ଭୁବନେଶ୍ୱର ୦୭/୦୧: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଭୂପିନ୍ଦର ସିଂହଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା। କହିଲେ ରାଜ୍ୟସଭା ପାଇଁ ମିଳିଥିଲା ପ୍ରତିଶ୍ରୁତି। ୨୦୨୪ ରାଜ୍ୟ ସଭା ପାଇଁ ନିଜ ଆଡୁ କହିଥିଲେ ବିଜେଡି ସୁପ୍ରିମୋ ।

 

ଭୂପିନ୍ଦର କହିଛନ୍ତି, ମୁଁ ଲୋକସଭା ପାଇଁ ଇଛୁକ ଥିଲି, ବିଧାନସଭା ପାଇଁ ନୁହେଁ। ମୋତେ ରାଜ୍ୟ ସଭା ପାଇଁ ନିଜ ଆଡୁ କହିଥିଲେ ନବୀନ। ସନ୍ଧ୍ୟାସୁଦ୍ଧା ନିଷ୍ପତ୍ତି ଜଣାଇବାକୁ ମୋତେ କହିଥିଲେ। ମୁଁ ତାଙ୍କୁ ଜଣାଇବାକୁ କହି କଳାହାଣ୍ଡି ଯାଉଥିଲି। ଟ୍ରେନ୍ରେ ଶୁଣିଲେ ମୋତେ ହାଉସିଂ ବୋର୍ଡର ଚେୟାରମ୍ୟାନ କରାଯାଇଛି। ମୋର କୌଣସି ଜାଗାରେ କିଛି ଆପତ୍ତି ନାହିଁ। ଅସନ୍ତୋଷର ଶବ୍ଦ ମୋ ଡିକ୍ସିନାରୀରେ ନାହିଁ। ଲୋକଙ୍କ ଉପରେ ମୋର ବିଶ୍ୱାସ ଅଛି। ସର୍ବଦା ଲୋକଙ୍କ ସହ ଅଛି ଆଉ ରହିବି ମଧ୍ୟ। ଓଡିଶା ଏବଂ କଳାହାଣ୍ଡି ବିକାଶ ପାଇଁ ଯିଏବି ଡାକିବେ ମୁଁ ତାଙ୍କ ସହ ରହିବି।