ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବାଇକ୍ ସହ ମୁହାଁ ମୁହିଁ ଧକ୍କା ହେଲା ବାଇକ୍‌, ଶିକ୍ଷକ ମୃତ

Published By : Harapriya Sethi | November 20, 2024 1:24 PM

ନୂଆଗାଁ,୨୦/୧୧: ମାମାଢ଼ାବା ସମ୍ମୁଖରେ ମୁହାଁ ମୁହିଁ ଧକ୍କା ଧକ୍କା ହେଲା ଦୁଇ ବାଇକ୍‌ । ଚାଲିଗଲା ଶିକ୍ଷକଙ୍କ ଜୀବନ । ମୃତକ କନ୍ଦଳବ ସ୍କୁଲର ଶିକ୍ଷକ କିଶୋର ସେନାପତି ବୋଲି ଜଣାପଡ଼ିଛି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ନୂଆଗାଁ ମାମାଢ଼ାବା ସମ୍ମୁଖରେ ଏଭଳି ଘଟଣା ଘଟିଛି। 

ସୂଚନା ମୁତାବକ, ନୟାଗଡ ପଟରୁ ଜଣେ ଶିକ୍ଷକ ହିରୋ ହୋଣ୍ଡା ଗାଡିରେ ନୂଆଗାଁ ଅଭିମୁଖେ ଆସୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ୟାମାହା ଆର୍-୧୫ ଗାଡି ସହ ଧକ୍କା ହୋଇଥିଲା । ବାଇକ୍ ଦୁଇଟି ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ରାସ୍ତା ପାର୍ଶ୍ବରେ ଛିଟିକି ପଡ଼ି ଗୁରୁତର ହୋଇଥିଲେ । ଏହା ଦେଖି ଉଭୟ ପାର୍ଶ୍ଵରୁ ଆସୁଥିବା କିଛି ଯାତ୍ରୀ ଏବଂ ନୂଆଗାଁ କଲେଜ୍ ଛାତ୍ର ମାନେ ଗୁରୁତର ଗାଡି ଚାଳକଙ୍କୁ ଉଦ୍ଧାର କରିଥିଲେ । ଛାତ୍ରମାନେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବାସହ ସ୍ଥାନୀୟ ନୂଆଗାଁ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଆମ୍ବୁଲାନ୍ସ ସହାୟତାରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲା ପୋଲିସ । ନୟାଗଡ ଚିକିତ୍ସାଳୟରେ କନ୍ଦଳବ ସ୍କୁଲର ଶିକ୍ଷକ କିଶୋର ସେନାପତି ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.