ନୂଆଦିଲ୍ଲୀ,୨୯।୧୦: ବାଂଲାଦେଶର ପୂବର୍ତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗତ ବର୍ଷ ଅଗଷ୍ଟରେ ଦେଶରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ପରେ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆସି ଭାରତର ଶରଣ ନେଇଥିଲେ। ରିପୋର୍ଟ ଅନୁସାରେ, କିଛି ମାସ ପୂର୍ବରୁ ହସିନାଙ୍କୁ ଦିଲ୍ଲୀର ଲୋଧି ଗାର୍ଡେନରେ ଦୁଇ ସୁରକ୍ଷାକର୍ମୀଙ୍କ ସହ ବୁଲୁଥିବାର ଦେଖିବାକୁ ମିଳିଥିଲା। ଶେଖ୍ ହସିନା ନିକଟରେ ବାଂଲାଦେଶରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ, ଆଗାମୀ ଲିଗ୍ ପାର୍ଟି, ନିଜ ବିରୋଧରେ ଚାଲିଥିବା ଅପରାଧିକ ମାମଲା ଓ ନିଜର ଭବିଷ୍ୟତର ଯୋଜନାକୁ ନେଇ ଖୋଲିକି କଥା ହୋଇଛନ୍ତି। ୭୮ ବର୍ଷର ହସିନା କ୍ଷମତାରୁ ଗାଦିଚ୍ୟୁତ ହେବାପରେ ମିଡିଆ ସହ ପ୍ରଥମ ଥର କଥା ହୋଇଛନ୍ତି। ଏହା ପୂବର୍ରୁ ସେ କେବଳ ସୋସିଆଲ ମିଡିଆ ଜରିଆରେ ବାର୍ତ୍ତା ପଠାଉଥିଲେ।
ଶେଖ୍ ହାସିନା କହିଛନ୍ତି, ଗତ ବର୍ଷ ଅଗଷ୍ଟରେ ଢାକାରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଏହାପରେ ଭିଡ ତାଙ୍କ ଘର ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା। ସେତେବେଳେ ସେ ହେଲିକପ୍ଟରରେ ଭାରତ ଆସି ପହଁଞ୍ଚିଥିଲେ।ସେବେଠାରୁ ସେ ଦିଲ୍ଲୀରେ ରହୁଛନ୍ତି। ହସିନା କହିଛନ୍ତି ସେ ଦିଲ୍ଲୀ ସ୍ବାଧିନ ଭାବରେ ରୁହନ୍ତି, କିନ୍ତୁ ପରିବାରର ଅତୀତକୁ ଦେଖି ସେ ସତର୍କ ରୁହନ୍ତି। ହସିନା ୧୯୭୫ ରେ ସେନା ବିଦ୍ରୋହରେ ତାଙ୍କ ବାପା ଓ ତିନି ଭାଇଙ୍କୁ ହତ୍ୟା କରି ଦିଆଯାଇଥିଲା। ସେତେବେଳେ ଦୁଇ ଭଉଣୀ ବିଦେଶରେ ଥିଲେ।
ପୂବର୍ତନ ପ୍ରଧାନମନ୍ତ୍ରୀ କହିଛନ୍ତି, ଆବାମୀ ଲିଗ୍ ପାର୍ଟି ପୁଣିଥରେ ବାଂଲାଦେଶର ରାଜନୀତିକୁ ଫେରିବ। କ୍ଷମତାରେ ଥାଉ କିମ୍ବା ବିରୋଧି ହୋଇ ରହୁ। ସେ କହିଛନ୍ତି,ଏହି ପ୍ରସଙ୍ଗ ମୋର ପରିବାରକୁ ନେଇ ନୁହେଁ। ବାଂଲାଦେଶର ଭବିଷ୍ୟତ ସେତେବେଳେ ଭଲ ହେବ, ଯେତେବେଳେ ଦେଶର ସମ୍ବିଧାନ ଅନୁସାରେ, ଶାସନ ଓ ରାଜନୈତିକ ସ୍ଥିରତା ରହିବ। କୌଣସି ଜଣେ ବ୍ୟକ୍ତି ପରିବାର ଦେଶ କିମ୍ବା ଭବିଷ୍ୟତ ଧାର୍ଯ୍ୟ କରିପାରିବନି। ହାସିନା କହିଛନ୍ତି, ମୁଁ ନିଶ୍ଚିତ ରୂପରେ ନିଜ ଦେଶକୁ ଫେରିବାକୁ ଚାହିଁବି, କିନ୍ତୁ ଯେତେବେଳେ ସେଠାରେ ବୈଧ ସରକାର ରହିଛନ୍ତି। ହସିନା ଚେତାବନୀ ଦେଇଛନ୍ତି ଯେ, ଆଗାମୀ ଲିଗ୍କୁ ୨୦୨୬ ରେ ନିର୍ବାଚନରେ ଭାଗ ନେବା ପାଇଁ ଅନୁମତି ଦିଆନଗଲେ କୋଟି କୋଟି ସମର୍ଥକ ନିର୍ବାଚନ ବହିଷ୍କାର କରିବେ।