ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୪ଘଣ୍ଟାରେ ଅମେଠୀ ଏବଂ ରାୟବରେଲୀରେ ନିଆଯିବ ନିଷ୍ପତ୍ତି- କଂଗ୍ରେସ

ନୂଆଦିଲ୍ଲୀ, ୧/୫ :  ଲୋକସଭା ନିର୍ବାଚନର ତୃତୀୟ ଚରଣର ପ୍ରଚାର ଅଭିଯାନ ଖୁବ୍ ଜୋରରେ ଜାରି ରହିଛି । ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସମେତ ଦେଶର କେତେକ ରାଜନୈତିକ ଦଳ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି । କିନ୍ତୁ ଏ ସବୁ ଭିତରେ ଦେଶର ଜନତା ବିଶେଷ କରି ଅମେଠୀ ଏବଂ ରାୟବରେଲୀର ଜନତାଙ୍କ ନଜର କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ରହିଛି । ଯାହାକି ଅମେଠୀ ଏବଂ ରାୟବରେଲୀରେ କଂଗ୍ରେସ ନିଜ ପ୍ରାର୍ଥୀଙ୍କ ନାଁର ଔପଚାରିକ ଘୋଷଣା କରିବ ।

ପ୍ରକାଶ ଯେ, ଏହି ଦୁଇ ସିଟ ଗତ କେତେ ବର୍ଷ ହେବ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ସିଟ୍ ବୋଲି କୁହାଯାଏ । ଏ ସବୁ ମଧ୍ୟରେ ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି କି ଅମଠେୀ ଏବଂ ରାୟବରେଲୀରେ କଂଗ୍ରେସର ପ୍ରାର୍ଥୀ କିଏ ହେବେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଷ୍ପତ୍ତି ନେବେ । ଏବଂ ଏହାର ଘୋଷଣା ଆଗାମୀ ୨୪ଘଣ୍ଟାରେ ହେବ । ଏହାସହ ସେ ଏହା ବି କହିଛନ୍ତି କି ଯଦି କେହି ଏଭଳି କଥା କହୁଛି କି ଆମେ ଅମେଠୀ ଏବଂ ରାୟବରେଲୀରେ ପ୍ରାର୍ଥୀ ଓହ୍ଲାଇବାକୁ ଡରୁଛୁ ତ ଏହା ସମ୍ପୂର୍ଣ୍ଣ ଭୂଲ ଅଟେ । ଏଭଳି କିଛି ନୁହେଁ । ସମୟ ଆସିଲେ ଆମେ ପ୍ରାର୍ଥୀଙ୍କ ଘୋଷଣା ବି କରିବୁ ।

ପ୍ରକାଶ ଯେ, ଅମେଠୀ ଏବଂ ରାୟବରେଲୀରୁ କଂଗ୍ରେସ କୌଣସି ନିଜ ପ୍ରାର୍ଥୀ କରିବେ ଏହାକୁ ନେଇ କେତେକ ଦିନରୁ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ ଦଳ ଏଥର ରାୟବରେଲୀରୁ ରାହୁଲ ଗାନ୍ଧୀଙ୍କୁ ମୈଦାନରେ ଓହ୍ଲାଇବା ଉପରେ ବିଚାର କରୁଛି । ଯାହାକି ପ୍ରିୟଙ୍କା ଗାନ୍ଧୀ ଏବେ ଆହୁରି କିଛି ଦିନ ସକ୍ରିୟ ରାଜନୀତିରୁ ଦୂରେଇ ରହିପାରନ୍ତି ।

ମାତ୍ର କଂଗ୍ରେସ ହାଇକମାଣ୍ଡଙ୍କ ତରଫରୁ ଏବେ ପର୍ଯ୍ୟନ୍ତ ଏପରି କୌଣସି ପ୍ରକାର ଔପଚାରିକ ଘୋଷଣା କରିନାହାନ୍ତି । ପ୍ରକାଶ ଯେ, ରାହୁଲ ଗାନ୍ଧୀ ବର୍ତ୍ତମାନ ସମୟରେ ଓ୍ବାୟନାଡ଼ରୁ ବି ସାଂସଦ ଅଛନ୍ତି । 

ଜୟରାମ ରମେଶ କଂଗ୍ରେସର ଘୋଷଣାପତ୍ର ନ୍ୟାୟ ପତ୍ର ଉପରେ ଆଲୋଚନା କରିଥିଲେ । ସେ କହିଥିଲେ କି ଆଜି ଶ୍ରମିକ ଦିବସ ଅଛି । ଆମେ ନିଜ ‘ନ୍ୟାୟ ପତ୍ର’ରେ ୪୦୦ଟଙ୍କା କମରୁ କମ୍ ମନରେଗାରେ ମଜୁରୀ ଦେବାକୁ ପ୍ରତିଶ୍ରୁତି ଦେଇଛୁ । ଏହାସହ ଶ୍ରମିକଙ୍କ ଲାଗି ୨୫ଲକ୍ଷର ହେଲ୍ଥ କଭରେଜ ବି ଦିଆଯିବ । ୨୦୦୬ରେ ଯେଭଳି ମନରେଗା ପାରିତ କରାଯାଇଥିଲା ସେହିଭଳି ଭାବେ ସହରୀ ରୋଜଗାର ଆଇନ ପ୍ରସ୍ତୁତ କରିବୁ । ଅସଂଗଠିତ କ୍ଷେତ୍ର ଲାଗି ସାମାଜିକ ସୁରକ୍ଷା ଆଇନ ପ୍ରସ୍ତୁତ କରିବୁ। ସୁରକ୍ଷିତ ରୋଜଗାର ହେବ । ଆମେ ଆଗାମୀ ଦିନରେ କଣ୍ଟ୍ରାକ୍ଟ ସିଷ୍ଟମକୁ ବନ୍ଦ କରିବୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.