ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଯୁଦ୍ଧ ବନ୍ଦ କରିବାକୁ ରାଜି ଆର୍ମେନିଆ- ଆଜରବୈଜାନ, ଟ୍ରମ୍ପଙ୍କୁ 'ଶାନ୍ତି ସ୍ଥାପନକାରୀ' ଭାବରେ କଲେ ପ୍ରଶଂସା

Published By : Ankita S | August 9, 2025 2:05 PM

ନୂଆଦିଲ୍ଲୀ,୦୯/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ଦାବି କରିଥିଲେ କି ୨୪ ଘଣ୍ଟାରେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଶେଷ କରିବେ । ହେଲେ ସେ ସଫଳ ହୋଇପାରିନାହାନ୍ତି । ହେଲେ ବିଶ୍ୱର ଆଉ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିବା ନେଇ ଦାବି କରିଛନ୍ତି । ଆର୍ମେନିଆ- ଆଜରବୈଜାନ ସବୁ ଦିନ ପାଇଁ ଯୁଦ୍ଧ ବନ୍ଦ କରିବା ନେଇ ରାଜି ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପିସ୍‌ମେକର ବା ଶାନ୍ତି ସ୍ଥାପନକାରୀ ବୋଲି କହି ପ୍ରଶଂସା କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ହ୍ୱାଇଟ୍ ହାଉସରେ ଘୋଷଣା କରିଛନ୍ତି ଯେ, ଆର୍ମେନିଆ ଏବଂ ଆଜରବୈଜାନ ଦଶନ୍ଧି ଧରି ଚାଲିଥିବା ଶତ୍ରୁତାକୁ ସମାପ୍ତ କରିବାକୁ ପ୍ରତିଜ୍ଞା କରିଛନ୍ତି । ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନୟାନ ଏବଂ ଆଜରବୈଜାନ ରାଷ୍ଟ୍ରପତି ଇଲହାମ ଆଲିୟେଭଙ୍କ ସହ ମଧ୍ୟସ୍ଥତା କରି ଟ୍ରମ୍ପ ଏହି ଚୁକ୍ତିକୁ "ସମସ୍ତ ଯୁଦ୍ଧକୁ ସବୁଦିନ ପାଇଁ ବନ୍ଦ କରିବା, ବାଣିଜ୍ୟ, ଯାତ୍ରା ଏବଂ କୂଟନୈତିକ ସମ୍ପର୍କକୁ ଜାରି ରଖିବାକୁ ବାଟ ଫିଟାଇବା ସହିତ ଏବଂ ପରସ୍ପରର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ କରିବା ନେଇ ପ୍ରତିବଦ୍ଧତା ଥିବା ଘୋଷଣା କରିଛନ୍ତି । ଏହାକୁ ନେଇ ଅନିଶ୍ଚିନ୍ତତା ରହିଛି ।

ଦଶନ୍ଧି ଧରି ଚାଲିଥିବା ସଂଘର୍ଷ ଶେଷ ହେଲା କି ? ପାଶିନୟାନ ଏବଂ ଆଲିୟେଭଙ୍କ ମଧ୍ୟରେ ହାତ ମିଳାଇବା ବର୍ଷ ବର୍ଷ ଧରି ଚାଲିଥିବା ସଂଘର୍ଷ ପରେ ଏକ ପ୍ରତୀକାତ୍ମକ ସଫଳତା ଥିଲା । ଉଭୟ ପୂର୍ବତନ ସୋଭିଏତ୍ ଗଣରାଜ୍ୟ, ନାଗୋର୍ନୋ-କାରାବାଖ ଅଞ୍ଚଳ ପାଇଁ ଦୁଇଟି ଯୁଦ୍ଧ ଲଢ଼ିଛନ୍ତି । ଯାହାକୁ ଆଜରବୈଜାନ ୨୦୨୩ର ସାମରିକ ଆକ୍ରମଣରେ ସମ୍ପୂର୍ଣ୍ଣ ଭାବରେ ପୁନରୁଦ୍ଧାର କରିଥିଲା । ୧୦୦,୦୦୦ରୁ ଅଧିକ ଆର୍ମେନିଆଙ୍କୁ ସେମାନଙ୍କ ଘର ହରାଇବାକୁ ପଡିଥିଲା । ୩୭ ବର୍ଷ ତଳେ ଏହି ଦୁଇଦେଶ ମଧ୍ୟରେ ଲଢେଇ ଆରମ୍ଭ ହୋଇଥିଲା ।

ଅଧିକ ପଢନ୍ତୁ...ଋଷ-ୟୁକ୍ରେନ୍ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତି ; ଖୁବଶୀଘ୍ର ଟ୍ରମ୍ପ-ପୁଟିନ୍ ଭେଟଘାଟ, ଜାଣନ୍ତୁ କେଉଁଠି ଓ କେବେ ହେବ ବୈଠକ ?

ତିନି ଦଶନ୍ଧିରୁ ଅଧିକ ସମୟ ଧରି ଯୁଦ୍ଧରେ ଥିବା ଦେଶ ମଧ୍ୟରେ "ଐତିହାସିକ ସ୍ୱାକ୍ଷର"କୁ ପ୍ରଶଂସା କରିଥିଲେ ଆଲିୟେଭ । ସେ କହିଛନ୍ତି ଯେ, ସେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କୁ ମନୋନୀତ କରିବାରେ ପାଶିନିଆନଙ୍କ ସହିତ ଯୋଗ ଦେବେ। "ରାଷ୍ଟ୍ରପତି ଟ୍ରମ୍ପ ନହେଲେ କିଏ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ? ବୋଲି ପଚାରିଥିଲେ।

ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନୟାନ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ "ଶାନ୍ତି ସ୍ଥାପନକାରୀ" ବୋଲି କହିଛନ୍ତି । ତାଙ୍କ ଭୂମିକା "ସଫଳତା" ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଥିଲା । ଟ୍ରମ୍ପ କହିଥିଲେ ଯେ ଏହି ଶାନ୍ତି ଚୁକ୍ତିନାମାର ଆରମ୍ଭ ଆମ ଦେଶ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ଦ୍ୱନ୍ଦ୍ୱର ଅନ୍ତ କରିବା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.