ହରହଙ୍ଗା,୨୨/୧ : ନବମ ଗଡ଼ଜାତ ଲୋକ ମହୋତ୍ସବ ଗୁରୁବାର ପଞ୍ଚମ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ବିଶ୍ୱଜିତ ମିଶ୍ରଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ରାଜେନ୍ଦ୍ର କୁମାର ଗୋଛାୟତ ବନଖଣ୍ଡ ଅଧିକାରୀ ବୌଦ୍ଧ, ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ଅରୁଣ କୁମାର ପ୍ରଧାନ ଯୋଗଦେଇ ମହୋତ୍ସବ ମାଧ୍ୟମରେ ସ୍ଥାନୀୟ ଅଂଚଳର କଳା ସଂସ୍କୃତିର ବିକାଶ ପାଇଁ ପରାମର୍ଶ ଦେଇଥିଲେ। ତା’ପରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ କମିଟି ତରଫରୁ ଅତିଥିମାନେ ସମ୍ମାନିତ କରିଥିଲେ ଏବଂ ଗଡ଼ଜାତ ମହୋତ୍ସବ କମିଟି ତରଫରୁ ରୁକୁ ସୁନାଙ୍କ ଗୀତ, ସ୍ଥାନୀୟ ଅଂଚଳ ବିଦ୍ୟାଳୟମାନଙ୍କର କୁନି କଳାକାର ଏବଂ ସ୍ଥାନୀୟ ଲୋକ ନୃତ୍ୟରେ ସମ୍ବଲପୁରୀ ଗୀତ ପରିବେଷଣରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଝୁମିଥିଲେ । କମିଟିର ସମ୍ପାଦକ ଓ ସମସ୍ତ ସଭ୍ୟ, ଡ୍ରାଇଭର ମହାସଂଘ, ପୁଲିସ ବାହିନୀମାନେ ସହଯୋଗ କରିଥିଲେ।
ମହୋତ୍ସବରେ ବିଭିନ୍ନ ସୁସ୍ଵlଦୁ ଖାଦ୍ୟ ଷ୍ଟଲ, ମିନlବଜାର, ବୁଲି ଦର୍ଶକମାନେ ଉପଭୋଗ କରିଥିଲେ। ସୁରେନ୍ଦ୍ର କୁମାର କର୍ଣ୍ଣ ଓ ଶିକ୍ଷକ ନବ କିଶୋର ଦୀପ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ବସନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସାମ୍ବାଦିକ ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।