ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅଙ୍ଗନୱାର୍ଡି କେନ୍ଦ୍ରରେ କୋଟିଏ ହସ ଓ ପୋଷଣ ଶିଶୁଙ୍କୁ ପୃଷ୍ଟିକର ଟୋକେଇ ପୁରସ୍କାର

Published By : Suraj Kumar | November 14, 2024 7:16 PM

ମାଲକାନଗିରି,୧୪/୧୧ : ଜିଲ୍ଲାର ୧୫୩ଟି ଅଙ୍ଗନୱାର୍ଡି କେନ୍ଦ୍ରରେ କୋଟିଏ ହସ ଓ ପୋଷଣ ଶିଶୁଙ୍କୁ ପୃଷ୍ଟିକର ଟୋକେଇ ପୁରସ୍କାର ପ୍ରଦାନ କରା ଯାଇଛି।ଜିଲ୍ଲାର ସମସ୍ତ ଅଙ୍ଗନବାଡି ଜ୍ଞାନ କେନ୍ଦ୍ରରେ ଛଅ ଜଣ ଲେଖାଏଁ ସୁସ୍ଥ ଶିଶୁଙ୍କୁ ପୁରସ୍କୃତ କରାଯାଇଛି । ମହିଳା ଏବଂ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ କୋଟିଏ ହସ ଏବଂ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପି ଆୟୋଜନ କରାଯାଇଛି। 

 ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜ଼ିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ଦିବସ ପାଳନ କରାଯାଇଛି। ଏହି ଅବସରରେ କିଭଳି ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ପ୍ରଦାନ କରାଯିବ ସେଥି ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି  । ତେବେ ଚଳିତ ବର୍ଷ ପ୍ରଥମ କରି ଜ଼ିଲ୍ଲାର ସମସ୍ତ  ୧୫୩ଟି ଅଙ୍ଗନବାଡି ଜ୍ଞାନ କେନ୍ଦ୍ରରେ କୋଟିଏ ହସ ସହିତ ପୋଷଣ ଶିଶୁ ଓ ସେମାନଙ୍କର ପିତାମାତାଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି। ପୋଷଣ ଟ୍ରାକର ଅନୁସାରେ ସାଧାରଣ ଵର୍ଗରେ ଥିବା ଶିଶୁମାନଙ୍କୁ ଦୁଇଟି ଵର୍ଗ ଯଥା ୬ ମାସ ରୁ ୩ ବର୍ଷ ଏବଂ ୩ବର୍ଷ ରୁ ୬ ବର୍ଷ ଅନୁଯାୟୀ ସୁସ୍ଥ ଶିଶୁ ଚି଼ହ୍ନଟ କରାଯାଇଛି । ଅଙ୍ଗନବାଡି କେନ୍ଦ୍ର ସ୍ତରରେ ସତନ୍ତ୍ର କମିଟି ଦ୍ଵାରା ଉଭୟ ଵର୍ଗ ରେ ଶ୍ରେଷ୍ଠ ୩ ଜଣଙ୍କୁ ଚି଼ହ୍ନଟ କରି ପୁରସ୍କୃତ କରାଯାଇଛି । ଏହି ଅବସରରେ ଆକର୍ଷଣୀୟ ପୁରସ୍କାର ଓ  ପୃଷ୍ଟିକର ଟୋକେଇ ପ୍ରଦାନ କରାଯାଇଛି ।ଜିଲ୍ଲା ର ଚିତ୍ରକୋଣ୍ଡା, କୋରକୁଣ୍ଡା, ଖଇର ପୁଟ, ମାଥିଲି, ମାଲକାନଗିରି, କାଲିମେଳା, ପଡିଆ ସାତ ଟି ବ୍ଲକ ଅଞ୍ଚଳ ରେ ଥିବା ସମସ୍ତ ଅଙ୍ଗନୱାର୍ଡ କେନ୍ଦ୍ର ଗୁଡିକ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଗ୍ରାମରୁ ମହିଳା ମାନେ ସେମାନଙ୍କ ସୁସ୍ଥ ଶିଶୁ  ମାନଙ୍କୁ ଧରି କେନ୍ଦ୍ର ରେ ପହଁଚି ପ୍ରତିଯୋଗିତା ରେ ଭାଗ ନେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.