ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଏୟାର ଇଣ୍ଡିଆ ଫ୍ଲାଇଟ୍‌କୁ ବୋମାରେ ଉଡ଼ାଇବାକୁ ମିଳିଲା ଧମକ , ଅଯୋଧ୍ୟା ଏୟାରପୋର୍ଟରେ କରାଗଲା ଏମର୍ଜେନ୍ସି ଲ୍ୟାଣ୍ଡିଂ

Published By : Prameya | October 15, 2024 4:54 PM

ଅଯୋଧ୍ୟା : ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନକୁ ଧମକ। ବୋମାରେ ଉଡ଼ାଇ ଦେବାକୁ ଏହି ବିମାନକୁ ମଙ୍ଗଳବାର ମିଳିଛି ଧମକ । ଏହାପରେ ଉତ୍ତର ପ୍ରଦେଶର ଅଯୋଧ୍ୟା ବିମାନ ବନ୍ଦରରେ ବିମାନକୁ ଜରୁରିକାଳୀନ ଲ୍ୟାଣ୍ଡିଂ କରାଯାଇଛି। ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏହି ସୂଚନା ମିଳିଛି। ବିମାନ ବନ୍ଦରର ନିର୍ଦ୍ଦେଶକ ବିନୋଦ କୁମାର ଜରୁରିକାଳୀନ ଲ୍ୟାଣ୍ଡିଂକୁ ସ୍ପଷ୍ଟ କରି କହିଛନ୍ତି କି, ବିମାନଟି ଜୟପୁରରୁ ଆସୁଥିଲା। ଅଯୋଧ୍ୟା ଧାମ ସ୍ଥିତ ମହର୍ଷି ବାଲ୍ମିକୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବାଣିଜ୍ୟିକ ଉଡ଼ାଣର ଆରମ୍ଭ ଚଳିତ ବର୍ଷ ପ୍ରାରମ୍ଭରେ କରାଯାଇ ଥିଲା। 

ଏହି ମାମଲା ଏମିତି ସମୟରେ ଆସିଛି , ଯେତେବେଳେ ଗୋଟିଏ ଦିନ ପୂର୍ବେ ମୁମ୍ୱାଇରୁ ନ୍ୟୁୟର୍କ ଯାଉଥିବା ଏକ ବିମାନରେ ବୋମା ରଖାଯାଇ ଥିବାର ସୂଚନା ମିଳିଥିଲା। ତୁରନ୍ତ ବିମାନକୁ ଦିଲ୍ଲୀ ଅଭିମୁଖେ ଯିବାକୁ ଦିଆଯାଇ ଥିଲା ଏବଂ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଏହାକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇ ଥିଲା। ବିମାନରେ ବୋମା ମିଳିବାର ଗୁଜବର ଆଉ ଏକ ମାମଲା ଅଗଷ୍ଟରେ ସାମନାକୁ ଆସିଥିଲା। ଏୟାର ଇଣ୍ଡିଆର ହିଁ ବିମାନ ଯାହା ଇଣ୍ଡିଆରୁ ତିରୁଅନନ୍ତପୁରମ ଯାଉଥିବା, ଏଥିରେ ମଧ୍ୟ ବୋମା ଥିବାର ଗୁଜବ ବ୍ୟାପି ଥିଲା। ଏହାପରେ ବିମାନ ବନ୍ଦରରେ ଏମର୍ଜେନ୍ସି  ଘୋଷିତ କରିଦିଆ ଯାଇଥିଲା। 

କହି ରଖୁଛୁ କି , ବାରମ୍ୱାର ଏମିତି ଏୟାର ଇଣ୍ଡିଆ ବିମାନକୁ ନେଇ ଗୁଜବରେ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.