ମାଲକାନଗିରି,୭/୨: ଘର ଓଡ଼ିଶାରେ ପଢ଼ୁଛନ୍ତି ତେଲୁଗୁରେ ପାଠ । ସ୍କୁଲରେ ନାହାନ୍ତି ଶିକ୍ଷକ, ପାଠ ପଢ଼ାଇବାକୁ ଆସୁଛନ୍ତି ଆନ୍ଧ୍ରପ୍ରଦେଶର ଶିକ୍ଷକ । ଚିତ୍ରକୋଣ୍ଡା ବ୍ଲକବାଲିମେଳା ଜଳଭଣ୍ଡାରଅପରପାର୍ଶ୍ବସ୍ୱାଭିମାନ ଅଞ୍ଚଳରଆନ୍ଧ୍ରସୀମାନ୍ତ ଜୁମାଡଙ୍ଗ ଗାଁ। ଏହି ଗାଁରେସ୍କୁଲ ଟିଏ ନଥିବାରୁ ଶିକ୍ଷାରୁ ବଞ୍ଚିତଗାଁର ପିଲା । ଏଥି ପ୍ରତି ଓଡିଶା ସରକାର କିମ୍ବା ମାଲକାନଗିରି ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ଏହାର ଫାଇଦା ଉଠାଉଛି ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ।ଗାଁରେ ସ୍କୁଲ ନଥିବାରୁଆନ୍ଧ୍ରସରକାରର ଜଣେ ଶିକ୍ଷକକୁ ସେହି ଗାଁରେ ନିଯୁକ୍ତି ଦେଇଛନ୍ତି । ସେ ଶିକ୍ଷକ କେବଳ ତେଲୁଗୁଭାଷାରେ ପିଲାଙ୍କୁ ପାଠ ପଢ଼ାଉଥିବାର ଜଣା ପଡିଛି ।
ଗାଁରପିଲାମାନେ ଓଡ଼ିଆ ଭାଷାରେ ପାଠ ପଢ଼ିବା ସହ କଥାହେବା ବଦଳରେଓଡ଼ିଆ ବୁଝି ପାରୁ ନାହଁନ୍ତି। ଏମିତିକି ଏମାନେ କହି ମଧ୍ୟ ପାରୁନାହାନ୍ତି । ଏପରିକି ଏହିସବୁ ସୀମାନ୍ତବର୍ତ୍ତୀ ଗାଁ ଗୁଡ଼ିକରେ ଓଡ଼ିଆ ଭାଷା ଓ ସଂସ୍କୃତି ଧିରେ ଧିରେ ଲୋପ ହେବାକୁ ବସିଲାଣି ।ଅବହେଳିତ ଜୁମାଡଙ୍ଗଗାଁଓଡ଼ିଶା ମାନଚିତ୍ରରୁ ଲିଭିଆନ୍ଧ୍ରସରକାରଙ୍କକବଜାରେ ରହିବ ବୋଲି ଗତବର୍ଷ ପ୍ରମେୟ ଖବର କାଗଜରେ ସମ୍ବାଦ ପ୍ରକାଶ ପରେ ସରକାରଙ୍କ ନିଦ ଭାଙ୍ଗିଥିଲା।ଗାଁକୁ ରାସ୍ତା ନିର୍ମାଣ ସହ ଅଙ୍ଗନଓ୍ବାଡିଘର ନିର୍ମାଣ ଆରମ୍ଭ ହୋଇଥିଲା କିନ୍ତୁ ଏଯାବତକାମ ସରିନାହିଁ ।ଆନ୍ଧ୍ରସରକାରଙ୍କ ପକ୍ଷରୁ ସେ ଗାଁରେ ବିଦ୍ୟୁତ,ପାନୀୟ ଜଳ ସହ ଆବାସ ଗୃହ ଯୋଗାଇ ଗ୍ରାମବାସୀଙ୍କୁଆନ୍ଧ୍ରମୁହାଁ କରିଛି।ବେଳୁ ସାବଧାନ ନ ହେଲେ ଓଡିଶା ମାଲକାନଗିରି ଜିଲ୍ଲା ମାନଚିତ୍ରରୁ ଜୁମାଡାଙ୍ଗଗାଁଲୋପ ପାଇଯିବ । ଏସମ୍ପର୍କରେ ଆମେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଶୁଶ୍ରୀ ଗାୟତ୍ରୀ ଦେବଵୀଙ୍କୁ ପଚାରିବାରୁ ସେ କହିଥିଲେ ଜୁମାଡଙ୍ଗଗାଁରେମୋଟ ୨୨ ଘର ରହିଛି,ସେଗାଁଟି ଆନ୍ଧ୍ରସୀମାନ୍ତରେ ଅଛି।ଗାଁକୁ ଚିତ୍ରକୋଣ୍ଡା ବ୍ଲକ ପକ୍ଷରୁ ରାସ୍ତା ଓ ଅଙ୍ଗନୱାର୍ଡି ଟିଏ ନିର୍ମାଣ ହୋଇଛି।ସେଠାରେ ଛୋଟ ପିଲା ମାନଙ୍କୁ ପ୍ରାକ ଶିକ୍ଷା ଦିଆଯିବ।ବଡ଼ ପିଲାଙ୍କୁ ବିଦ୍ୟାଳୟ ହଷ୍ଟେଲରେ ରଖାଯାଇ ଶିକ୍ଷାଦାନ ଦିଆଯିବାର ବ୍ୟବସ୍ଥା କରାଯାଉଛି।ସେହି ଗାଁର ଜଣେ ଯୁବକ ଗାଁରେ ଥିବା ଚର୍ଚ୍ଚରେ ପାଠ ପଢ଼ାଉ ଥିବାର ଖବର ଅଛି ବୋଲି କହିଥିଲେ ।
ଏହାସହ ପଢ଼ନ୍ତୁ : ଆକ୍ସନ ମୁଡରେ ଫିରିଙ୍ଗିଆ ପୁଲିସ, ୨ ଦିନରେ ୧୬ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ