ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

AAP ନେତା ଅମାନତୁଲ୍ଲା ଖାନ୍‌ଙ୍କୁ ଗିରଫ କଲା ED, ଦିଲ୍ଲୀ ଓ୍ବାକଫ ବୋର୍ଡରେ ଦୁର୍ନୀତି କରିଥିବା ଅଭିଯୋଗ...

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିରୁ ଆଉ ଜଣେ ବଡ ନେତାଙ୍କୁ ଏବେ ED ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ଦିଲ୍ଲୀର ଓଖଲା ଆସନରୁ ଦଳର ବିଧାୟକ ଅମାନତୁଲ୍ଲା ଖାନ୍‌ଙ୍କୁ ଗିରଫ କରିଛି ED । ଖାନ୍‌ଙ୍କ ବିରୋଧରେ ଓ୍ବକଫ ସମ୍ପତ୍ତି ସହ ଜଡିତ ମାମଲାରେ ମନି ଲଣ୍ଡରିଂ ମାମଲା ଚାଲୁଛି । ସକାଳ ସାଢେ ୧୧ଟାରେ ED ତାଙ୍କୁ ପଚରାଉଚରା କରିଥିଲା । ଖାନ୍‌ଙ୍କ ବିଭିନ୍ନ ଠିକଣାରେ ମଧ୍ୟ ED ପକ୍ଷରୁ ଚଢାଉ ହୋଇସାରିଛି । ଏହି ଚଢାଉ ସମୟରେ ଅନେକ ଅପରାଧୀ ସାମଗ୍ରୀ ଜବତ କରାଯାଇଛି, ଯାହାକି ମନି ଲଣ୍ଡରିଂ ମାମଲାରେ ତାଙ୍କ ସମ୍ପୃକ୍ତି ଥିବା ଦର୍ଶାଉଛି ବୋଲି ଏଜେନ୍ସି କହିଛି । ସେପଟେ ଆପ୍ ଅଭିଯୋଗ କରିଥିଲା ଯେ, ଏହା ମିଥ୍ୟା ମାମଲା ମାନଙ୍କ ମଧ୍ୟରୁ ଗୋଟିଏ ଯାହାକି ତାଙ୍କ ଦଳର ନେତାଙ୍କ ଉପରେ ଲଗାଯାଇଛି । 

 ସୂଚନାଥାଉକି ମାତ୍ର  ଦିନ ପୂର୍ବରୁ ସୁପ୍ରିମକୋର୍ଟ ଅମାନତୁଲ୍ଲା ଖାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଅମାନତୁଲ୍ଲା ଖାନ ଆଜି ସକାଳେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ, ଯେଉଁଠାରେ କେନ୍ଦ୍ରୀୟ ଏଜେନ୍ସି ସକାଳ ସାଢେ ୧୧ ରୁ ତାଙ୍କୁ ପଚରାଉଚରା କରିଥିଲା । ଅରବିନ୍ଦ କେଜ୍ରିୱାଲମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଏବଂ ସଞ୍ଜୟ ସିଂଙ୍କ ପରେ ଅମାନତୁଲ୍ଲା ଖାନ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟିର ପଞ୍ଚମ ବଡ ନେତା । ଏଥିମଧ୍ୟରୁ କେବଳ ସଞ୍ଜୟ ସିଂ ଜେଲରୁ ବାହାରିଛନ୍ତି କାରଣ ତାଙ୍କୁ ଜାମିନ ମିଳିଛି । ଅମାନାତୁଲ୍ଲାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ସିବିଆଇ ଏଫଆଇଆର ଏବଂ ଦିଲ୍ଲୀ ପୋଲିସର  ଟି ଅଭିଯୋଗ ସହ ଜଡିତ।

ପ୍ରକୃତରେଅମାନତୁଲ୍ଲା ଖାନ ବେଆଇନ ଭାବେ ୩୨ ଜଣଙ୍କୁ ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ୍ ଭାବରେ ନିଯୁକ୍ତି ଦେଇଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ଏହା ସହିତ ସେ ବେଆଇନ ଭାବେ ଦିଲ୍ଲୀ ୱାକଫ ବୋର୍ଡର ଅନେକ ସମ୍ପତ୍ତି ଭଡା ଉପରେ ଦେଇଛନ୍ତି । ଦିଲ୍ଲୀ ୱାକଫ ବୋର୍ଡ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛିଯାହା ପରେ ତାଙ୍କ ବିରୋଧରେ ଟଙ୍କା ହେରଫେର ବା ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିଲା । ଇଡି କାର୍ଯ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ସେ ଦାବି କରିଛନ୍ତି ଯେ ଯେତେବେଳେ ସେ ୱାକଫ ବୋର୍ଡର ଚେୟାରମ୍ୟାନ୍ ଥିଲେସେତେବେଳେ ସେ ନିୟମ ମାନିଥିଲେ ଏବଂ ଆଇନଗତ ମତାମତ ନେବା ପରେ ଏବଂ ୨୦୧୩ ରେ ଆସିଥିବା ନୂତନ ଅଧିନିୟମ (ବୋର୍ଡ ପାଇଁ) ଅନୁଯାୟୀ କାର୍ଯ୍ୟ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.