏବେ କମ୍ପାନିଙ୍କ  ଫୋକସ ରହୁଛି । ଏପଟେ ପାରମ୍ପରିକ କାରବାର ମଧ୍ୟ  ଡିଜିଟାଲ ମୁହାଁ । ଅନ୍ୟ ଡିଜିଟାଲ କ୍ଷେତ୍ର ତୁଳନାରେ  ଏଆଇ ଏବଂ ମେଶିନ ଲର୍ଣ୍ଣିଂ କ୍ଷେତ୍ରରେ ବେତନ ମଧ୍ୟ କେଇ ଗୁଣ ଅଧିକ ରହୁଛି ।  

ପ୍ରଡକ୍ଟ ପ୍ରସ୍ତୁତ କରୁଥିବା କମ୍ପାନି ସବୁଠାରୁ  ଅଧିକ ବେତନ ଦେଉଛନ୍ତି । ଏ କ୍ଷେତ୍ରରେ ଏଆଇ  ସେବା ପ୍ରଦାନ କରୁଥିବା କମ୍ପାନି ଗୁଡିକ ୦ରୁ ୫ ବର୍ଷ  ଅଭିଜ୍ଞତା ଥିବା ପ୍ରଫେସନାଲଙ୍କୁ ୧୪ରୁ ୧୮ ଲକ୍ଷ  ଟଙ୍କାର ବେତନ ପ୍ରଦାନ କରୁଛନ୍ତି । ଜିସିସିରେ୧୬ରୁ  ୨୦ ଲକ୍ଷ ଟଙ୍କା ଏବଂ ପ୍ରଡକ୍ଟ ଡେଭଲପ୍‌ କରୁଥିବା  କମ୍ପାନି ୨୨ରୁ ୨୬ ଲକ୍ଷର ବେତନ ଦେଉଛନ୍ତି ।  ତେବେ ସମାନ ଅଭିଜ୍ଞତା ଥିବା ପ୍ରଫେସନାଲ ଆଇଟି  କ୍ଷେତ୍ରରେ ୮ରୁ ୨୨ ଲକ୍ଷ ଯାଏ ବେତନ ପାଉଛନ୍ତି ।  ୧୦ରୁ ୧୫ ବର୍ଷ ଅଭିଜ୍ଞତା ଥିବା ଏଆଇ ଏବଂ ମେଶିନ ଲର୍ଣ୍ଣିଂ ପ୍ରଫେସନାଲଙ୍କୁ ୪୪ ଲକ୍ଷରୁ ୯୬ ଲକ୍ଷ ଟଙ୍କାର  ବେତନ ମିଳିବାର ଢେର ସମ୍ଭାବନା ରହିଛି ।

ଅନ୍ୟ  ଡିଜିଟାଲ ବର୍ଗରେ ୯% ଅଭିବୃଦ୍ଧି ଆଶା ଥିବା ବେଳେ ଏଆଇ କ୍ଷେତ୍ରରେ ଏହା ୧୨.୫% ରହିପାରେ । ଅନ୍ୟ ଏକ କମ୍ପାନିର କହିବା ମୁତାବକ ଏଆଇ ବର୍ଗରେ ନିଯୁକ୍ତି ୧୦ରୁ ୧୫% ବୃଦ୍ଧି ସମ୍ଭାବନା ରହିଛି । ତେବେ  ଏହା ୫୦%କୁ ମଧ୍ୟ ଯାଇପାରେ । ନୂତନ ଭାବେ  ପ୍ରାୟ ୧୨ରୁ ଉଦ୍ଧ୍ୱର୍ ବର୍ଗର ନିଯୁକ୍ତି ସାମ୍ନାକୁ ଆସିଛି ।  ଚାଟ୍‌ବଟ୍‌ ଡେଭଲପର, ପ୍ରମ୍ପଟ ଇଞ୍ଜିନିୟରଙ୍କ ସହ  ଏଆଇ ଏଥିକ୍ସ ସ୍ପେଶାଲିଷ୍ଟ, ରୋବଟିକ୍ସ ଇଞ୍ଜିନିୟର  ଭଳି ବର୍ଗର ନିଯୁକ୍ତି ଏହା ମଧ୍ୟରେ ସାମିଲ ରହିଛି ।  ଶିକ୍ଷା କ୍ଷେତ୍ରରେ ଏଆଇ ପାଠ୍ୟକ୍ରମ ବିକାଶ ଏବଂ  ଲର୍ଣ୍ଣିଂ ଆର୍କଟେକ୍ଟ ଭଳି ନିଯୁକ୍ତି ହେଉଛି । ଏଆଇର  ବିଭିନ୍ନ ତାଲିମ ମଧ୍ୟ ନେଇ ପାରିବେ ବିଶେଷଜ୍ଞ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.