ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାଦେବ ବେଟିଂ ଆପ୍ ମାମଲାରେ ଅଭିନେତା ସାହିଲ ଖାନ୍ ଗିରଫ…

ନୂଆଦିଲ୍ଲୀ: ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏସଆଇଟି ଅଭିନେତା ସାହିଲ ଖାନଙ୍କୁ ଗିରଫ କରିଛି। ସାଲିହ ଖାନଙ୍କୁ ଛତିଶଗଡର ଜଗଦଲପୁରରୁ ଗିରଫ କରାଯାଇଛି। ସୂଚନାନୁସାରେ, ସାହିଲ ଖାନ ଏକ ବେଟିଂ ସାଇଟ୍ ଚଳାଇବା ଏବଂ ବେଟିଂକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି । ମୁମ୍ବାଇର ମାଟୁଙ୍ଗା ପୋଲିସ ମହାଦେବ ବେଟିଂ ଆପ୍ ମାମଲାର ତଦନ୍ତରେ ସାହିଲ ଖାନଙ୍କ ନାମ ଆସିଥିଲା।

ପୋଲିସ ସୂତ୍ର ଅନୁଯାୟୀ, ବମ୍ବେ ହାଇକୋର୍ଟଙ୍କ ଠାରୁ ଆଗୁଆ ଜାମିନ୍ ଏବଂ ଗିରଫଦାରୀରୁ ଆଶ୍ବସ୍ତି ନପାଇବା ପରେ ସାହିଲ ଖାନ ମୁମ୍ବାଇ ଛାଡି ପଳାଇଥିଲେ। ପ୍ରାୟ ୪୦ ଘଣ୍ଟା ଧରି ପିଛା କରିବା ପରେ ପୋଲିସ ସାହିଲଙ୍କୁ ଧରିଥିଲା । ସାହିଲ ଖାନ ବାରମ୍ବାର ନିଜର ସ୍ଥାନ ପରିବର୍ତ୍ତନ କରି ଚାଲିଥିଲେ ।

ଏହାପୂର୍ବରୁ ଗୁରୁବାର ମଧ୍ୟ ମହାଦେବ ବେଟିଂ ଆପ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଦ୍ୱାରା ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଅଭିନେତା ସାହିଲ ଖାନଙ୍କୁ ଚାରି ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା।

ଅଧିକାରୀ ଜଣକ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଖାନ ଅପରାହ୍ନ ପ୍ରାୟ ୧ ଟାରେ ଏସଆଇଟି ଆଗରେ ପହଞ୍ଚିଥିଲେ ଏବଂ ତାଙ୍କ ବିବୃତ୍ତି ରେକର୍ଡ କରିବା ପରେ ସେ ଅପରାହ୍ନ ସାଢେ ୫ ରେ ଫେରିଥିଲେ । ଅଧିକାରୀଙ୍କ କହିବାନୁସାରେ, ଖାନ ଦାବି କରିଛନ୍ତି ଯେ ଏହି ପ୍ରସଙ୍ଗରେ ତାଙ୍କର କୌଣସି ଭୂମିକା ନାହିଁ। ମହାଦେବ ବ୍ୟାଟିଂ ଆପ୍ ମାମଲାର ଅନୁସନ୍ଧାନ କରୁଥିବାବେଳେ ଇଡି ୩୨ ଜଣଙ୍କ ବିରୋଧରେ ମୁମ୍ବାଇ ପୋଲିସ ପୃଥକ ମାମଲା ରୁଜୁ କରିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.