ନୂଆଦିଲ୍ଲୀ : ଲାର୍ସନ ଆଣ୍ଡ ଟୁବ୍ରୋର ଚେୟାରମ୍ୟାନ ଏସଏନ ସୁବ୍ରମଣ୍ୟମଙ୍କ ସପ୍ତାହରେ ୯୦ ଘଣ୍ଟା କାମ କରିବାର ପରାମର୍ଶ ଉପରେ ମାହୋଲ ସରଗରମ୍ ହୋଇଛି। ସୋସିଆଲ ମିଡ଼ିଆରୁ ନେଇ ସେଲିବ୍ରେଟିଜ୍ଙ୍କ ଯାଏ, ଏସଏନ ସୁବ୍ରମଣ୍ୟମ୍ଙ୍କ ଉପରେ ଟାର୍ଗେଟ୍ କରିଛନ୍ତି। ଏବେ ଜଣାଶୁଣା ବିଜନେସମ୍ୟାନ ତଥା ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି କି, ସେ କାମର କ୍ୱାଲିଟିରେ ବିଶ୍ୱାସ କରନ୍ତି , ନୁହେଁକି ତାଙ୍କର କ୍ୱାଣ୍ଟିଟିରେ। କାର୍ଯ୍ୟକ୍ରମ ବେଳେ, ଆନନ୍ଦ ମହିନ୍ଦ୍ରା ଏକ ପ୍ରଶ୍ନର ଜବାବରେ କହିଛନ୍ତି କି, ମୁଁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏଥିପାଇଁ ନାହିଁ କି , ମୁଁ ଏକୁଟିଆ। ମୋର ପତ୍ନୀ ବହୁତ ଭଲ , ମୋତେ ତାଙ୍କୁ ଦେଖିବାକୁ ପସନ୍ଦ। ମୁଁ ସୋସିଆଲ ମିଡ଼ିଆରେ ଏଥିପାଇଁ ଅଛି, କାରଣ ଏହା ଏକ ଅଦ୍ଭୁତ ବିଜନେସ୍ ଟୁଲ୍। କହି ରଖୁଛୁ କି, ସୁବ୍ରମଣ୍ୟମ ଅଧିକରୁ ଅଧିକ ସମୟ ଯାଏ ଅଫିସରେ କାମ କରିବାର କଥାକୁ ନେଇ କହିଥିଲେ କି, ଘରେ ଆପଣ କେତେ ସମୟ ଯାଏ ପତ୍ନୀଙ୍କୁ ଦେଖୁ ଥିବେ।
ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆନନ୍ଦ ମହିନ୍ଦ୍ରା ଯୁବକଯୁବତୀଙ୍କୁ କହିଛନ୍ତି , ମୁଁ ନାରାୟଣ ମୂର୍ତ୍ତି (ଇନ୍ଫୋସିସର ପ୍ରତିଷ୍ଠାତା) ଓ ଅନ୍ୟ ଲୋକମାନଙ୍କୁ ବହୁତ ସମ୍ମାନ କରେ। ଏଥିପାଇଁ ମୋତେ ଭୁଲ ବୁଝିବା ଉଚିତ୍ ନୁହେଁ। କିନ୍ତୁ ମୋତେ କିଛି କହିବାର ଅଛି , ମୋତେ ଲାଗୁଛି କି ଏହି ଯୁକ୍ତି ଭୁଲ ଦିଗରେ ଯାଉଛି। ମୋର କହିବା ହେଲା କି, ଆମେ କାମର ଗୁଣବତ୍ତା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଉଚିତ୍, କାମର ପରିମାଣ ଉପରେ ନୁହେଁ। ଏଥିପାଇଁ ଏହା ୪୮ , ୪୦ ଘଣ୍ଟା , ୭୦ ଘଣ୍ଟା ବା ୯୦ ଘଣ୍ଟା ବିଷୟରେ ନୁହେଁ। ସେ କହିଛନ୍ତି କି, ଏହି କାମର ଆଉଟପୁଟ୍ ଉପରେ ନିର୍ଭର କରେ। ଯଦି ୧୦ ଘଣ୍ଟା ମଧ୍ୟ କାମ ହେଉଛି ତ, ଆପଣ କଣ ଆଉଟପୁଟ୍ ଦେଉଛନ୍ତି ? ଆପଣ ୧୦ ଘଣ୍ଟାରେ ଦୁନିଆ ବଦଳାଇ ପାରନ୍ତି। ଆନନ୍ଦ ମହିନ୍ଦ୍ରା କହିଛନ୍ତି, ସେ ସର୍ବଦା ଏହା ମାନନ୍ତି କି , କାହାର ବି କମ୍ପାନୀରେ ଏମିତି ଲିଡର ଓ ଲୋକ ରହିବା ଉଚିତ୍ , ଯିଏକି ବୁଦ୍ଧିମାନର ସହ ନିର୍ଣ୍ଣୟ ଓ ଚୟନ କରୁଥିବେ।
ଏହି କଥା ଉପରେ ବିସ୍ତୃତରେ କହିଛନ୍ତି ଯେ, କେଉଁ ପ୍ରକାରର ମସ୍ତିଷ୍କ ସଠିକ ଚୟନ ଓ ସଠିକ୍ ନିଷ୍ପତ୍ତି ନେଇଥାଏ, ଆନନ୍ଦ ମହିନ୍ଦ୍ରା କହିଛନ୍ତି - ଏହା ଏକ ଏମିତି ମସ୍ତିଷ୍କ , ଯାହା ସମଗ୍ର ବିଚାର ସହ ଯୋଡ଼ି ହୋଇଥାଏ ଏବଂ ସାରା ଦୁନିଆର ଇନପୁଟ୍ ପାଇଁ ଖୋଲା ରହିଥାଏ। ଏଥିପାଇଁ ମୁଁ ଲିବରଲ ଆର୍ଟ୍ସର ପକ୍ଷରେ ଅଛି। ମୋତେ ଲାଗୁଛି କି ଆପଣ ଇଂଜିନିୟର ହୁଅନ୍ତି କି ଏମବିଏ ହୁଅନ୍ତୁ , ଆପଣଙ୍କର କଳାର ଅଧ୍ୟୟନ କରିବା ଉଚିତ୍ । ଆପଣଙ୍କୁ ସଂସ୍କୃତିର ଅଧ୍ୟୟନ କରିବା ଉଚିତ୍। କାହିଁକି ନା ମୁଁ ଭାବେ କି ଯେବେ ଆପଣଙ୍କ ପାଖରେ ପୂରା ଖବର ଥାଏ ଏବଂ ଆପଣଙ୍କୁ କଳା ଓ ସଂସ୍କୃତି ବିଷୟରେ ଜଣାଥାଏ ତ ଆପଣ ଖୁବ ଭଲ ନିର୍ଣ୍ଣୟ ନେଇଥାନ୍ତି , ସେତେବେଳେ ଯାଇ ଆପଣ ଭଲ ନିର୍ଣ୍ଣୟ ନେଇ ପାରିବେ।
ସେ ଆହୁରି କହିଛନ୍ତି ,ଯଦି ଆପଣ ଏମିତି କରନ୍ତି ନାହିଁ , ଯଦି ଆପଣ ଘରେ ସମୟ ବିତାଇ ପାରୁ ନାହାନ୍ତି , ଯଦି ଆପଣ ବନ୍ଧୁଙ୍କ ସହ ସମୟ ବିତାଇ ପାରୁ ନାହାନ୍ତି , ଯଦି ଆପଣ ପଢୁ ନାହାନ୍ତି , ଯଦି ଆପଣ ଏମିତି କରୁ ନାହାନ୍ତି , ଯଦି ଆପଣଙ୍କ ପାଖରେ ଚିନ୍ତନର ସମୟ ନାହିଁ , ତ ଆପଣ ନିର୍ଣ୍ଣୟ ନେବାରେ ସଠିକ୍ ଇନପୁଟ୍ କେମିତି ଆଣିବେ ?
ନିଜର ଅଟୋ ବିନିର୍ମାଣ ବ୍ୟବସାୟ ବିଷୟରେ ଏକ ଉଦାହରଣ ଦେଇ ଆନନ୍ଦ ମହିନ୍ଦ୍ରା କହିଛନ୍ତି କି ଗୋଟିଏ ପରିବାର ପାଇଁ କାର ତିଆରି କରିବା ପାଇଁ ପରିବାରର ଆବଶ୍ୟକତାକୁ ବୁଝିବା ଉଚିତ୍। ଚାଲନ୍ତୁ ନିଜର ବ୍ୟବସାୟ କଥା କହିବା , ଆପଣ ଗୋଟିଏ କାର୍ ତିଆରି କରୁଛନ୍ତି। ଆମକୁ ଏହା ସ୍ଥିର କରିବାକୁ ହେବ କି ଗ୍ରାହକ କାର୍ରେ କଣ ଚାହାନ୍ତି। ଯଦି ଆମେ ସବୁ ସମୟ କାର୍ଯ୍ୟାଳୟରେ ରହିବା , ତ ଆମେ ନିଜର ପରିବାର ସହ ରହି ନଥାନ୍ତି , ଆମେ ଅନ୍ୟ ପରିବାର ସଦସ୍ୟଙ୍କ ସହ ନଥାନ୍ତି । ଆମେ କେମିତି ବୁଝିବା କି ଲୋକେ କଣ କିଣିବାକୁ ଚାହାନ୍ତି ? ସେ କେଉଁ ପ୍ରକାରର କାର୍ରେ ବସିବାକୁ ଚାହାନ୍ତି ?
କହି ରଖୁଛୁ କି ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ ଆଣ୍ଡ ଟି)ର ଚେୟାରମ୍ୟାନ ଏସ ଏନ ସୁବ୍ରମଣ୍ୟମ କହିଛନ୍ତି କି କର୍ମଚାରୀଙ୍କୁ ସପ୍ତାହରେ ୯୦ ଘଣ୍ଟା କାମ କରିବା ଉଚିତ୍ ଏବଂ ରବିବାର ମଧ୍ୟ କାମ କରିବାରେ ପଛଘୁଞ୍ଚା ଦେବା ଉଚିତ ନୁହେଁ। ତାଙ୍କର ବୟାନକୁ ନେଇ ସୋସିଆଲ ମିଡ଼ିଆରେ ଲୋକେ କଡ଼ା ଟିପ୍ପଣୀ ସବୁ ଦେଇଛନ୍ତି। ସୁବ୍ରମଣ୍ୟମଙ୍କୁ ଭିଡ଼ିଓରେ ନିଜର କର୍ମଚାରୀଙ୍କୁ ଏହି କହିବାର ଶୁଣା ଯାଉଛିକି , ଆପଣ ନିଜର ପତ୍ନୀଙ୍କୁ କେତେ ସମୟ ଯାଏ ଦେଖି ପାରିବେ। ଭିଡ଼ିଓରେ ସେ କର୍ମଚାରୀଙ୍କୁ ଘରେ କମ୍ ଓ କାର୍ଯ୍ୟାଳୟରେ ଅଧିକ ସମୟ ବିତାଇବାକୁ କହିଛନ୍ତି। ତାଙ୍କର ଏହି କଥାରେ କାର୍ଯ୍ୟ-ଜୀବନ ସନ୍ତୁଳନର ବାକ୍ ବିତଣ୍ଡା ପୁଣି ଆରମ୍ଭ ହୋଇଛି। ସର୍ବ ପ୍ରଥମେ ଇନଫୋସିସ୍ର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ ୭୦ ଘଣ୍ଟାର କାର୍ଯ୍ୟ ସପ୍ତାହର ପରାମର୍ଶରେ ଏହି ଯୁକ୍ତି ଆରମ୍ଭ ହୋଇଥିଲା।