ଭୁବନେଶ୍ଵର, ୨୦/୧୨ : ବିଜେଡି ବିଧାୟକ ଅରୁଣ ସାହୁଙ୍କ ଘରେ ବାଲେଶ୍ଵର ବିଜେଡି ନେତାଙ୍କ ମେଳି। ରାଜଧାନୀ ଉପକଣ୍ଠରେ ଜମିଲା ଭୋଜିଭାତର ଆସର। ଶୁକ୍ରବାର ବିଜେଡିର ପୂର୍ବତନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ସ୍ୱରୂପ ଦାସ ଅରୁଣ ସାହୁଙ୍କ ଘରେ ଏକାଠି ହୋଇଥିଲେ। ସେହିପରି ଗତକାଲି ଭିବନେଶ୍ଵର ଉପକଣ୍ଠରେ ୫୦ରୁ ଉର୍ଦ୍ଧ୍ଵ ପୂର୍ବତନ ବିଧାୟକ ଭୋଜିଭାତ କରି ପାୱାର ଶୋ କରିଥିଲେ। ଯାହାକୁ ନେଇ ଜୋର ଧରିଥିଲା ନୂଆ ସମୀକରଣ ଚର୍ଚ୍ଚା ଓ ଆଲୋଚନା।
ଏ ସମ୍ପର୍କରେ ଆଜି ଅରୁଣ ସାହୁ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ, ଭୋଜି କଲା ବେଳେ ନବୀନ ପଟ୍ଟନାୟକ ଜିନ୍ଦାବାଦ.. ବିଜୁ ପଟ୍ଟନାୟକ ଜିନ୍ଦାବାଦ ପକାଇଛନ୍ତି.. ଏଥିରେ ନୂଆ ସମୀକରଣ କ'ଣ ? ସବୁ ବେଳେ ସବୁ ନେତୃତ୍ୱଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ୬ ହେଉକି ୬୦ ସମସ୍ତଙ୍କୁ ଗୁରୁତ୍ଵ ଦିଆଯିବା ଉଚିତ୍। ଯଦି ଯୁବ ନେତୃତ୍ୱ ଆଗକୁ ଆସିବା କଥା କହି ଥିବେ କିଏ କହିଥିବେ କିଛି ଭୁଲ କହି ନାହାନ୍ତି। ମେଳି ଚର୍ଚ୍ଚା ଗଣମାଧ୍ୟମ କରୁଛି। ଏ କଥାକୁ ଅଧିକ ବଢ଼ା ନଯାଉ। ଏହା ଏକ ସାମାଜିକ କାର୍ଯ୍ୟକ୍ରମ ଥିଲା। ଦଳ ତଥା ରାଜନୀତି ନେଇ କୌଣସି ଚର୍ଚ୍ଚା ଆଲୋଚନା ହୋଇନାହିଁ। ବାଲେଶ୍ଵର ବିଜେଡି ନେତାମାନେ ଉତ୍ତର ଓଡ଼ିଶା ଉତ୍ସବକୁ ନିମନ୍ତ୍ରଣ ପାଇଁ ମୋ ବାସଭବନକୁ ଆସିଥିଲେ।
ଅରୁଣ ସାହୁଙ୍କ ପ୍ରତିକ୍ରିୟା ଶୁଣନ୍ତୁ:-
ଏହି ଖବରଟିକୁ ପଢନ୍ତୁ- ଶିକ୍ଷା ବ୍ୟବସ୍ଥାରେ ଯୋଡ଼ି ହେଲା ସଂସ୍କାରର ନୂଆ ଅଧ୍ୟାୟ, କାର୍ଯ୍ୟକାରୀ ହେଲା ଜାତୀୟ ଶିକ୍ଷା ନୀତି ୨୦୨୦