ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲା, ଆସିଲା ପ୍ରଜ୍ବଳ ରେବାନ୍ନାଙ୍କ ପ୍ରଥମ ପ୍ରତିକ୍ରିୟା

Image Courtesy: businesstoday

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଅଶ୍ଳୀଳ ଭିଡିଓ ମାମଲାରେ ଫସିଥିବା ହାସନର ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ମାମଲା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ପ୍ରଜ୍ବଳ ରେବାନ୍ନା ବିଦେଶ ଚାଲିଯାଇଥିଲେ । ଏବେ ସେ ଟ୍ବିଟ୍‌ କରି ଏହି ମାମଲା ଉପରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରଜ୍ବଳ ରେବାନ୍ନା କହିଛନ୍ତି, ବେଙ୍ଗାଲୁରୁରେ ନଥିବା ହେତୁ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ । ବେଙ୍ଗାଲୁରୁ ସିଆଇଡି ସହିତ ଓକିଲଙ୍କ ଜରିଆରେ ନିଜର ପକ୍ଷ ରଖିଛନ୍ତି । ଏହା ସହ ଖୁବଶୀଘ୍ର ସତ୍ୟ ଉଜାଗର ହେବ ବୋଲି ଏକ୍ସ (ପୂର୍ବରୁ ଟ୍ବିଟ୍‌ର)ରେ ଉଲ୍ଲେଖ କରିଛନ୍ତି ପ୍ରଜ୍ବଳ ରେବାନ୍ନା ।




ଲୋକସଭା ନିର୍ବାଚନର ପ୍ରଥମ ଚରଣ ଭୋଟିଂ ଏପ୍ରିଲ ୨୬ରେ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟାୟରେ ହାସନ ଲୋକସଭା ଆସନ ଲାଗି ଭୋଟ୍‌ ପଡ଼ିଥିଲା । ଏହି ଆସନରୁ ପ୍ରାର୍ଥୀ ଅଛନ୍ତି ଜେଡିଏସ୍‌ ନେତା ପ୍ରଜ୍ବଳ ରେବାନ୍ନା । ମତଦାନ ଶେଷ ହେବା ପରେ ପରେ ବିଜେପି ଏବଂ ଜେଡିଏସ୍‌ ମେଣ୍ଟ ପ୍ରାର୍ଥୀ ପ୍ରଜ୍ବଳ ରେବାନ୍ନା ବିଦେଶ ଚାଲି ଯାଇଥିଲେ । ସେ ବିଦେଶ ଚାଲିଯିବା ପରେ କର୍ଣ୍ଣାଟକର ଅଶ୍ଳୀଳ ଭିଡିଓ ବିବାଦ ତୀବ୍ର ରୂପ ଧାରଣ କରିଛି । ଏହି ମାମଲାରେ ସ୍ବତନ୍ତ୍ର ତଦନ୍ତ ଟିମ୍ (ଏସଆଇଟି) ଯାଞ୍ଚ ଆରମ୍ଭ କରିବା ପରେ ପ୍ରଜ୍ବଳ ରେବାନ୍ନାଙ୍କ ପ୍ରତିକ୍ରିୟା ମିଳିଛି ।

 ମଙ୍ଗଳବାର ଦିନ ଏସଆଇଟି ସାଂସଦ ପ୍ରଜ୍ବଳ ରେବାନ୍ନା ଏବଂ ପିତା ଏଚଡି ରେବାନ୍ନାଙ୍କୁ ନୋଟିସ କରିଥିଲା । ପ୍ରଜ୍ବଳ ରେବାନ୍ନାଙ୍କ ପିତା ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ବିଧାୟକ ଅଛନ୍ତି । ସୂଚନଯୋଗ୍ୟ, ପ୍ରଜ୍ବଳ ରେବାନ୍ନାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ହାସନ ଜିଲ୍ଲାର ହୋଲେନରସିପୁରା ଥାନାରେ ରବିବାର ଦିନ ଏକ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରଜ୍ବଳ ରେବାନ୍ନା ଏବଂ ପିତା ଏଚଡି ରେବାନ୍ନାଙ୍କ ବିରୁଦ୍ଧରେ ଆଇପିସି ଧାରା ୩୫୪ ଏ (‌ଯୌନ ଶୋଷଣ), ୩୫୪ ଡି (ପିଛା କରିବା), ୫୦୬ (ଧମକ ଦେବା) ଏବଂ ୫୦୯ (ମହିଳାଙ୍କ ସମ୍ମାନରେ ଆଞ୍ଚ୍‌ ଆଣିବା) ଅନ୍ତର୍ଗତ ମାମଲା ରୁଜୁ କରିଥିବା ପୋଲିସ ।

ପ୍ରଜ୍ବଳ ରେବାନ୍ନାଙ୍କ ଦ୍ବାରା ତିଆରି ତଥାକଥିତ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହେବା ପରେ ‘ସେକ୍ସ ସ୍କାଣ୍ଡାଲ୍‌’ର ଯାଞ୍ଚ ନେଇ ଏସଆଇଟି ଗଠନ ହୋଇଛି । ଆଉ ଏହାର ନେତୃତ୍ବ ଅପରାଧିକ ଯାଞ୍ଚ ବିଭାଗ (ସିଆଇଡି)ର ଅତିରିକ୍ତ ପୋଲିସ ମହାନିର୍ଦେଶକ ଭିକେ ସିଂହ ନେଇଛନ୍ତି । ସେପଟେ ପ୍ରଜ୍ବଳ ରେବାନ୍ନା ଏବେ ବିଦେଶରେ ଥିବା ବେଳେ ଏସଆଇଟି ସାମ୍ନା‌ରେ ହାଜର ହେବାକୁ ସେ ୭ ଦିନ ସମୟ ନେଇଥିବା କୁହାଯାଉଛି । ତେବେ ପ୍ରଜ୍ବଳ ରେବାନ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.