କ୍ବେଟା, ୩୧।୧: ପାକିସ୍ତାନର ବେଲୁଚିସ୍ତାନ ପୁଣି ଥରେ ପାଲଟିଛି ଯୁଦ୍ଧକ୍ଷେତ୍ର ପାଲଟିଛି। ଶନିବାର ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ଏକକାଳୀନ ୧୨ ଟି ସହରରେ କରିଛି ଆକ୍ରମଣ। ପାକିସ୍ତାନୀ ସେନା ଏବଂ ISI ଆଡ୍ଡା ଉପରେ ଆକ୍ରମଣ କରିଛନ୍ତି।ଏହି ଆକ୍ରମଣକୁ ଅପରେସନ ‘ହାରୋଫର ଦ୍ୱିତୀୟ ପର୍ଯ୍ୟାୟ’ ବୋଲି କୁହାଯାଇଛି।  ବିଏଲ୍ଏ କହିଛି, ବେଲୁଚିସ୍ତାନର ରାଜଧାନୀ କ୍ୱେଟା, ନୋଶ୍କି, ମାଶତୁଙ୍ଗ, ଡାଲବାଦିନ, କଳାତ, ଖାରାନ, ଗ୍ୱାଦର, ପାସନି, ଟୁମ୍ପ ଏବଂ ବୁଲେଡାରେ ପାକିସ୍ତାନୀ ସେନା ଏବଂ ISI ଘାଟି ଉପରେ ଏକକାଳୀନ ଆକ୍ରମଣ କରିଛନ୍ତି। କ୍ୱେଟା, ପାସନି, ଗ୍ୱାଦର, ନୋଶ୍କି ଏବଂ ଡାଲବାଦିନରେ ହୋଇଥିବା ଆକ୍ରମଣ ବିଏଲ୍ଏ ମାଜିଦ ବ୍ରିଗେଡ ଦ୍ୱାରା କରାଯାଇଥିବା ଆତ୍ମଘାତୀ ଆକ୍ରମଣ ଥିଲା। ଆକ୍ରମଣ ସମୟରେ ବେଲୁଚି ସଦସ୍ୟ ସେଠାରେ ଏକ ସେନା ଶିବିରରେ ମଧ୍ୟ ଅନୁପ୍ରବେଶ କରିଥିଲେ।

ଅନେକ ପୋଲିସ ଷ୍ଟେସନ ଏବଂ ସରକାରୀ କୋଠା ଦଖଲ କରିଛି। ଶନିବାର, ବେଲୁଚି ବିଦ୍ରୋହୀମାନେ, ବିଶେଷକରି ବାଲୁଚି ଲିବରେସନ ଆର୍ମି (BLA) ର ଜୟନ୍ଦ ଗୋଷ୍ଠୀ, ‘ଅପରେସନ ବିଦ୍ରୋହୀ ବାଲୁଚିମାନେ ଅନେକ ପୋଲିସ ଷ୍ଟେସନ ଦଖଲ କରିଛନ୍ତି। ବେଲୁଚି ବିଦ୍ରୋହୀଙ୍କ ହଠାତ୍ ଆକ୍ରମଣରେ ପଛକୁ ହଟିଛନ୍ତି ପାକିସ୍ତାନୀ ସେନା। ଆକ୍ରମଣର ମୁକାବିଲା କରି ନପାରି ପାକ୍ ସେନା ନିଜର ପୋଷ୍ଟରୁ ପଳାଇବାକୁ ବାଧ୍ୟ ହୋଇଥିଲା।

ବେଲୁଚିସ୍ତାନ ଲିବରେସନ ଆର୍ମି ଅନୁଯାୟୀ, ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୨ ରୁ ଅଧିକ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ବିଏଲ୍ଏ ମାସ୍ତୁଙ୍ଗ ଏବଂ କଳାଟରେ ପାକିସ୍ତାନୀ ପୋଲିସ ବିଲ୍ଡିଂକୁ ଦଖଲ କରିଛି। ପାକସ୍ତାନୀ ଜିଓ ନ୍ୟୁଜ ଅନୁସାରେ,ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୦ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ସେଭଳି ପାକିସ୍ତାନ ସରକାର ଦାବୀ କରିଛନ୍ତି ୫୮ ଆତଙ୍କୀ ନିହତ ହୋଇଛନ୍ତି। ଏହି ଆକ୍ରମଣରେ ପାକିସ୍ତାନୀ ପୋଲିସ, ସେନା ଏବଂ ସରକାରୀ ବିଲ୍ଡିଂକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣ ଖୁବ୍ ବଡ଼ ବୋଲି କୁହାଯାଉଛି। ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ଏହି ବିଷୟରେ କିଛି ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ରିପୋର୍ଟ ଅନୁସାରେ, ପାକିସ୍ତାନୀ ସେନା ଏବଂ ବିଏଲ୍ଏ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି, ଯେଉଁଥିରେ ପ୍ରାୟ ୧୨ ଜଣ ପାକିସ୍ତାନୀ ସୈନିକ ଏବଂ ତିନି ଜଣ ବିଏଲ୍ଏ ସଦସ୍ୟଙ୍କ ମୃତ୍ୟୁ ହୋଇଛି। କେବଳ କ୍ୱେଟାରେ ବିଏଲ୍ଏ ଦ୍ୱାରା ହୋଇଥିବା ଆକ୍ରମଣରେ ୭ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

ଆଜି ସକାଳ ୬ଟା ଠାରୁ, ବାଲୁଚିସ୍ତାନର ୧୨ଟି ସହରର ବିଭିନ୍ନ ଅଞ୍ଚଳରେ ବିଏଲ୍ଏ ଆକ୍ରମଣ କରିଛି। ନୋଶ୍କି ଡେପୁଟି କମିଶନର ମହମ୍ମଦ ହୁସେନଙ୍କୁ ମଧ୍ୟ ବନ୍ଧକ ନେଇଛି। ଏହାର ଏକ ଭିଡିଓ ଜାରି କରିଛି ଯେଉଁଥିରେ ସେ ବାଲୁଚ୍ ସଦସ୍ୟଙ୍କ ଦ୍ୱାରା ବନ୍ଦୀ ଥିବା ସ୍ୱୀକାର କରିଛନ୍ତି। ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ପରିସ୍ଥିତି ସବୁଠାରୁ ଗମ୍ଭୀର, ଯେଉଁଠାରେ ବେଲୁଚ୍ ଯୋଦ୍ଧା ଏକ ବ୍ୟାଙ୍କ ଲୁଟ୍ କରିଥିଲେ ଏବଂ ବିସ୍ଫୋରଣ କରିଥିଲେ। ବେଲୁଚ୍ ଯୋଦ୍ଧାଙ୍କୁ ଖୋଲାଖୋଲି ଭାବରେ ରାସ୍ତାରେ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ଏବଂ ଅନେକ ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଉଥିବା ମଧ୍ୟ ଦେଖାଯାଉଛି।

ଆହୁରି ପଢନ୍ତୁ:ଇସ୍ରାଏଲ ହାତ ମୁଠାରେ ଟ୍ରମ୍ପ ! ଏପଷ୍ଟାଇନ ଫାଇଲ୍ ଜରିଆରେ କନଟ୍ରୋଲ କରୁଛନ୍ତି ନେତନ୍ୟାହୁ, ଆମେରିକାରେ ରାଜନୀତିରେ ଝଡ଼