ମୁମ୍ୱାଇ : ‘ୱେଲକମ୍ ଟୁ ଦ ଜଙ୍ଗଲ’ର ଟ୍ରେଲର ରିଲିଜ କରିବାକୁ ଆଜି ମୁମ୍ୱାଇରେ ଏକ ବଡ଼ ଇଭେଣ୍ଟର ଆୟୋଜନ ହୋଇ ଥିଲା। ଉକ୍ତ ଇଭେଣ୍ଟ ବେଳେ ଅକ୍ଷୟ କୁମାର ଇମୋସନାଲ ହୋଇ ଯାଇଥିଲେ। ସେ ନିଜର ରିଟାୟରମେଣ୍ଟକୁ ନେଇ ଖୋଲି କରି କହି ଥିଲେ। ଏହାସହ ସେ ଫିଲ୍ମ ନିର୍ଦ୍ଦେଶକ ଓ ଲେଖକ ନୀରଜ ଭୋରାଙ୍କ ସହ ଦିବଙ୍ଗତ ଅଭିନେତା ପଙ୍କଜ ଧୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ରିଟାୟରମେଣ୍ଟକୁ ନେଇ ଅକ୍ଷୟ କୁମାର କହିଲେ –

ଅକ୍ଷୟ କୁମାର କହିଥିଲେ , ବେଳେବେଳେ ମୋର ଅବସର ନେଇ ଯିବାକୁ ଇଚ୍ଛା ହୁଏ। ଅନେକ ସମୟରେ ଏହି ଭାବନା ସକାଳ ୪ଟା ସମୟରେ ମନକୁ ଆସେ। କିନ୍ତୁ ପାଞ୍ଚ ସେକେଣ୍ଡ ପରେ ମୋର ମନେପଡିଯାଏ ଯେ, ମୋତେ ଏକ ସୁଟିଂରେ ଯିବାକୁ ଅଛି, ଯେଉଁଠି ୩୦୦ ଜଣ ଲୋକ ମୋତେ ଅପେକ୍ଷା କରିଛନ୍ତି। ପରେ ମୁଁ ନିଜକୁ ନିଜେ କହେ ଆଗାମୀ ଦିନ ରିଟାୟରମେଣ୍ଟ (ଅବସର) ବିଷୟରେ ଭାବିବି। ଏମିତି କରି କରି ୩୬ ବର୍ଷ ବିତି ଯାଇଛି। ଆଉ ମୋର ଅବସର ଭାବନା ଘୁଞ୍ଚି ଘୁଞ୍ଚି ଚାଲିଛି।

ରିଟାୟରମେଣ୍ଟ ପରେ କଣ କରିବେ ଅକ୍ଷୟ ?

ଅକ୍ଷୟ ଆହୁରି କହିଛନ୍ତି , ମୁଁ ଭାବୁଛି ଯେ, ଯଦି ମୁଁ ରିଟାୟର ହୋଇଯାଏ, ତ ମୁଁ ଇଲେକ୍ଟ୍ରିସିଆନ , ଡଗ୍ ୱାକର , ମାଳି ଆଦି ହୋଇ ଯିବି। ଏଥିପାଇଁ ମୁଁ ଭାବେ ଭଲ ହେବ ଯେ, ମୁଁ କାମକୁ ଯିବି ଏବଂ ରିଟାୟର ହେବି ନାହିଁ। ମୁଁ ପରିବାର ସହ ସମୟ ବିତାଇବାକୁ ଚେଷ୍ଟା କରେ ଏବଂ ଦିନ ବିତିଗଲା ପରେ ଲୋକେ ମୋତେ ପଚାରନ୍ତି ଯେ, ମୁଁ କେବେ କାମକୁ ଫେରିବି। ମୋତେ ରିଟାୟରମେଣ୍ଟ ଶବ୍ଦ ବହୁତ ଖରାପ ଲାଗୁଛି। ମଣିଷକୁ ମୃତ୍ୟୁର ପାଞ୍ଚ ସେକେଣ୍ଡ ପୂର୍ବରୁ ରିଟାୟର ହେବା ଉଚିତ୍। ଯଦି ଆପଣ ଦୀର୍ଘ ଆୟୁଷ ଚାହାନ୍ତି , ତ କାର୍ଯ୍ୟ ଜାରି ରଖ।

ଅକ୍ଷୟ କୁମାରଙ୍କ ନୀରଜ ଭୋହରା ଓ ପଙ୍କଜ ଧୀରଙ୍କୁ ଟ୍ରିବ୍ୟୁଟ୍ –

ଇଭେଣ୍ଟରେ , ଅକ୍ଷୟ କୁମାର ଏହା ମଧ୍ୟ କହିଥିଲେ ଯେ, ‘ୱେଲକମ୍ ଟୁ ଦ ଜଙ୍ଗଲ’ର କାହାଣୀ ନୀରଜ ଭୋହରା କେମିତି ଲେଖି ଥିଲେ। ଅକ୍ଷୟ କହିଥିଲେ –ଏହି ଫିଲ୍ମ ମୋ ପାଇଁ ଏଥିପାଇଁ ଜରୁରୀ ଥିଲା , କାରଣ ଏହାର କାହାଣୀ ନୀରଜ ଭୋହରା ଲେଖିଛନ୍ତି। ମୁଁ ସର୍ବଦା ନିଜର ଇଣ୍ଟରଭ୍ୟୁରେ କହେ ଯେ , ମୁଁ ପ୍ରିୟଦର୍ଶନ , ରାଜକୁମାର ସନ୍ତୋଷୀ ଓ ନୀରଜ ଭୋହରାଙ୍କ ଠାରୁ କମେଡିରେ ବହୁତ କିଛି ଶିଖିଛି। ନୀରଜ ମୋତେ ବହୁତ କିଛି ଶିଖାଇଛନ୍ତି। ମୁଁ ଫିରୋଜ ନାଡିଆଡୱାଲାଙ୍କୁ ୩୬ ବର୍ଷ ହେବ ଜାଣିଛି। ମୁଁ ନିଜର ଷ୍ଟ୍ରଗଲ ସମୟରେ ତାଙ୍କ ପାଖକୁ ଯାଉ ଥିଲି। ସେ ପଙ୍କଜ ଧୀରଙ୍କ ବିଷୟରେ ମଧ୍ୟ ଟିପ୍ପଣୀରେ କହିଥିଲେ – ମୁଁ ନିଜର ପ୍ରଥମ ଫିଲ୍ମରେ ପଙ୍କଜ ଧୀର ସାହେବଙ୍କ ସହ କାମ କରି ଥିଲି। ସେ ଭିଲେନ ଥିଲେ ଏବଂ ଏହା ତାଙ୍କର ଶେଷ ଫିଲ୍ମ । ପଙ୍କଜ ତୁମେ ଯେଉଁଠି ବି ଥାଅ , ମୁଁ ତୁମକୁ ଭଲ ପାଉଛି।

ଫି’ ବାବଦରେ ଅକ୍ଷଣ କୁହନ୍ତି –

ଅକ୍ଷୟ ଏହା ପରେ ନିଜର ଫି ବିଷୟରେ କହି ଥିଲେ । ସେ ଫିଲ୍ମ ପାଇଁ କେବଳ ୧.୭ କୋଟି ଟଙ୍କା ଚାର୍ଜ କରିବାର ଗୁଜବକୁ ଖାରଜ କରି କହିଥିଲେ , ଯିଏ ବି ଆପଣଙ୍କୁ କହିଛନ୍ତି ଯେ, ମୁଁ ଏହି ଫିଲ୍ମ ପାଇଁ ୧.୭ କୋଟି ଚାର୍ଜ କରିଛି , ଏହା ଭୁଲ କହିଛନ୍ତି। ମୁଁ ତ ଏତେ ପରିମାଣ ଚୁକ୍ତି କରିନାହିଁ।

‘ୱେଲକମ୍ ଟୁ ଦ ଜଙ୍ଗଲ’ ବିଷୟରେ -

ଅକ୍ଷୟ କୁମାରଙ୍କ ବ୍ୟତୀତ , ‘ୱେଲକମ୍ ଟୁ ଦ ଜଙ୍ଗଲ’ରେ ଅର୍ଶଦ ୱାରସି , ଶ୍ରେୟସ ତଲପଡେ , ସୁନୀଲ ଶେଟ୍ଟୀ , ଜ୍ୟାକି ଶ୍ରଫ , ପରେଶ ରାୱଲ , ଦିଶା ପଟାନୀ ,ତୁଷାର କପୁର , ରବୀନା ଟଣ୍ଡନ, ଲାରା ଦତ୍ତା ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଭଳି କଳାକାର ଅଛନ୍ତି। ଏହି ଫିଲ୍ମକୁ ଅହମଦ ଖାନ ନିର୍ଦ୍ଦେଶନା ଦେଇଛନ୍ତି। ଅନ୍ୟପଟେ ସାଜିଦ ନାଡିଆଡୱାଲା ପ୍ରଡ୍ୟୁସ କରୁଛନ୍ତି। ଉକ୍ତ ଡ୍ରାମା , ଆକ୍ସନ ଓ କମେଡିରେ ଫେଣ୍ଟାଫେଣ୍ଟି ଫିଲ୍ମଟି ୨୬ ଜୁନରେ ରିଲିଜ ହେବ।

ଏହା ମଧ୍ୟ ପଢନ୍ତୁ :  Welcome To The Jungleର ଟ୍ରେଲର ରିଲିଜ : ଜୋରଦାର କମେଡି ସହ ଆକ୍ସନ ଓ ରୋମାନ୍ସର ପୂରା ଝଲକ