ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଥମୁନି ମଣିପୁର ହିଂସା; ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଗୁଳିକାଣ୍ଡ, ୩ ଆହତ

Image source: ANI

ଇମ୍ଫାଲ,୨୮/୦୪: ମଣିପୁରରେ ହିଂସା ବନ୍ଦ ହେବାର ନାଁ ହେଉନାହିଁ। ବିଷ୍ଣୁପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଉପରେ କୁକି ଆତଙ୍କୀମାନେ ଆକ୍ରମଣ କରିବାର ଗୋଟିଏ ଦିନ ପରେ ରବିବାର ଦିନ ଦୁଇ ସମ୍ପ୍ରଦାୟର ଗ୍ରାମ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ରବିବାର ସକାଳେ କାଙ୍ଗପୋକପି ଜିଲ୍ଲାର ପାହାଡରୁ ଇମ୍ଫାଲ ପଶ୍ଚିମ ଜିଲ୍ଲାର କୌତ୍ରୁକ୍ ଗାଁରେ ସ୍ବେଚ୍ଛାସେବୀଙ୍କ ସଶସ୍ତ୍ର କ୍ୟାଡରମାନେ ଆକ୍ରମଣ କରିଥିଲେ ବୋଲି ପୋଲିସ କହିଛି। ଏହା ପରେ ସୀମାନ୍ତ ଗାଁରେ ନିୟୋଜିତ ସ୍ୱେଚ୍ଛାସେବୀମାନେ ଏହାର ପ୍ରତିଶୋଧ ନେଇଥିଲେ। ନିକଟସ୍ଥ କାଦଙ୍ଗବନ୍ଦ ଏବଂ ସେଞ୍ଜାମ ଚିରଙ୍ଗ ଗାଁରେ ମଧ୍ୟ ଏହି ଗୁଳି ବିନିମୟର ପ୍ରଭାବ ପଡ଼ିଥିଲା।

ବନ୍ଦ ଡାକରା ଦେଇଛି ଆଦିବାସୀ ଏକତା କମିଟି: 

ଏହି ଗୁଳି ବିନିମୟରେ 'ପମ୍ପି' ନାମକ ମୋର୍ଟାର ସେଲ ମଧ୍ୟ ବ୍ୟବହାର କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି। ସେପଟେ, କାଙ୍ଗପୋକପି ଜିଲ୍ଲାର ଆଦିବାସୀ ଏକତା କମିଟି ରବିବାର ଅପରାହ୍ନରୁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସାମାଜିକ ଏଜେନ୍ସି ଆଇଏଏନ୍‌ଏସ୍‌ ଅନୁଯାୟୀ, କେନ୍ଦ୍ରୀୟ ଏବଂ ରାଜ୍ୟ ସୁରକ୍ଷା ବାହିନୀର ମିଳିତ କଣ୍ଟିଜେଣ୍ଟ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି ଅଞ୍ଚଳରେ ପହଞ୍ଚିଛି।

ସିଆରପିଏଫ୍‌ର ଦୁଇ ଜବାନ ସହିଦ: 

ଏହାପୂର୍ବରୁ ଶନିବାର ପୂର୍ବାହ୍ନରେ ବିଷ୍ଣୁପୁର ଜିଲ୍ଲାର ଆଇଆରବିଏନ୍ (ଇଣ୍ଡିଆ ରିଜର୍ଭ ବାଟାଲିଅନ୍) କ୍ୟାମ୍ପରେ କୁକି ଆତଙ୍କୀଙ୍କ ଆକ୍ରମଣରେ ଦୁଇ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍‌) ସୈନିକ ସହିଦ ହୋଇଥିଲେ। ଏହି ଆକ୍ରମଣରେ ଅନ୍ୟ ଦୁଇ ସୈନିକ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ଶିବିରକୁ ଟାର୍ଗେଟ କରି ପାହାଡ ଶିଖରରୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଆତଙ୍କୀମାନେ ମଧ୍ୟ ବୋମା ଫିଙ୍ଗିଥିଲେ, ସେଥିମଧ୍ୟରୁ ଗୋଟିଏ ସିଆରପିଏଫ୍‌ ୧୨୮ ବାଟାଲିୟନ ପୋଷ୍ଟ ନିକଟରେ ଫୁଟିଥିଲା।

ଅପରାଧୀଙ୍କୁ ଖୁବ୍ ଶୀଘ୍ର ଦଣ୍ଡିତ କରାଯିବ: ସିଆରପିଏଫ୍‌ ଇନ୍ସପେକ୍ଟର ଜେନେରାଲ୍

ଏଏନ୍ଆଇ ଅନୁଯାୟୀ, ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଜଣ ସିଆରପିଏଫ୍‌ ସୈନିକଙ୍କ ବଳିଦାନ ପରେ ସିଆରପିଏଫ୍‌ ଇନ୍ସପେକ୍ଟର ଜେନେରାଲ ଅଖିଳେଶ ପ୍ରସାଦ ସିଂ ରବିବାର କହିଛନ୍ତି ଯେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ଖୁବଶୀଘ୍ର କଠୋର ଦଣ୍ଡରେ ଦଣ୍ଡିତ କରାଯିବ।

You can also read: ଗୁଜରାଟ ତଟରେ ପାକିସ୍ତାନୀ ବୋଟ୍‌ ଜବତ , ୬୦୦ କୋଟିର ଡ୍ରଗ୍ସ ସହ ୧୪ ଗିରଫ


 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.