ନୂଆଦିଲ୍ଲୀ, ୧୯/୦୧ : ଡିଜିଟାଲ୍ ଯୁଗରେ ନୂଆ ନୂଆ ତଥ୍ୟ ଜାଣିବାକୁ ଗୁଗୁଲରେ ସର୍ଚ୍ଚ କରନ୍ତି ସମସ୍ତେ। ହେଲେ ଏଭଳି କିଛି ବିଷୟବସ୍ତୁ ରହିଛି, ଯାହାକୁ ସର୍ଚ୍ଚ କଲେ ଆପଣ ସିଧାସଳଖ ଅସୁବିଧାରେ ପଡ଼ିବେ। ଆଇନଗତ ସମସ୍ୟାରେ ଛନ୍ଦି ହୋଇଯିବେ। ଲୋକେସନ ଟ୍ରାକ୍ କରି ସିଧା ଘରୁ ଉଠାଇନେବ ପୁଲିସ। ଆପଣଙ୍କ ସବୁ ଅନଲାଇନ୍ ଆକ୍ଟିଭିଟି ଉପରେ ରଖାଯାଉଛି ନଜର। ଗୁଗୁଲ ସର୍ଚ୍ଚ, ଆଇପି ଆଡ୍ରେସ୍ ଏବଂ ଲୋକେସନ ଭଳି ତଥ୍ୟ ସେବା ପ୍ରଦାନକାରୀଙ୍କ ଦ୍ୱାରା ରେକର୍ଡ ହେଉଛି। ଏହି ଡିଜିଟାଲ୍ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ। ତେବେ ଜାଣନ୍ତୁ ଗୁଗୁଲରେ କେଉଁ ୭ଟି ଜିନିଷ ସର୍ଚ୍ଚ କରିବା ଅନୁଚିତ୍। 

୧-ଗୁଗୁଲରେ କେବେ ଅସ୍ତ୍ରଶସ୍ତ୍ର ତିଆରି କୌଶଳ, ଡ୍ରଗ୍ସ, ଜାଲ ଦସ୍ତାବିଜ, ହ୍ୟାକିଂ ଟୁଲ୍ ଭଳି ସର୍ଚ୍ଚ କରିବା ଉଚିତ୍ ନୁହେଁ। ଏଭଳି ସର୍ଚ୍ଚ କରିବା ଦ୍ଵାରା ଆପଣ ସାଇବର୍ ଅପରାଧୀଙ୍କ ଦ୍ଵାରା ଫସିପାରନ୍ତି। ଆଇନଗତ ସମସ୍ୟାରେ ବି ପଡ଼ିପାରନ୍ତି।

୨- ପାଇରାସି ଓ ଫ୍ରି ଡାଉନଲୋଡ୍ ପାଇଁ ବି ଅଡ଼ୁଆରେ ପଡିପାରନ୍ତି। ଫ୍ରି ମୁଭି ଡାଉନଲୋଡ୍, କ୍ରାଉଡ୍ ସଫ୍ଟୱେୟାର କିମ୍ଵା ମଡ୍ ଆପ୍ସ ସର୍ଚ୍ଚ ଖୁବ୍ ବିପଦଜ୍ଜନକ। ଏହି ୱେବସାଇଟ୍‌ଗୁଡ଼ିକରେ ପ୍ରାୟତଃ ମାଲୱେର୍, ଭାଇରସ୍ କିମ୍ବା ସ୍ପାଏୱେର୍ ଥାଏ। ଯାହା ଆପଣଙ୍କ ଫୋନ୍ କିମ୍ବା କମ୍ପ୍ୟୁଟରରୁ ବ୍ୟକ୍ତିଗତ ତଥ୍ୟ ଚୋରି କରିପାରେ।

୩-ଇଣ୍ଟରନେଟ୍ ରେ ଶିଶୁ ପର୍ଣ୍ଣୋଗ୍ରାଫି ଅବୈଧ କଣ୍ଟେଣ୍ଟ ସର୍ଚ୍ଚ କରିବା ଅନୁଚିତ୍। ଭାରତରେ ପୋକ୍ସୋ ଆକ୍ଟ ଏବଂ ଆଇଟି ଆକ୍ଟ ଅନୁଯାୟୀ ଏହା ବେଆଇନ। ଏଭଳି କଣ୍ଟେଣ୍ଟ ସର୍ଚ୍ଚ କଲେ, ଡାଉନଲୋଡ୍ କଲେ କିମ୍ଵା ଦେଖିଲେ ଜେଲ ସହ ଜରିମାନା ଭରିବାକୁ ପଡ଼ିପାରେ।

୪-ଗର୍ଭପାତ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିବା କଥା ନୁହେଁ। ଗୁଗୁଲରେ ସର୍ଚ୍ଚ କରି ମେଡିକାଲ୍ ଟ୍ରିଟମେଣ୍ଟ କରିବା ବି ଅନୁଚିତ୍। ଏହାଦ୍ଵାରା ଆପଣଙ୍କ ଜୀବନ ବିପଦରେ ପଡିପାରେ।

୫-ଆଧାର ନମ୍ଵର, ପ୍ୟାନ୍ କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଓଟିପି, ପାସୱାର୍ଡ କିମ୍ଵା ଆପଣଙ୍କ ପରିଚୟପତ୍ର ସମ୍ବନ୍ଧିତ କୌଣସି ସମ୍ଵେଦନଶୀଳ ତଥ୍ୟ ଗୁଗୁଲରେ ସର୍ଚ୍ଚ କରିବା ଅନୁଚିତ୍। ଏହାଦ୍ଵାରା ଆପଣଙ୍କ ପରିଚୟପତ୍ର ଚୋରି ହେବାର ସମ୍ଭାବନା ରହଛି।

୬-ସରକାରୀ କିମ୍ବା ସାର୍ବଜନୀନ ସ୍ଥାନରେ ଆକ୍ରମଣ ସମ୍ପର୍କିତ ସୂଚନା ଖୋଜିବା ଅନୁଚତ୍। ଏହା ଆପଣଙ୍କୁ ସିଧାସଳଖ ସୁରକ୍ଷା ଏଜେନ୍ସିଗୁଡ଼ିକର ରାଡାରରେ ପକାଇପାରେ। ତେଣୁ ଆତଙ୍କବାଦ ସହିତ ଜଡିତ ଶବ୍ଦଗୁଡ଼ିକୁ ମଧ୍ୟ ଅତ୍ୟନ୍ତ ସମ୍ବେଦନଶୀଳ। ଏହି ସବୁ କଣ୍ଟେଣ୍ଟ ସର୍ଚ୍ଚରୁ ନିବୃତ୍ତ ରହିବା ଉଚିତ୍। 

୭-ଦିନକରେ କେମିତି ଟଙ୍କା ଡବଲ୍ ହେବ? ଗ୍ୟାରେଣ୍ଟେଡ୍ ରିଟର୍ଣ୍ଣ ସ୍କିମ୍ ଭଳି ସର୍ଚ୍ଚ କରିବା ଦ୍ଵାରା ଅନଲାଇନ ଠକେଇର ଶିକାର ହୋଇପାରନ୍ତି। ଏଭଳି ସ୍କିମ୍ ପ୍ରାୟତଃ ସ୍କାମ୍ ହୋଇଥାଏ।

ଏହି ଖବରଟିକୁ ପଢନ୍ତୁ- ଶ୍ମଶାନକୁ ଟାଣିନେଲା ରିଲ୍ସ ନିଶା, ନାଲି ଶାଢୀ ପିନ୍ଧି ଜଳନ୍ତା ଜୁଇ ଆଗରେ ନାଚିଲେ ଯୁବତୀ, ତାପରେ ଘଟିଲା ଏମିତି...