ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରକାରୀ ଘର ଦେବା ନାଁରେ ପୁଣି ଠକେଇ, ଘର ପିଛା ୪୦ ହଜାର ଲୁଟିନେଲେ

କଟକ,୩୦/୦୪: କଟକ ମହାନଗର ନିଗମ (ସିଏମ୍‌ସି) ଅଧୀନ ଅନ୍ଦରପୁରରେ ସରକାରୀ ଘର ଦେଖାଇ, ଷ୍ଟାମ୍ପ୍‌ପେପର୍‌ ଓ ସରକାରୀ ଦସ୍ତାବିଜ୍‌ର ଚକ୍‌ମା ଦେଇ, ଲୋକଙ୍କୁ ଠକି ଦିଆଯାଇଛି । ବିକାଶ ଭବନର ବିଭାଗୀୟ ଅଧିକାରୀ ଓ ସରକାରୀ ଆକାଉଣ୍ଟ୍‌କୁ ଟଙ୍କା ଦିଆଯିବା କଥା କହି, ନୋଟାରୀ କାଗଜାତ୍‌ ଦେଖାଇ, ଅନେକ ଲୋକଙ୍କଠାରୁ ଟଙ୍କା ମଧ୍ୟ ଆଦାୟ କରାଯାଇଛି । କେବଳ ସେତିକି ନୁହେଁ, ନକଲି ଉସା (ଅର୍ବାନ୍‌ ସ୍ଲମ୍‌ ହାଉସହୋଲ୍ଡ ଏରିଆ ସର୍ଭେ) ନମ୍ବର ପ୍ରଦାନ କରି ଟଙ୍କା ଆଦାୟ କରାଯାଇଛି । ଏଭଳି ଭାବେ ସହରର ବିଭିନ୍ନ ସ୍ଥାନରେ ରହୁଥିବା ଗରିବ ଲୋକଙ୍କୁ ସରକାରୀ ଘର ଦେଇ ଥଇଥାନ କରାଯିବା ଆଳରେ ଠକି ନିଆଯାଇଛି ପାଖାପାଖି ୨ଲକ୍ଷରୁ ଅଧିକ ଟଙ୍କା । ଠକାମିର ଶିକାର ହୋଇଥିବା ମହିଳାମାନେ ବିକାଶ ଭବନ ଆସି ନିଜ ଗୁହାରି ଜଣାଇବା ସହ ଆଇନର ଆଶ୍ରୟ ନେଇଛନ୍ତି । ଦୀର୍ଘ ବର୍ଷ ପରେ ଅନ୍ଦରପୁରରେ ଥିବା ସରକାରୀ ଘର ଦେବା ନାଁରେ ଠକାମି ଘଟଣାର ପୁନରାବୃତ୍ତି ଘଟିବା ଏବେ ଚିନ୍ତାର ବିଷୟ ପାଲଟିଛି ।

ଅଭିଯୋଗ ଅନୁସାରେ, ସିଏମ୍‌ସି ଅଧୀନରେ ଥିବା ବାସହୀନ ତଥା ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ଅନ୍ଦରପୁର ଠାରେ ସରକାରୀ ଘର ରହିଛି । ଇଣ୍ଟିଗ୍ରେଟେଡ୍‌ ହାଉସିଂ ସ୍ଲମ୍‌ ଡେଭଲପ୍‌ମେଣ୍ଟ୍‌ ପ୍ରୋଗ୍ରାମ୍‌ (ଆଇଏଚ୍‌ଏସ୍‌ଡିପି) ଅଧୀନରେ ନିର୍ମାଣ ହୋଇଥିବା ଏହି ବିଲ୍ଡିଂରେ ପାଖାପାଖି ୧୯୨ଟି ଘର ରହିଛି । ସେଥିରୁ ସିଏମ୍‌ସି ଦ୍ୱାରା ସର୍ଭେ କରାଯାଇ ୧୨୦ଟି ଘର ବଣ୍ଟା ହୋଇଛି ।   

ଆଉ କିଛି ଘରର ମରାମତି କାମ ଜାରି ରହିଛି । ଇତିମଧ୍ୟରେ ପିଲ୍‌ଗ୍ରୀମ୍‌ ରୋଡ୍‌ସ୍ଥିତ ସୂର୍ଯ୍ୟନଗର ବସ୍ତିର ବସ୍ତି ଉନ୍ନୟନ ସଂଘର ସଭାପତି ବବିତା ରାଓ ସହରରେ ଥିବା କିଛି ଗରିବ ଲୋକଙ୍କୁ ସେମାନଙ୍କ ବସ୍ତିର ଦର୍ଶାଇ ଅନ୍ଦରପୁରରେ ସରକାରୀ ଘର ଦେବାକୁ କହି ୧୦ରୁ ଅଧିକ ମହିଳାଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ପ୍ରଥମେ ଶ୍ରୀମତୀ ରାଓ ସେମାନଙ୍କୁ ନେଇ ଅନ୍ଦରପୁରରେ ଘର ଦେଖାଇଥିଲେ । କିଛି ମାସ ତଳେ ସିଏମ୍‌ସିର ନକଲି ଉସା ସର୍ଭେ ଷ୍ଟିକର୍‌ ପ୍ରଦାନ କରି ପ୍ରତି ମହିଳାଙ୍କ ଠାରୁ ୮ହଜାର ଟଙ୍କା ନେଇଛନ୍ତି । ସରକାରୀ ଅଧିକାରୀଙ୍କ ନିକଟରେ ଆବେଦନ କରାଯିବ ଓ ସେ ଏହି ଟଙ୍କା ନେବେ କହି ସରକାରୀ ନୋଟାରୀ କାଗଜ ଦେଇଥିଲେ । ଉକ୍ତ ନୋଟାରୀ କାଗଜ, ଷ୍ଟାମ୍ପ୍‌ପେପର୍‌ରେ ବିକାଶ ଭବନର ବସ୍ତି ଉନ୍ନୟନ ବିଭାଗ ସହିତ ବଜ୍ରକବାଟୀ ରୋଡ୍‌ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କର ଏକ ଆକାଉଣ୍ଟ ନମ୍ବରରେ ଟଙ୍କା ଦିଆଯିବା ନେଇ ଉଲ୍ଲେଖ ରହିଛି । ଏମିତିକି ଉକ୍ତ ନୋଟାରୀ କାଗଜରେ ସିଏମ୍‌ସିର ନକଲି ଷ୍ଟାମ୍ପ ଓ ଦସ୍ତଖତ ରହିଛି । ଏଭଳି ଗୋଟିଏ ପରେ ଗୋଟିଏ ନୋଟାରୀ କାଗଜରେ ବିଭିନ୍ନ ଆଳ ଦେଖାଇ ଘର ପାଇଁ ପ୍ରତି ଲୋକଙ୍କ ଠାରୁ ଆଦାୟ କରାଯାଇଛି ୪୦ହଜାର ଟଙ୍କା । ଉକ୍ତ ବସ୍ତି ସମେତ ବିଭିନ୍ନ ସ୍ଥାନରେ ରହୁଥିବା ଲୋକମାନେ ଦୀର୍ଘ ଦିନରୁ ଟଙ୍କା ଦେବା ପରେ ଘର ନ ମିଳିବାରୁ ଆଜି ବିକାଶ ଭବନ ଆସିଥିଲେ ୧୦ଜଣ ମହିଳା । ସେମାନେ ଉକ୍ତ ବିଭାଗରେ ସମସ୍ତ କାଗଜପତ୍ର ଦେଖାଇ ସର୍ଭେ ତାଲିକା ଯାଞ୍ଚ୍‌ କରିଥିଲେ । କିନ୍ତୁ ସରକାରୀ ତାଲିକାରେ ସେମାନଙ୍କ ନାମ ନ ଥିଲାବେଳେ ସେମାନେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଚିନ୍ତାରେ ପଡ଼ି ସେମାନେ ବିଭାଗୀୟ ଅଧିକାରୀଙ୍କୁ ଦେଖା କରିବାକୁ ଯାଇଥିଲେ ମଧ୍ୟ ଅଧିକାରୀ ନ ଥିବାରୁ ନିରାଶ ହୋଇ ଠକାମିର ଶିକାର ହୋଇଥିବା ଝିଲ୍ଲୀ ପ୍ରଧାନ ଓ ଝିଲ୍ଲୀ ରେଡୀ ପ୍ରମୁଖ ଥାନାରେ ଅଭିଯୋଗ କରିଛନ୍ତି ।

କଟକ ସହରରେ ପୂର୍ବରୁ ଏଭଳି ଏକ ଠକାମି ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସାରା ସହରରେ ଚହଳ ସୃଷ୍ଟି ହୋଇଥିଲା ବେଳେ ପୁଲିସ୍‌ ଓ ସିଏମ୍‌ସି ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଦୀର୍ଘ ବର୍ଷ ପରେ ପୁଣି ସମାନ ଘର ଦେଖାଇ ସମାନ ଢଙ୍ଗରେ ଜଣେ ଏସ୍‌ଡିଏ କମିଟି ସଦସ୍ୟା ଲୋକଙ୍କୁ ଠକିବା ଚିନ୍ତାର ବିଷୟ ପାଲଟିଛି । ସହରରେ ଏଭଳି ଏକ ବଡ଼ ର‌୍ୟାକେଟ୍‌ କାମ କରୁଥିଲା ବେଳେ ଏଥିରେ ସିଏମ୍‌ସି କର୍ତ୍ତୃପକ୍ଷ ସାମିଲ୍‌ ଥିବା ସନ୍ଦେହ ହେଉଛି । 

ଏଭଳି ସ୍ଥିତିରେ ଶ୍ରୀମତୀ ରାଓଙ୍କ ସ୍ୱାମୀ ହିରୋ ଦାସ କହିଛନ୍ତି, ମୋ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ଟଙ୍କା କାରବାର ସମ୍ପର୍କରେ ମୁଁ ଅଳ୍ପ ବହୁତ ଜାଣିଛି । ସେମାନଙ୍କୁ ଡାକିଛି, ଆଲୋଚନା କରି ଟଙ୍କା ଫେରାଇବାର ବ୍ୟବସ୍ଥା କରିବି । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସିଏମ୍‌ସି ଡେପୁଟି କମିସନର ଶ୍ୱେତପଦ୍ମା ଡି. ଶତପଥୀ କହିଛନ୍ତି, ଏ ନେଇ କୌଣସି ଲିଖିତ ଅଭିଯୋଗ ଆସିନାହିଁ । ଅଭିଯୋଗ ଆସିବା ପରେ କମିସନରଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.