ଭୁବନେଶ୍ୱର, ୧୬/୦୧: ରାଜଧାନୀ ଭୁବନେଶ୍ୱରରେ ଜଣେ ପୂର୍ବତନ ଏମ୍‌ପିଙ୍କୁ ଠକେଇ କରିବା ମାମଲାରେ ଗୁରୁବାର ଅନିଲ-ହଂସିକାଙ୍କ ଜାମିନ ଆବଦନର ଶୁଣାଣି ହେବ । ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଜାମିନ ଆବେଦନର ଶୁଣାଣି କରିବେ ଏଡିଜେ-୨ କୋର୍ଟ । ସେପଟେ ଉଭୟଙ୍କୁ ଝାରପଡ଼ା ଜେଲ୍‌ରେ ଜେରା କରିବା ପାଇଁ ଆୟକର ବିଭାଗ ତରଫରୁ ଆବେଦନ କରାଯାଇଛି । ତେବେ ଗୁରୁବାର ଏଡିଜେ-୨ କୋର୍ଟ ଉଭୟ ଆବେଦନର ଶୁଣାଣି କରିବେ । 

ଜଣେ ପୂର୍ବତନ ଏମ୍‌ପିଙ୍କୁ ଠକେଇ କରିବା ଅଭିଯୋଗରେ ଗିରଫ ବିଷ୍ଣୁପ୍ରିୟା ଚାନ୍ଦ ଓରଫ ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍‌ ମହାନ୍ତିଙ୍କ ଦିନିକିଆ ରିମାଣ୍ଡ ଗତ ୧୦ ତାରିଖ ଅର୍ଥାତ ଶୁକ୍ରବାର ସରିଥିଲା । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ଯାଞ୍ଚ ପରେ କୋର୍ଟରେ ହାଜର କରାଇଥିଲେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍ । ପରେ ଉଭୟଙ୍କୁ ପୁଣି ଝାରପଡ଼ା ଜେଲ୍‌କୁ ପଠାଇ ଦିଯାଇଥିଲା।