ନୂଆଦିଲ୍ଲୀ,୧୫/୦୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଆଗାମୀ ଦ୍ୱିପାକ୍ଷିକ ସିରିଜ ନେଇ କ୍ରୀଡାସୂଚୀ ଜାରି କରିଛି । ଏହା ୨୦୨୬ ଜାନୁଆରୀରେ ଭାରତରେ ଆୟୋଜିତ ହେବ । ନ୍ୟୁଜିଲାଣ୍ଡ ଭାରତ ଗସ୍ତରେ ଆସିବ । ଏଥିରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳାଯିବ । ଟେଷ୍ଟ କ୍ରିକେଟ ଓ ଟି-ଟ୍ୱେଣ୍ଟିରୁ ଅବସର ନେଇଥିବା ବିରାଟ କୋହଲି ଓ ରୋହିତ ଶର୍ମା ଦିନିକିଆରେ ଆକ୍ସନ ଦେଖାଇବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

ଏହି ସିରିଜ ଭାରତର ଅଲଗା ଅଲଗା ସହରରେ ୧୧ ଜାନୁଆରୀରୁ ୩୧ ଯାଏ ଆୟୋଜିତ ହେବ । ସହରର ଭୌଗୋଳିକ ଓ ଜଳବାୟୁ ପରିସ୍ଥିତି ଷ୍ଟାଡିୟମରେ ଅଲଗା ଅଲଗା ସହରରେ ଖେଳାଯିବ । ଦିନିକିଆ ମ୍ୟାଚ ବଦୋଡାରେ ଆରମ୍ଭ ହେବ । ଏହାପରେ ଟି-୨୦ ସିରିଜ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ଚୟନ ପାଇଁ ମହତ୍ତ୍ବପୂର୍ଣ୍ଣ ହେବ । ଏହା ରାୟପୁର ଏବଂ ଗୌହାଟୀ ପରି ଭେନ୍ୟୁରେ ଖେଳାଯିବ ।

କ୍ରୀଡ଼ା ସୂଚୀ

ଜାନୁଆରୀ ୧୧- ପ୍ରଥମ ଦିନିକିଆ-ବଡ଼ୋଦା

ଜାନୁଆରୀ ୧୪-ଦ୍ୱିତୀୟ ଦିନିକିଆ-ରାଜକୋଟ

ଜାନୁଆରୀ ୧୮- ତୃତୀୟ ଦିନିକିଆ-ଇନ୍ଦୋର

ଜାନୁଆରୀ ୨୧-  ପ୍ରଥମ ଟି-ଟ୍ୱେଣ୍ଟି- ନାଗପୁର

ଜାନୁଆରୀ ୨୩-ଦ୍ୱିତୀୟ ଟି-ଟ୍ୱେଣ୍ଟି- ରାୟପୁର

ଜାନୁଆରୀ ୨୫- ତୃତୀୟ ଟି-ଟ୍ୱେଣ୍ଟି-ଗୌହାଟୀ

ଜାନୁଆରୀ ୨୮-ଚତୁର୍ଥ ଟି-ଟ୍ୱେଣ୍ଟି-ବିଶାଖାପାଟନମ୍

ଜାନୁଆରୀ ୩୧-ପଞ୍ଚମ ଟି-ଟ୍ବେଣ୍ଟି- ତ୍ରିବେନ୍ଦ୍ରମ

ଏହା ବି ପଢନ୍ତୁ...ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷିତ: ଅକ୍ଟୋବର ୧୫ରୁ ରଣଜୀ ଟ୍ରଫି, ଦୁଲୀପ ଟ୍ରଫିରୁ ଆରମ୍ଭ ହେବ ସିଜନ


କିଏ ହେବ କ୍ୟାପ୍ଟେନ୍ ? ଟି-ଟ୍ୱେଣ୍ଟିରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ମୈଦାନକୁ ଓହ୍ଲାଇବ । ଦିନିକିଆ ଫର୍ମାଟରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ରୋହିତ ଟି-ଟ୍ୱେଣ୍ଟି ଓ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି । ବର୍ତ୍ତମାନ ସେ କେବଳ ଦିନିକିଆ ଖେଳିବେ ।