ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବହୁପ୍ରତିକ୍ଷୀତ ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’କୁ ନେଇ ବଡ଼ ଅପ୍‌ଡେଟ୍, ଜୁନ୍ ୨୭ରେ କରିବ ମୁକ୍ତିଲାଭ

ମୁମ୍ବାଇ ୨୮/୦୪: ବର୍ଷର ବହୁପ୍ରତିକ୍ଷୀତ ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’କୁ ନେଇ ବଡ଼ ଖବର । ଫିଲ୍ମର ଚରିତ୍ରମାନଙ୍କର ପୋଷ୍ଟର୍‌ ଓ ସିନ୍‌ଗୁଡ଼ିକର ଫଟୋ ଜରିଆରେ ଫ୍ୟାନ୍‌ଙ୍କ ଉତ୍ସାହ ବଢ଼ାଇବା ପରେ ନିର୍ମାତା ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି । ପ୍ରଡକ୍ସନ୍‌ ହାଉସ୍‌ ବିଜୟନ୍‌ଥି  ଫିଲ୍ମସର ଔପଚାରିକ ଏକ୍ସ (ପୂର୍ବର ଟ୍ୱିଟର) ହ୍ୟାଣ୍ଡେଲ୍‌ରେ ଏକ ନୂଆ ପୋଷ୍ଟର୍‌ ପୋଷ୍ଟ୍‌  ହୋଇଛି । ଏଥିରେ ପ୍ରଭାସ, ଦୀପିକା ପାଦୁକୋନ ଓ ଅମିତାଭ ବଚ୍ଚନଙ୍କ ନୂଆ ଲୁକ୍‌  ଦେଖିବାକୁ ମିଳିଛି । ଆସନ୍ତା ଜୁନ୍‌ ୨୭ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ରିଲିଜ୍‌ ତାରିଖ ଘୋଷଣା କରି ନିର୍ମାତା ଉଲ୍ଲେଖ କରିଛନ୍ତି ‘୨୭/୦୬/୨୦୨୪ରେ ଏକ  ସୁନ୍ଦର ଆସନ୍ତାକାଲି ପାଇଁ ସମସ୍ତ ଶକ୍ତି ଏକତ୍ର ହୁଅନ୍ତୁ ।’ 

ଏହା ପୂର୍ବରୁ  ଫିଲ୍ମ ନିର୍ମାତା ଏକ ଭିଡିଓ  ଜାରି କରି କ୍ୟାପ୍‌ସନରେ  ଲେଖିଥିଲେ, ଆସନ୍ତା  ୨୭ ତାରିଖ ଅର୍ଥାତ୍‌  ଗତ ଶନିବାର  ସନ୍ଧ୍ୟା ୫ଟାରେ ବଡ଼  ଘୋଷଣା କରିବେ ।  ଭିଡିଓରେ ଅମିତାଭ ବଚ୍ଚନଙ୍କ ନୂଆ ଲୁକ୍‌  ଦେଖିବାକୁ ମିଳିଥିଲା । ବ୍ୟାଣ୍ଡେଜ୍‌ରେ ମୁହଁକୁ ଘୋଡ଼ାଇ, ମଳିନ ପୋଷାକ ପିନ୍ଧି ସେ  କହୁଥିଲେ ‘ଏବେ ମୋ ସମୟ ଆସିଛି । ମୋ ଅନ୍ତିମ ଯୁଦ୍ଧର ସମୟ ଆସିଛି ।’  ପୌରାଣିକ ଘଟଣା ଦ୍ୱାରା ପ୍ରେରିତ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ-ଫିକ୍ସନ୍‌ ଫିଲ୍ମ  ‘କଲ୍‌କୀ ୨୮୯୮ ଏଡି’ ତାମିଲ, ତେଲୁଗୁ ଓ ହିନ୍ଦୀରେ ମୁକ୍ତିଲାଭ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.