ନୂଆଦିଲ୍ଲୀ,୧୬।୩: ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ A350 ବିମାନରେ ଯାନ୍ତ୍ରିକ ତ୍ରୁଟି। ସୋମବାର ସକାଳେ ଦେଖାଯାଇଥିଲା ଯାନ୍ତ୍ରିକ ତ୍ରୁଟି  କାରଣରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆୟରଲ୍ୟାଣ୍ଡର ଶେଶନ୍ ବିମାନବନ୍ଦରରେ କରିଛି ଜରୁରୀ ଅବରତରଣ। ବିମାନଟି ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା।

ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି, ୧୫ ମାର୍ଚ୍ଚରେ ନ୍ୟୁୟର୍କ (ଜେଏଫ୍‌କେ)ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବିମାନ AI102କୁ ସମ୍ଭାବିତ ଯାନ୍ତ୍ରିକ ସମସ୍ୟା ପରେ ଆୟରଲ୍ୟାଣ୍ଡ ଆଡକୁ ଡାଇଭର୍ଟ କରାଯାଇଛି। ଏୟାରଲାଇନ୍ସ ଅନୁସାରେ, ବିମାନ ସ୍ଥାନୀୟ ସମୟ ଅନୁସାରେ, ସକାଳ ୪ଟା ୩୦ ମିନିଟରେ ଶେଶନ୍ ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଥିଲା। ସବୁ ଯାତ୍ରୀ ଓ ଚାଳକ ଦଳ ସୁରକ୍ଷିତ ଅଛନ୍ତି। ଅସୁବିଧା ପାଇଁ ଆମେ ଦୁଖିତ। ଆମେ ନିଜର ଯାତ୍ରୀ ଓ କ୍ରୁ ମେମ୍ବରଙ୍କ ସଦସ୍ୟଙ୍କୁ ସବୁ ଜରୁରୀ ସହାୟତା ଉପଲବ୍ଧ କରିବା ପାଇଁ ଶେଶନ୍ ବିମାନବନ୍ଦର ଅଧିକାରୀ ଓ ସ୍ଥାନୀୟ ଏଜେନ୍ସିଙ୍କ ସହିତ ମିଶିକି କାମ କରୁଛୁ।

ମୁଖପାତ୍ର କହିଛନ୍ତି, ବିମାନର ସୁରକ୍ଷା ମାନକ ଅନୁସାରେ, ବିସ୍ତୃତ ଟେକ୍ନୋଲୋଜିର ଯାଞ୍ଚ କରାଯାଉଛି। ଏୟାର ଇଣ୍ଡିଆ କହିଛି ଯାତ୍ରୀଙ୍କ ସୁରକ୍ଷାର ସର୍ବୋଚ୍ଚ ପ୍ରାଥମିକତା ରହିଛି ଓ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି। ଫ୍ଲାଇଟ ଟ୍ରାକିଂ ଓ୍ବେବସାଇଟ୍ ପ୍ଲାଇଟରାଡାର ୨୪ର ସଂଖ୍ୟା ଅନୁସାରରେ ବିମାନ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଆକାଶମାର୍ଗରେ ରହିବା ପରେ ଶେଶନ୍ ଆଡକୁ ମୋଡା ଯାଇଛି।

ଆହୁରି ପଢନ୍ତୁ : କିସ୍ତୱାରରେ ଏଚ୍ଆରଟି ପ୍ରୋଜେକ୍ଟ ସାଇଟ୍‌ରେ ଭୂସ୍ଖଳନ: ଦୁଇ ଶ୍ରମିକ ମୃତ,ଅନେକ ନିଖୋଜ