ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଶରୀରରୁ ଚର୍ବି କମାଏ ଗଜାଯୁକ୍ତ ଖାଦ୍ୟ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ..

Published By : Prameya | February 13, 2025 2:29 PM

ଭୁବନେଶ୍ୱର ୧୩/୦୨: ଗଜା ବୁଟ, ମୁଗ, ଗହମ, ଆଲଫାଲଫା ଭଳି ପ୍ରତ୍ୟେକ ଶସ୍ୟ ବା ଗଜା ହେଉଥିବା ମଞ୍ଜିର ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅତି ଉପାଦେୟ । ଚିରାଚରିତ ଉପାୟରେ ଗଜା କରିବା ନିମନ୍ତେ  ଏସବୁକୁ ଆଠରୁ ୧୦ ଘଣ୍ଟା ପାଣିରେ ବତୁରାଇ ଖଣ୍ଡେ ଓଦା  କନାରେ ବାନ୍ଧି ଟାଙ୍ଗି ଦେବେ । ଦିନରେ ଦୁଇ ଥର ଏହାକୁ  ଓଦା କରିବା ଦରକାର । ଦୁଇ  ଦିନରେ ବଡ଼ ବଡ଼ ଗଜା ବାହାରିବ ।  ଗଜା ଯେତେ ବଡ଼ ହେବ ତାର  ଉପକାରିତା ସେତେ ଅଧିକ ।  ଆଜିକାଲି ଗଜା କରିବା ପାତ୍ର ମଧ୍ୟ  ବ୍ୟବହାର କରାଯାଉଛି । 

 ଗଜା ହୋଇଥିବା ଖାଦ୍ୟ  ଶସ୍ୟରେ ଜୀବସାର ଓ  ପୁଷ୍ଟିସାରଗୁଡ଼ିକ ବହୁ ଗୁଣରେ  ବୃଦ୍ଧି ହୋଇଥାଏ (ପ୍ରୋଟିନ୍‌ ପ୍ରାୟ ୩୦% ବଢ଼ିଥାଏ)  ଏବଂ ଶ୍ୱେତସାର ପରିମାଣ କମ୍‌ ହୋଇଥାଏ । 

ଶରୀରକୁ ପତଳା କରିବା ଓ ଚର୍ବି କମାଇବା ନିମନ୍ତେ  ଏହା ହେଉଛି ମ୍ୟାଜିକ୍‌ ଖାଦ୍ୟ । ଗଜା ଖାଦ୍ୟରେ ହଜମ  କରୁଥିବା ଏନ୍‌ଜାଇମଗୁଡ଼ିକ ରହୁଥିବାରୁ ଏହାକୁ ହଜମ  କରିବା ଅତି ସହଜ ।  

 ବୈଜ୍ଞାନିକମାନଙ୍କ ମତରେ ଗଜା ଖାଦ୍ୟରେ ଥିବା  ଜୀବନୀ ଶକ୍ତି ଶରୀରକୁ ସବୁଦିଗରୁ ସୁସ୍ଥ ଓ କାର୍ଯ୍ୟକ୍ଷମ  କରାଇଥାଏ ।

କିଛି ଲୋକ ଗଜା ଖାଦ୍ୟ ଖାଇଲେ ତରଳ ଝାଡ଼ା ହୁଏ  ଏବଂ ଗଜା ଖାଦ୍ୟ ଗରିଷ୍ଠ ବା ହଜମ କରିବା କଷ୍ଟକର  ବୋଲି କହିଥାଆନ୍ତି । ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଅବଶ୍ୟ  ଗଜା କରିବା ବେଳେ ବ୍ୟବହୃତ ପାଣି ଓ କପଡ଼ାରେ ଥିବା  ଜୀବାଣୁ, ଭୂତାଣୁମାନେ ବେଳେବେଳେ ତରଳ ଝାଡ଼ାର  କାରଣ ହୋଇଥାଆନ୍ତି । ଏଥିରୁ  ବଞ୍ଚିବା ନିମନ୍ତେ ଗଜା ଖାଇବା ପୂର୍ବରୁ  ଏହାକୁ ଗରମ ପାଣିରେ ପକାଇ  ଧୋଇ ଦିଅନ୍ତୁ । ଫଳରେ ଜୀବାଣୁ  ମରିଯିବେ ଏବଂ ମଇଳା ମଧ୍ୟ ଧୋଇ  ହୋଇଯିବ  ।  

ଏହାଛଡ଼ା ଗଜା ମୁଗ ବା ବୁଟରେ  କାକୁଡ଼ି, ଗାଜର, ବିଟ୍‌, ମୂଳା, ପିଆଜ  ଷଣ୍ଢା, ବ୍ରୋକୋଲି, ଟମାଟୋ, ପିଆଜ,  କଞ୍ଚାଲଙ୍କା, ଧନିଆପତ୍ରକୁ ଛୋଟ ଛୋଟ କରି କାଟି ସେଥିରେ  ଲେମ୍ବୁ ଓ ଅଳ୍ପ କଳା ଲୁଣ ଦେଇ ଖାଇପାରିବେ । ଏଥିରେ ମଧ୍ୟ  ସିଝା ମଟର, ବୁଟ, ସିଝା ଚିନାବାଦାମ ମଞ୍ଜି ପକାଇ ପାରିବେ ।  ଅଳ୍ପ ଅଦା, ଦହି ଦେଲେ ଆହୁରି ସ୍ୱାଦିଷ୍ଟ ହୋଇପାରିବ । ଏହା  ଦିନରେ ଦୁଇ ତିନି ଥର ଖାଆନ୍ତୁ । ଏହା ଅତ୍ୟନ୍ତ ପୁଷ୍ଟିକାରକ,  ଚର୍ବିନାଶକ ଏବଂ ଜୀବନୀଶକ୍ତି ପ୍ରଦାନକାରୀ ଖାଦ୍ୟ । ୩ ମାସ  ଏହି ଖାଦ୍ୟ କେବଳ ଖାଇ ଦେଖନ୍ତୁ ଆପଣ ୧୦ କିଲୋ ଚର୍ବି  ହ୍ରାସ କରିପାରିବେ ।

ଡ. ହରି ପ୍ରସାଦ ପଟ୍ଟନାୟକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.