ନୂଆଦିଲ୍ଲୀ,୧୭/୧୦: ପ୍ରତିରକ୍ଷା ଏବଂ ସ୍ପେସ୍‌ ଡିଭିଜନ୍‌ରେ ୨୫୦୦ ପର୍ଯ୍ୟନ୍ତ କର୍ମଚାରୀଙ୍କୁ  ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ବିମାନ ନିର୍ମାତା ଏୟାର୍‌ବସ୍‌ । ସାଟେଲାଇଟ୍‌ ପ୍ରକଳ୍ପଗୁଡ଼ିକରେ ବର୍ଦ୍ଧିତ କ୍ଷତି ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କମ୍ପାନି ବୁଧବାର ପ୍ରକାଶ କରିଛି । ୨୦୨୬ ମଧ୍ୟଭାଗ ସୁଦ୍ଧା ଏହି ଛଟେଇ କରାଯିବ ବୋଲି ୟୁରୋପୀୟ ପ୍ଲେନ୍‌ ନିର୍ମାତା ସୂଚନା  ଦେଇଛି । ତେବେ ଏହି ଛଟେଇ କମ୍ପାନିର ପ୍ରତିରକ୍ଷା ଏବଂ ସ୍ପେସ୍‌ ୟୁନିଟ୍‌ର ମୋଟ କାର୍ଯ୍ୟବଳର  ପ୍ରାୟ ୭% । 

ସୂଚନାଯୋଗ୍ୟ, ଏୟାର୍‌ବସ୍‌ ସାଟେଲାଇଟ୍‌ ଓ ଟ୍ରାନ୍ସପୋର୍ଟ ପ୍ଲେନ୍‌ ନିର୍ମାଣ କରିଥାଏ ।  ୟୁରୋପୀୟ ମିସାଇଲ୍‌, ଫାଇଟର ଏବଂ ସ୍ପେସ୍‌ ଲଞ୍ଚ୍‌ ପ୍ରୋଗ୍ରାମରେ ଏହାର ପ୍ରମୁଖ ଅଂଶ ରହିଛି ।