ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଜରାଟ ତଟରେ ପାକିସ୍ତାନୀ ବୋଟ୍‌ ଜବତ , ୬୦୦ କୋଟିର ଡ୍ରଗ୍ସ ସହ ୧୪ ଗିରଫ

ଅହମ୍ମଦାବାଦ : ଭାରତୀୟ ତଟରକ୍ଷୀ ବାହିନୀକୁ ମିଳିଛି ବଡ଼ ସଫଳତା। ଗୁଜରାଟ ତଟରୁ ଏକ ପାକିସ୍ତାନୀ ବୋଟ୍‌ରୁ ୬୦୦ କୋଟି ଟଙ୍କାର ୮୬ କିଲୋଗ୍ରାମ୍‌ ଡ୍ରଗ୍ସ ଜବତ କରାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ , ଆତଙ୍କବାଦୀ ବିରୋଧି ସ୍କ୍ୱାଡ ( ଏଟିଏସ) ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମିଳିତ ଭାବେ ଏହି ଅପରେସନକୁ ସଫଳ କରିଛନ୍ତି। ବୋଟ୍‌ରେ ୧୪ ଜଣ ଲୋକଙ୍କୁ ଗିରଫ କରାଯାଇଛି। ଆରବ ସାଗରରେ ଏହି ଅପରେସନ ରାତି ସାରା ଗୁଜରାଟ ଆତଙ୍କବାଦ ବିରୋଧି ସ୍କ୍ୱାଡ (ଏଟିଏସ) ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ସମନ୍ୱୟରେ ଚାଲିଥିଲା। 

ପିଟିଆଇର ରିପୋର୍ଟ ମୁତାବିକ , ତଟରକ୍ଷୀ ବାହିନୀ ଏବେସୁଦ୍ଧା ଏହି ଖୁଲାସା କରି ନାହିଁ, ପାକିସ୍ତାନୀ ବୋଟ୍‌ରୁ କେଉଁ ଡ୍ରଗ୍ସ ଜବତ କରାଯାଇଛି। ଏହି ଅପରେସନକୁ ସଫଳ କରିବାକୁ ତଟରକ୍ଷୀ ଜାହାଜ ଓ ବିମାନ ଆଦିକୁ ମୁତୟନ କରାଯାଇ ଥିଲା। ଅପରେସନରେ ଆଇସିଜି ଜାହାଜ ରାଜରତନ ମଧ୍ୟ ସାମିଲ ହୋଇଥିଲା। ଜାହାଜର ସ୍ପେଶାଲ ଟିମ୍‌ ସଦିଗ୍ଧ ବୋଟ୍‌ରେ ଚଢି ଯାଇଥିଲେ ଏବଂ ବହୁ ମାତ୍ରାରେ ଡ୍ରଗ୍ସ ଥିବା ସ୍ପଷ୍ଟ କରିଥିଲେ। ପାକିସ୍ତାନୀ ବୋଟ୍‌କୁ ୧୪ ସଦସ୍ୟ ବିଶିଷ୍ଟ ଚାଳକ ଦଳ ସହ ଧରାଯାଇଛି। 

ସୂଚନା ମୁତାବିକ, ଏଟିଏସ ଓ ଏନସିବିର ମିଳିତ ଅପରେସନ ବେଳେ ଗିରଫଦାରୀରୁ ରକ୍ଷା ପାଇବା ଚେଷ୍ଟାରେ ତସ୍କରମାନେ ଏଟିଏସ୍ ଅଧିକାରୀଙ୍କ ଉପରେ ନିଜର ବୋଟ୍‌ ଚଢାଇବାକୁ ଚେଷ୍ଟା କରିଥିଲେ। ଭାରତୀୟ ବାହିନୀର ଜବାବୀ ଗୁଳି ଚାଳନା ପରେ ସଦିଗ୍ଧଙ୍କୁ ଧରାଯାଇ ପାରିଛି। 

କୁହାଯାଉଛି କି ,ସୁରକ୍ଷା ଏଜେନ୍ସିମାନେ ଗତ ଦୁଇ ଦିନରୁ ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ସୀମା ପାଖରେ ଭାରତୀୟ ଜଳ କ୍ଷେତ୍ର ଭିତରେ ତଲାସୀ ଅଭିଯାନ ଚଲାଉ ଥିଲେ। ଅଭିଯୁକ୍ତଙ୍କୁ  ମାମଲାର ଯାଞ୍ଚ ପାଇଁ ପୋରବନ୍ଦର ଅଣାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.