ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରଣବୀର କପୁରଙ୍କ ଖସିଲା ଗୋଡ଼, ଫ୍ୟାନ୍ସଙ୍କ ଆସିଲା କିଛି ଏଭଳି ରିଆକ୍ସନ...

ନୂଆଦିଲ୍ଲୀ,୨୮/୪ : ବଲିଉଡ଼ ଅଭିନେତା ରଣବୀର କପୁର ୨୭ଏପ୍ରିଲରେ ଦୁଇଟି କାରଣରୁ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡିଂ ରହିଥିଲେ।  ଗୋଟିଏ ତାଙ୍କ ଆସୁଥିବା ଫିଲ୍ମ ରାମାୟଣର ସେଟରୁ ଦୁଇଟି ଫଟୋ ଭାଇରାଇ ହୋଇଥିଲା । ଯେଉଁଥିରେ ରଣବୀର କପୁର ରାମଙ୍କ ଭୂମିକା ନିଭାଉଥିବା ନଜର ଆସିଥିଲେ ଏବଂ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକା ନିଭାଉଥିବା ନଜର ଆସିଥିଲେ । ସେହିଭଳି ଦ୍ବିତୀୟ କାରଣ ହେଲା କି ରଣବୀର କପୁରଙ୍କ ଗୋଡ଼ ଏକ ଇଭେଣ୍ଟରେ ଖସିଗଲା ଏବଂ ଭିଡ଼ିଓ ଭାଇରାଲ ହୋଇଯାଇଥିଲା ।

ରଣବୀର କପୁର କୌଣସି ଇଭେଣ୍ଟରେ ପହଞ୍ଚିଥିଲେ ଯେଉଁଠାରୁ ବାହାରିବା ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ଫ୍ୟାନ୍ସ ବି ଏହି କାରଣରୁ ଚିନ୍ତିତ ରହିଯାଇଥିଲେ । ମାତ୍ର ରଣବୀର ପଡ଼ି ନ ଥିଲେ ସେ ସମ୍ଭାଳି ନେଇଥିଲେ କିନ୍ତୁ ସେହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରଣବୀର କପୁର କୌଣସି ଇଭେଣ୍ଟରେ ଯାଇଥିଲେ । ରଣବୀର କପୁରଙ୍କ ବ୍ଲାକ ଲୁକ୍ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିବାରେ ଲାଗିଛି । ଏହା ମଧ୍ୟରେ ତାଙ୍କ ଗୋଡ଼ ସିଡ଼ିରେ ଖସି ଯାଉଛି କିନ୍ତୁ ଅଭିନେତା ତୁରନ୍ତ ନିଜକୁ ସମ୍ଭାଳି ନେଉଛନ୍ତି । ତାଙ୍କ ଚେହେରାରେ ବିଲକୁଲ ବି ନିରାଶ ଦେଖିବାକୁ ମିଳିନଥିଲା ଯାହା ଫ୍ୟାନ୍ସଙ୍କୁ ବହୁ ପସନ୍ଦ ଆସିବାରେ ଲାଗିଛି ।

ରଣବୀର କପୁରଙ୍କ ଏହି ଭିଡ଼ିଓ ଉପରେ ଫ୍ୟାନ୍ସମାନେ ବହୁ କମେଣ୍ଟ୍ସ କରିଥିଲେ । କେହି ଆରକେଙ୍କୁ ସମ୍ଭାଳିବାକୁ କହିଥିଲେ ତ କେହି ରଣବୀରଙ୍କୁ ହାର୍ଟ ଇମୋଜି ପଠାଇଥିଲେ । ସେହିଭଳି ବହୁ ଫ୍ୟାନ୍ସ ରଣବୀରଙ୍କୁ ହ୍ୟାଣ୍ଡସମ ଅଭିନେତା ବୋଲି କହିଥିଲେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.