ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଆମେରିକାରେ ଆଉ ଏକ ବଡ଼ ବିମାନ ଦୁର୍ଘଟଣା; ଏକାଧିକ କୋଠାରେ ଲାଗିଲା ନିଆଁ, ୬ ମୃତ

Published By : Anindita Ratha | February 1, 2025 8:28 AM

ନୂଆଦିଲ୍ଲୀ,୦୧/୦୨: ଆମେରିକାରେ ପୁଣି ବିମାନ ଦୁର୍ଘଟଣା । ଫିଲାଡ଼େଫ୍ଲିୟା ବିମାନ ବନ୍ଦରରୁ ଉଡ଼ାଣ ଭରିବା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ତେବେ ଓ୍ବାଶିଂଟନ୍‌ର ରିଗନ ରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ହୋଇଥିବା ଦୁର୍ଘଟଣାର ଦୁଇ ଦିନ ପରେ ଏହି ଦୁର୍ଘଟଣା ହୋଇଛି । ଦୁଇ ଦିନ ପୂର୍ବରୁ ହୋଇଥିବା ଦୁର୍ଘଟଣାରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । 




ନ୍ୟୁଜ୍ ଏଜେନ୍ସି ଏଏଫପି ଓ ରାୟଟର୍ସ ମୁତାବକ, ବିମାନଟି ଏକ ସପିଂ ମଲ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଉତ୍ତର-ପୂର୍ବ ଫିଲାଡ଼େଫ୍ଲିୟା ବିମାନ ବନ୍ଦରରୁ ଉଡ଼ାଣ ଭରୁଥିଲା ।  ଉଡାଣ ଭରିବାର ଠିକ୍ ୩୦ ସେକେଣ୍ଡ ପରେ ଏହି କ୍ରାସ ହୋଇଥିଲା । ଫଳରେ ଅନେକ କୋଠାରେ ନିଆଁ ଲାଗିବା ସହ ଏକାଧିକ ମୃତାହତ ମଧ୍ୟ ହୋଇଛନ୍ତି । ଏନେଇ ଫିଲାଡ଼େଫ୍ଲିୟା ଅଫିସ ଅଫ ଏମରଜେନ୍ସି ମ୍ୟାନେଜମେଣ୍ଟ ସୋସିଆଲ ମିଡି଼ଆରେ ପ୍ରକାଶ କରିଛି। 

ଏହା ମଧ୍ୟ ପଢନ୍ତୁ-ସେନା ହେଲିକପ୍ଟର ସହ ୟୁଏସ୍‌ ଏୟାରଲାଇନ୍ସର ଧକ୍କା , ବିମାନରେ ବସିଥିବା ୬୭ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

ସେପଟେ ଫିଲାଡ଼େଫ୍ଲିୟା ଗଭର୍ଣ୍ଣର ଯୋଶ୍ ସପିରୋ କହିଛନ୍ତି ଯେ, ଏହି ଘଟଣା ପଛର କାରଣର ଯାଞ୍ଚ କରାଯିବ । ଏହି ଘଟଣା ସହିତ ଜଡ଼ିତ ଭିଡି଼ଓ ମଧ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଗୋଟିଏ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ପୂରା ଘଟଣା କଏଦ ହୋଇଛି ।  ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଯେ କିପରି ପ୍ଲେନ ବିଲ୍ଡିଂ ଉପରେ ପଡୁଛି। ସେପଟେ ଫିଲାଡ଼େଫ୍ଲିୟା ଅଗ୍ନୀଶମବାହିନୀ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଜାରି ରଖିଛି। ସେହିପରି ପ୍ରଭାବିତ କୋଠାଗୁଡ଼ିକୁ ଖାଲି କରାଯାଉଛି । ଏଥିସହ ଗଭର୍ଣ୍ଣର ଯୋଶ ଶପିରୋ ଘଟଣାର ତଦନ୍ତ ଫାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ କହିଛନ୍ତି ଯେ ବିମାନ ସୁରକ୍ଷା ନିୟମକୁ ଆହୁରି ଶକ୍ତ କରାଯିବ । ସେହିପରି ଘଟଣାରେ ଆହତ ବ୍ୟକ୍ତି ଅଧିକା ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.