ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

କରଜ ସୁଝି ନପାରି ଆତ୍ମହତ୍ୟା କଲେ ଅଟୋ ଚାଳକ, କ୍ଷତିପୂରଣ ଦାବି କଲେ ପରିବାର ଲୋକେ

Published By : Harapriya Sethi | November 11, 2024 10:36 AM

କୋଣାର୍କ, ୧୧/୧୧: କରଜ ସୁଝି ନପାରି ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଅଟୋ ଚାଳକ । କୋଣାର୍କ-କାକଟପୁର ମୁଖ୍ୟ ରାସ୍ତାର ଏନଏସି ପାର୍କ ନିକଟସ୍ଥ ଏକ ଅର୍ଦ୍ଧ ନିର୍ମିତ ଘରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ କୋଣାର୍କ ପୋଲିସ ତଦନ୍ତ କରୁଛି । ମୃତକ କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମର ପ୍ରଦିପ୍ତ ମହାପାତ୍ର (୫୧) ବୋଲି ଜଣାପଡ଼ିଛି ।  ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି । 

ସୂଚନା ମୁତାବକ, ଦୀର୍ଘ ଦିନ ହେବ ଲକ୍ଷ ଲକ୍ଷ ଟଙ୍କାର କରଜ କରିଥିଲେ ପ୍ରଦିପ୍ତ । କରଜ ସୁଝି ନପାରି ଚିନ୍ତାରେ ଥିଲେ । ଚିନ୍ତାଗ୍ରସ୍ତ ଅବସ୍ଥାରେ ରବିବାର ରାତିରେ ନିଜ ଗାମୁଛାକୁ ଚିରି ବେକରେ ଗୁଡ଼ାଇ ଆତ୍ମହତ୍ୟା କରିଥିଲେ । ଏହା ଦେଖି ତାଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କୋଣାର୍କ ପୋଲିସର ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପହଞ୍ଚି ଥିଲେ । ସେଠାରେ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ଏହା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛନ୍ତି । ତେବେ ମୃତ ବ୍ୟକ୍ତିଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଗୋଟିଏ ଛୋଟ ପୁଅ ଅଛନ୍ତି । ଏହି ଘଟଣାରେ ତାଙ୍କ ସ୍ତ୍ରୀ ଭାଙ୍ଗି ପଡ଼ିଛନ୍ତି । ଏହି କାରଣରୁ ଅଟୋ ଚାଳକଙ୍କ ପକ୍ଷରୁ ସୋମବାର କୋଣାର୍କରେ ଅଟୋ ଚଳାଚଳ ବନ୍ଦ କରିବା ସହ କ୍ଷତିପୂରଣ ଦାବି କରାଯାଇଛି । ଏହାକୁ ପୂର୍ବତନ ସରପଞ୍ଚ ଓ ମୃତକଙ୍କ ପରିବାର ସମର୍ଥନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.