ମୁମ୍ବାଇ,୮/୪ : ରଣବୀର କପୁର ଷ୍ଟାରର ‘ରାମାୟଣ’ର ପ୍ରଥମ ଟିଜର ଆସିଯାଇଛି । ଏହା ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କେତେକ ଲୋକ ଏହାର ପ୍ରଡ଼କ୍ସନ ଏବଂ ସ୍କେଲର ତାରିଫ୍ କରିଛନ୍ତି । ସେହିଭଳି କେତେ ଜଣ ଏହାର VFXର କ୍ବାଲିଟି ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି । ଏଭଳି ସ୍ଥଳେ ଫିଲ୍ମର ପ୍ରଯୋଜକ ନମିତ ମହ୍ଲୋତ୍ରା ଏକ ଅଫିଶିଆଲ୍ ଷ୍ଟେଟମେଣ୍ଟ ରିଲିଜ୍ କରିଛନ୍ତି । ଏଥିରେ ସେ କହିଛନ୍ତି କି ସେ ଲୋକଙ୍କ ରେସପନ୍ସ ଏବଂ ଫିଡ଼ବ୍ୟାକ୍ ବହୁ ଧ୍ୟାନର ସହ ଶୁଣୁଛନ୍ତି । ଏହି ଆଧାରରେ ସୁଧାର କରିବୁ । ମାତ୍ର ଏହି ଟିଜର ଏବେ ‘ରାମାୟଣ’ର ଆରମ୍ଭ ।

ଟିଜର ଉପରେ ଲୋକଙ୍କ ରିଆକ୍ସନ ବିଷୟରେ କହିବାକୁ ଯାଇ ନମିତ କହିଛନ୍ତି, ଗତ କିଛିଦିନରେ ଯାହା ରେସପନ୍ସ ମିଳିଛି ତାହା ସତରେ ବହୁ ଅଧିକ ଘନୀଭୂତ । ଏହା ପ୍ରେରଣାଦାୟକ ଏବଂ ବିନମ୍ରକାରୀ ହୋଇଛି। ବିଶ୍ବ ସାରା ବହୁ ଲୋକଙ୍କ ହୃଦୟକୁ ରାମଙ୍କ କାହାଣି ଆଜି ବି ଛୁଇଁବାରେ ଲାଗିଛି । ଏହା ଦେଖି ମୋତେ ବହୁ ଖୁସି ଲାଗୁଛି । ମୁଁ ସମସ୍ତ ଆଲୋଚନା, ଆପଣଙ୍କ ଉତ୍ସାହ ଏବଂ ମତାମତକୁ ପ୍ରଶଂସା କରେ। ଏହା ଏକ ଏଭଳି କାହାଣୀ ଯାହା କୋଟି କୋଟି ଲୋକଙ୍କ ହୃଦୟରେ ବାସ କରେ। ତେଣୁ, ଏହା ଅତ୍ୟନ୍ତ ଯତ୍ନର ଯୋଗ୍ୟ।"

ନମିତ କହିଛନ୍ତି କି ‘ରାମାୟଣ’ ପ୍ରୋଜେକ୍ଟ ଉପରେ ହଜାର ହଜାର ଲୋକ କାମ କରୁଛନ୍ତି । ସେମାନେ ସମସ୍ତେ ଏହାର ଗୁରୁତ୍ୱ ଜାଣନ୍ତି । ସେମାନେ ଲେଖୁଛନ୍ତି । ହଜାର ହଜାର କଳାକାର ଏବଂ ସହଯୋଗୀମାନେ ପୂରା ଧ୍ୟାନର ସହ ଏହି କାମରେ ଲାଗିଛନ୍ତି । ସେ ଆଗକୁ ଯାଇ ପ୍ରତି ବିଭାଗରେ ନିଜ ବେଷ୍ଟ କାମ କରିବାକୁ ନେଇ ବହୁ ଉତ୍ସାହିତ ଏବଂ ଉର୍ଜାରେ ଭରି ରହିଛନ୍ତି । ଆମେ ଆପଣଙ୍କ କଥାକୁ ଧ୍ୟାନର ସହ ଶୁଣୁଛୁ । ପୂରା ପରିଶ୍ରମରେ କାମ କରୁଛୁ ଏବଂ ଏଥିରେ ନିଜର ବେଷ୍ଟ୍ ଲଗାଉଛୁ । ଏହା ଏଥିଲାଗି କାରଣ ରାମାୟଣକୁ ସେହି ସମ୍ମାନର ସହ ପ୍ରେଜେଣ୍ଟ କରାଯାଇପାରିବ । ଯାହାର ସେ ହକଦାର୍ ଅଟେ ।