ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

Ind vs Nz; କ୍ରୀଡାସୂଚୀ ଜାରି କଲା ବିସିସିଆଇ, ହେବ ୮ ମୁକାବିଲା, କମାଲ କରିବେ ରୋହିତ-କୋହଲି

Published By : Ankita S | June 15, 2025 11:53 AM

ନୂଆଦିଲ୍ଲୀ,୧୫/୦୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଆଗାମୀ ଦ୍ୱିପାକ୍ଷିକ ସିରିଜ ନେଇ କ୍ରୀଡାସୂଚୀ ଜାରି କରିଛି । ଏହା ୨୦୨୬ ଜାନୁଆରୀରେ ଭାରତରେ ଆୟୋଜିତ ହେବ । ନ୍ୟୁଜିଲାଣ୍ଡ ଭାରତ ଗସ୍ତରେ ଆସିବ । ଏଥିରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳାଯିବ । ଟେଷ୍ଟ କ୍ରିକେଟ ଓ ଟି-ଟ୍ୱେଣ୍ଟିରୁ ଅବସର ନେଇଥିବା ବିରାଟ କୋହଲି ଓ ରୋହିତ ଶର୍ମା ଦିନିକିଆରେ ଆକ୍ସନ ଦେଖାଇବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ଏହି ସିରିଜ ଭାରତର ଅଲଗା ଅଲଗା ସହରରେ ୧୧ ଜାନୁଆରୀରୁ ୩୧ ଯାଏ ଆୟୋଜିତ ହେବ । ସହରର ଭୌଗୋଳିକ ଓ ଜଳବାୟୁ ପରିସ୍ଥିତି ଷ୍ଟାଡିୟମରେ ଅଲଗା ଅଲଗା ସହରରେ ଖେଳାଯିବ । ଦିନିକିଆ ମ୍ୟାଚ ବଦୋଡାରେ ଆରମ୍ଭ ହେବ । ଏହାପରେ ଟି-୨୦ ସିରିଜ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ଚୟନ ପାଇଁ ମହତ୍ତ୍ବପୂର୍ଣ୍ଣ ହେବ । ଏହା ରାୟପୁର ଏବଂ ଗୌହାଟୀ ପରି ଭେନ୍ୟୁରେ ଖେଳାଯିବ ।

କ୍ରୀଡ଼ା ସୂଚୀ

ଜାନୁଆରୀ ୧୧- ପ୍ରଥମ ଦିନିକିଆ-ବଡ଼ୋଦା

ଜାନୁଆରୀ ୧୪-ଦ୍ୱିତୀୟ ଦିନିକିଆ-ରାଜକୋଟ

ଜାନୁଆରୀ ୧୮- ତୃତୀୟ ଦିନିକିଆ-ଇନ୍ଦୋର

ଜାନୁଆରୀ ୨୧-  ପ୍ରଥମ ଟି-ଟ୍ୱେଣ୍ଟି- ନାଗପୁର

ଜାନୁଆରୀ ୨୩-ଦ୍ୱିତୀୟ ଟି-ଟ୍ୱେଣ୍ଟି- ରାୟପୁର

ଜାନୁଆରୀ ୨୫- ତୃତୀୟ ଟି-ଟ୍ୱେଣ୍ଟି-ଗୌହାଟୀ

ଜାନୁଆରୀ ୨୮-ଚତୁର୍ଥ ଟି-ଟ୍ୱେଣ୍ଟି-ବିଶାଖାପାଟନମ୍

ଜାନୁଆରୀ ୩୧-ପଞ୍ଚମ ଟି-ଟ୍ବେଣ୍ଟି- ତ୍ରିବେନ୍ଦ୍ରମ

ଏହା ବି ପଢନ୍ତୁ...ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷିତ: ଅକ୍ଟୋବର ୧୫ରୁ ରଣଜୀ ଟ୍ରଫି, ଦୁଲୀପ ଟ୍ରଫିରୁ ଆରମ୍ଭ ହେବ ସିଜନ


କିଏ ହେବ କ୍ୟାପ୍ଟେନ୍ ? ଟି-ଟ୍ୱେଣ୍ଟିରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ମୈଦାନକୁ ଓହ୍ଲାଇବ । ଦିନିକିଆ ଫର୍ମାଟରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ରୋହିତ ଟି-ଟ୍ୱେଣ୍ଟି ଓ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି । ବର୍ତ୍ତମାନ ସେ କେବଳ ଦିନିକିଆ ଖେଳିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.