ମୁମ୍ବାଇ,୧୨/୪ : କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଆଶା ଭୋସଲେ ଆଉ ନାହାନ୍ତି । ତାଙ୍କ ନିଧନରେ ପୂରା ଭାରତରେ ଶୋକର ଛାୟା ଖେଳିଯାଇଛି । ଖେଳ ଜଗତରେ ତାଙ୍କର ନିଧନର ଶୋକ ଦେଖିବାକୁ ମିଳିଛି । ଆଇପିଏଲ୍ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଶା ଭୋସଲେଙ୍କୁ ଖାସ୍ ଅନ୍ଦାଜରେ ଶ୍ରଦ୍ଧାଞ୍ଜଳି ଦେଇଛି ।
RCBର ପୋଷ୍ଟ ସୋସିଆଲ ମିଡ଼ିଆରେ ଛାଇ ଯାଇଛି । ଆସନ୍ତୁ ଜାଣିବା କି ଫ୍ରାଞ୍ଚାଇଜ ଭେଟରାନ ସିଙ୍ଗରଙ୍କ ନିଧନ ଉପରେ କ’ଣ ଲେଖିଛନ୍ତି । ସବୁଠାରୁ ପ୍ରଥମେ ଫ୍ରାଞ୍ଚାଇଜ୍ ତରଫରୁ ଆଶା ଭୋସଲେଙ୍କ ଏକ ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍ ଫଟୋ ସେୟାର କରାଯାଇଛି । କ୍ୟାପସନରେ ଲେଖାଯାଇଛି କି, ଏକ ଅମର ସ୍ୱର । ଏକ ଅମୂଲ୍ୟ ଐତିହ୍ୟ । ତାଙ୍କ ସଙ୍ଗୀତ ଚିରକାଳ ବଞ୍ଚି ରହିବ । ଆଶା ଭୋସଲେ ଜୀ, ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ।"