ନୂଆଦିଲ୍ଲୀ,୦୫/୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ହାଇଭୋଲଟେଜ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବିଜୟ ପରେ ସୁନୀଲ ଗାଭାସ୍କର ଏବଂ ଆଲାନ୍ ବର୍ଡରଙ୍କ ନାଁରେ ନାମିତ ଟ୍ରଫିକୁ ଅଷ୍ଟ୍ରେଲିଆକୁ ପ୍ରଦାନ କରିବାକୁ ନିମନ୍ତ୍ରଣ ନ କରାଯିବାକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର। ପଞ୍ଚମ ତଥା ନିର୍ଣ୍ଣୟକ ଟେଷ୍ଟରେ ଭାରତକୁ ୬ ୱିକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ପୁଣିଥରେ ନିଜ ନାଁରେ କରିଛି। ବର୍ଡର ଘରୋଇ ଦଳକୁ ଟ୍ରଫି ପ୍ରଦାନ କରିଥିଲେ କିନ୍ତୁ ଗାଭାସ୍କର, ସେହି ସମୟରେ ସେଠାରେ ଉପସ୍ଥିତ ରହିବା ପରିବର୍ତ୍ତେ ତାଙ୍କୁ ଅଣଦେଖା କରାଯାଇଥିଲା। ସେ କହିଛନ୍ତି,'ଯେହେତୁ ଏହା ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ମ୍ୟାଚ୍, ତେଣୁ ମୁଁ ସେଠାରେ ରହିବାକୁ ପସନ୍ଦ କରିଥାଆନ୍ତି।'

ସେ ଆହୁୂରି ମଧ୍ୟ କହିଛନ୍ତି ଯେ,'ମୋର କହିବାର କଥା ହେଲା ମୁଁ ପଡ଼ିଆରେ ଥିଲି। ଅଷ୍ଟ୍ରେଲିଆ ଜିତିଛି ଏହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ସେମାନେ ଭଲ କ୍ରିକେଟ୍ ଖେଳିଥିଲେ ତେଣୁ ସେମାନେ ଜିତିଲେ। ଠିକ ଅଛି,  କିନ୍ତୁ ମୁଁ ଜଣେ ଭାରତୀୟ ହୋଇଥିବାରୁ ମୋର ଭଲ ବନ୍ଧୁ ଆଲାନ ବର୍ଡରଙ୍କ ସହ ଟ୍ରଫି ପ୍ରଦାନ କରିଥିଲେ ଖୁସି ହୋଇଥାନ୍ତି।" ଯଦି ଭାରତୀୟ ଦଳ ଟ୍ରଫି ଜିତିଥାନ୍ତା, ତେବେ ଗାଭାସ୍କରଙ୍କୁ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବାକୁ ନିମନ୍ତ୍ରଣ କରାଯାଇଥାନ୍ତା।'

ପରବର୍ତ୍ତି ସମୟରେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ନିଶ୍ଚିତ କରିଛି ଯେ 'ଗାଭାସ୍କର ଜାଣିଥିଲେ ଯେ ଯଦି ଭ୍ରମଣକାରୀ ଦଳ ସିଡନୀ ଟେଷ୍ଟ ଜିତିଥାନ୍ତେ ଏବଂ ଟ୍ରଫି ବଜାୟ ରଖିଥାନ୍ତେ ତେବେ ସେ ଭାରତୀୟ ଅଧିନାୟକ ଜସପ୍ରିତ ବୁମ୍ରାଙ୍କୁ ପୁରସ୍କାର ପ୍ରଦାନ କରିଥାନ୍ତେ।  ସିଏର ଜଣେ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି "ଆମେ ସ୍ୱୀକାର କରୁଛୁ ଯେ ଯଦି ଆଲାନ ବର୍ଡର ଏବଂ ସୁନୀଲ ଗାଭାସ୍କର ଉଭୟଙ୍କୁ ମଞ୍ଚ ଉପରକୁ ଯିବାକୁ କୁହାଯାଇଥାନ୍ତା ତେବେ ଏହା ଭଲ ହୋଇଥାନ୍ତା।'

ସୂଚନାଥାଉକି, ଉଭୟ ଭାରତ ଓ ଅଷ୍ଟ୍ରେଲିଆ ୧୯୯୬-୧୯୯୭ରୁ ବର୍ଡର ଗାଭାସ୍କର ଟ୍ରଫିରେ ପ୍ରତିଦ୍ବନ୍ଦିତା କରି ଆସୁଛନ୍ତି ଏବଂ ଏହା ଟେଷ୍ଟ କ୍ରିକେଟରେ ସବୁଠାରୁ ବଡ଼ ପ୍ରତିଦ୍ବନ୍ଦିତା ହୋଇଯାଇଛି। ଅଷ୍ଟ୍ରେଲିଆ ଜିତିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ବିଭିନ୍ନ ସ୍ଥାନରେ ରେକର୍ଡ ଦର୍ଶକଙ୍କୁ ଆକର୍ଷିତ କରିଥିଲା ଏବଂ ଗତ ସପ୍ତାହରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଥିଲା।