ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଙ୍ଘାତିକ ହେଲାଣି ଗ୍ରୀଷ୍ମ ପ୍ରବାହ, ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଲା ଝାରସୁଗୁଡ଼ା ଓ ଭୁବନେଶ୍ଵର ତାତି

ଭୁବନେଶ୍ଵର, ୦୧/୦୫ : ସାଙ୍ଘାତିକ ହେଲାଣି ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ। ଅଗ୍ନିକୁଣ୍ଡ ପାଲଟିଲାଣି ରାଜ୍ୟ। ବୁଧବାର ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଲା ଝାରସୁଗୁଡ଼ା ଓ ଭୁବନେଶ୍ଵର ତାତି। ୪୧.୩ ଡିଗ୍ରୀ ସହ ଝାରସୁଗୁଡ଼ାରେ ରେକର୍ଡ ହୋଇଛି ସର୍ବାଧିକ ତାପମାତ୍ରା। ସେହିପରି ଭୁବନେଶ୍ଵରରେ ୪୧.୨ ଡିଗ୍ରୀ, ସମ୍ଵଲପୁରରେ ୪୦.୬ ଡିଗ୍ରୀ, ହୀରାକୁଦରେ ୪୦.୪ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ରାଉରକେଲାରେ ୩୯.୬ ଡିଗ୍ରୀ, ବାଲେଶ୍ଵରରେ ୩୯.୫ ଡିଗ୍ରୀ, ପାରାଦୀପରେ ୩୪.୭ ଡିଗ୍ରୀ, ପୁରୀରେ ୩୩.୮ ଡିଗ୍ରୀ, ଗୋପାଳପୁରରେ ୩୨.୪ ଡିଗ୍ରୀ ରେକର୍ଡ ହୋଇଛି। 

ସୂଚନାନୁଯାୟୀ, ବୁଧବାର ସକାଳ ସାଢେ ୮ଟା ସୁଦ୍ଧା ତାଳଚେରରେ ସର୍ବାଧିକ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭବାନୀପାଟଣାରେ ୩୭.୪ ଡିଗ୍ରୀ, ବାରିପଦାରେ ୩୬.୪ ଡିଗ୍ରୀ, ବଲାଙ୍ଗୀରରେ ୩୬.୨ ଡିଗ୍ରୀ, ଟିଟଲାଗଡ଼ରେ ୩୬ ଡିଗ୍ରୀ, ବାଲେଶ୍ଵରରେ ୩୬ ଡିଗ୍ରୀ, ହୀରାକୁଦରେ ୩୫.୬ ଡିଗ୍ରୀ, ଝାରସୁଗୁଡ଼ାରେ ୩୫.୪ ଡିଗ୍ରୀ, କେନ୍ଦୁଝରରେ ୩୫.୪ ଡିଗ୍ରୀ, କଟକରେ ୩୫ ଡିଗ୍ରୀ, ସମ୍ବଲପୁରରେ ୩୫ ଡିଗ୍ରୀ, ମାଲକାନଗିରିରେ ୩୫ ଡିଗ୍ରୀ, ବୌଦ୍ଧରେ ୩୫ ଡିଗ୍ରୀ, ସୋନପୁରରେ ୩୪.୮ ଡିଗ୍ରୀ, ଭୁବନେଶ୍ଵରରେ ୩୪.୮ ଡିଗ୍ରୀ, ରାଉରକେଲାରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.