ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଦି କୈଳାସ- ଓମ୍‌ ପର୍ବତକୁ ହେଲିକପ୍ଟରରେ ଦର୍ଶନ ; ମୋଦିଙ୍କ ଯାତ୍ରା ପରେ ବଢିଛି ଉତ୍ସାହ

ଡେରାଡୁନ୍‌ – ଉତ୍ତରାଖଣ୍ଡରେ ସୁଦୂର ଅଞ୍ଚଳରେ ପର୍ଯ୍ୟଟନର ପ୍ରସାର କରିବା ଉଦ୍ଦେଶ୍ୟରେ ଆଦି କୈଳାସ , ଓମ୍‌ ପର୍ବତକୁ ହେଲି ଦର୍ଶନ ଟୁର୍‌ ପ୍ୟାକେଜ୍‌ ଲଞ୍ଚ କରାଯାଇଛି। ଚଳିତ ବର୍ଷ ନଭେମ୍ୱରରୁ ଆରମ୍ଭ ହୋଇଥିବା ହେଲି ଦର୍ଶନ ପ୍ୟାକେଜ୍‌ ପାଇଁ ପାଇଲଟ୍‌ ରନ୍‌ ଅପ୍ରେଲ-ମେ , ୨୦୨୪ରୁ ଜାରି ରହିଛି। 

ଏହି ଅନୁସାରେ, ପ୍ରତି ବ୍ୟାଚ୍‌ରେ ୧୨ରୁ ୧୫ ଜଣ ପର୍ଯ୍ୟଟକ ରହିବେ। ଆଦି କୈଳାସ ଏବଂ ଓମ୍‌ ପର୍ବତର ଏୟାର ଦର୍ଶନ ବେଳେ ୬ଟି ହେଲିକପ୍ଟର ସେବା ଯୋଗାଇବେ। ଆପଣଙ୍କୁ କହି ରଖୁଛୁ କି , ଗତ ବର୍ଷ ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଦି କୈଳାସ ଓ ଓମ୍‌ ପର୍ବତର ଦର୍ଶନ କରି ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦର୍ଶନ କରିବା ପରେ ସାରା ଦେଶରେ ଲୋକଙ୍କ ମଧ୍ୟରେ ଯାତ୍ରାକୁ ନେଇ ଖୁବ୍‌ ଉତ୍ସାହ ଦେଖିବାକୁ ମିଳିଛି।  

ବିଗତ ଦିନରେ ଆନ୍ଧ୍ର ପ୍ରଦେଶ , ଗୁଜରାଟ ,ମହାରାଷ୍ଟ୍ର , ଦିଲ୍ଲୀର ତୀର୍ଥ ଯାତ୍ରୀମାନେ ହେଲିକପ୍ଟରରୁ ଆଦି କୈଳାସର ଦର୍ଶନ କରିଛନ୍ତି। ଏବେ ହେଲିକପ୍ଟର ବୁକିଂ ଜାରି ରହିଛି। 

ପର୍ଯ୍ୟଟନ ବିକାଶ ପରିଷଦ କରୁଛି ଦର୍ଶନ –

ଉତ୍ତରାଖଣ୍ଡରେ ପର୍ଯ୍ୟଟନର ଗତିବିଧିକୁ ପ୍ରସାର କରିବା ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡ ପର୍ଯ୍ୟଟନ ବିକାଶ ପରିଷଦ ଦ୍ୱାରା ଏକ ନୂଆ ପ୍ରୟାସ କରାଯାଇଛି, ଯେଉଁଥିରେ ପର୍ଯ୍ୟଟକଙ୍କୁ ହେଲିକପ୍ଟରରେ ପିଥୋରାଗଡ଼ ସ୍ଥିତ ଭଗବାନ ଶିବଙ୍କ ନିବାସ ସ୍ଥାନ ଆଦି କୈଳାସ ଓ ଓମ୍ ପର୍ବତର ଦର୍ଶନ କରାଯାଉଛି।

ସବୁ ପର୍ଯ୍ୟଟକଙ୍କର ସୁବିଧା ପାଇଁ ହୋଟେଲରୁ ହେଲିପ୍ୟାଡ୍‌ ଓ ଯାତ୍ରା ପରେ ହେଲିପ୍ୟାଡ୍‌ରେ ହୋଟେଲ ଯାଏ ସୁବିଧାଜନକ କାର୍‌ରେ ପହଞ୍ଚା ଯାଉଛି। କେବଳ ଏତିକିନୁହେଁ , ହେଲି ଯାତ୍ରା ପୂର୍ବରୁ  ସବୁ ତୀର୍ଥ ଯାତ୍ରୀଙ୍କୁ ପାରମ୍ପରିକ ମନ୍ତ୍ରୋଚାରଣ ଏବଂ ମାଲ୍ୟାର୍ପଣ କରି ତାଙ୍କର ସ୍ୱାଗତ କରାଯାଇଛି। 

ଦୁଇ ଘଣ୍ଟାର ଉଡ଼ାଣ –

ପିଥୋରାଗଡ଼ ଜିଲ୍ଲାରେ ଆଦି କୈଳାସ ଓ ଓମ୍‌ ପର୍ବତର ଦର୍ଶନ ସହ ହିଁ ପାଖାପାଖି ୨ ଘଣ୍ଟାର ଏହି ଉଡ଼ାଣ ବେଳେ ପର୍ଯ୍ୟଟକମାନେ ଆହୁରି ଅନେକ ପର୍ବତ, ବିହଙ୍ଗମ ଦୃଶ୍ଯର ଆନନ୍ଦ ନେଇଥିଲେ। ଯାତ୍ରା ବେଳେ ଗାଇଡଙ୍କ ମାଧ୍ୟମରେ ପର୍ଯ୍ୟଟକଙ୍କୁ ସବୁ ପର୍ଯ୍ୟଟନ ଗନ୍ତବ୍ୟ ତଥା ପର୍ବତ ସମ୍ୱନ୍ଧରେ ସୂଚନା ଦିଆଯାଇ ଥିଲା। 

ପର୍ଯ୍ୟଟନ ବିଭାଗ ୧୫ ଅପ୍ରେଲରୁ  ୧୦ ମେ ଯାଏ ୪ରାତି ଓ ୫ଦିନର ଆଦି କୈଳାସ  ଓ ଓମ୍‌ ପର୍ବର ଯାତ୍ରା ମଧ୍ୟ ଆରମ୍ଭ କରିଛି। ଏହି ପ୍ୟାକେଜ୍‌ ଅନ୍ତର୍ଗତ ପର୍ଯ୍ୟଟକଙ୍କୁ ରାତ୍ରି ବିଶ୍ରାମ ହେତୁ ପିଥୋରାଗଡ଼ରେ  ଗୋଟିଏ ରାତି ତଥା ଗୁଞ୍ଜି/ ନାଭି /ନେପଲଚ୍ୟୁର ହୋମ୍‌ ଷ୍ଟେରେ ୩ରାତିର ବ୍ୟବସ୍ଥା ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.