ନୂଆଦିଲ୍ଲୀ : ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଭେଟିବାକୁ ଚାହୁଁଛନ୍ତି କି ? ଅଲ୍ଲୁଙ୍କୁ ଭେଟିବା କ’ଣ ସହଜ ? ଅଭିନେତାଙ୍କୁ ଭେଟିବାକୁ ଚାହୁଁଥିବା ଲୋକଙ୍କ ପାଇଁ ରହିଛି ସ୍ବତନ୍ତ୍ର ନିୟମ, ଯେଉଁଥିରେ ୪୨ ଟି ନିୟମ ଅଛି, ଏଥିରେ ସେମାନେ କ'ଣ କରିବା ଉଚିତ ଏବଂ କ'ଣ କରିବା ଉଚିତ ନୁହେଁ ତାହା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଅଲ୍ଲୁଙ୍କୁ ନେଇ ଏଭଳି କିଛି ନିୟମ ଏବେ ଭାଇରାଲ ହେବାରେ ଲାଗିଛି । ଦକ୍ଷିଣ ସୁପରଷ୍ଟାରଙ୍କ ନାମ ଉପରେ ଏପରି କିଛି ଦାବି କରିବା ଅଭିଯୋଗ ହେବା ପରେ ଏକ ନୂତନ ବିବାଦ ଯୋଗୁଁ ଚର୍ଚ୍ଚାକୁ ଆସିଛି। ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଦଳ ଏବେ ଏକ ଆନୁଷ୍ଠାନିକ ନୋଟ୍ ସେୟାର କରିଛି ଯେଉଁଥିରେ କୁହାଯାଇଛି ଯେ, ସେମାନେ ପୁଷ୍ପା ଅଭିନେତାଙ୍କ ବିଷୟରେ ନକଲି ଏବଂ ଭିତ୍ତିହୀନ ସୂଚନା ପ୍ରସାରଣ କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଏହା ଜଣେ ବ୍ରାଣ୍ଡ ରଣନୀତିଜ୍ଞ ଏକ ପଡକାଷ୍ଟରେ ଦାବି କରିବାର କିଛି ଘଣ୍ଟା ପରେ ଆସିଛି ।
ଅଲ୍ଲୁ ଅର୍ଜୁନଙ୍କ ବିରୁଦ୍ଧରେ ଅଭିଯୋଗ ଭିତ୍ତିହୀନ...
ଅଧିକାରିକ ବିବୃତ୍ତିରେ ଲେଖାଯାଇଛି, "ଶ୍ରୀ ଆଲ୍ଲୁ ଅର୍ଜୁନଙ୍କ ବିଷୟରେ କରାଯାଇଥିବା କିଛି ସାମ୍ପ୍ରତିକ ମନ୍ତବ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା। ସେ ସର୍ବଦା ଅତ୍ୟନ୍ତ ସମ୍ମାନ ଏବଂ ମର୍ଯ୍ୟାଦାର ସହିତ କାର୍ଯ୍ୟ କରିଛନ୍ତି।" ଆମେ ଏହି ମିଥ୍ୟା ଅଭିଯୋଗ ଗୁଡ଼ିକୁ ଗମ୍ଭୀରତାର ସହ ନେଉଛୁ। ଆମର ଆଇନଗତ ଦଳ ଦାୟୀଙ୍କ ବିରୁଦ୍ଧରେ ମାନହାନି ମାମଲା ଆରମ୍ଭ କରୁଛି।
ଅଲୁ ଅର୍ଜୁନଙ୍କୁ ଭେଟିବା ପାଇଁ ୪୨ ନିୟମ...
ସୋସିଆଲ ମିଡିଆରେ ଏକ ପଡକାଷ୍ଟର ଏକ ଛୋଟ କ୍ଲିପ୍ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ରାଣ୍ଡ ରଣନୀତିଜ୍ଞ ଦାବି କରୁଛନ୍ତି ଯେ ଅଭିନେତା ଆଲୁ ଅର୍ଜୁନଙ୍କୁ ଭେଟିବା ସମୟରେ କଠୋର ନିୟମ ପାଳନ କରିବାକୁ ପଡିବ, ଯେଉଁଥିରୁ ଗୋଟିଏ ହେଉଛି ଆଖି ସହ ଆଖି ନଯୋଡିବା ।
ଏହା ସହ ପଢନ୍ତୁ : “ବାବ୍ରି ମସଜିଦ୍ ନିଶ୍ଚିତ ହେବ…ଯଦି ଦମ୍ ଅଛି ଅଟକାଇ ଦେଖାଅ”...ଯୋଗୀଙ୍କୁ ହୁମାୟୁନ୍ କବୀରଙ୍କ ଖୋଲା ଚ୍ୟାଲେଞ୍ଜ...