ଭୁବନେଶ୍ୱର ୦୮/୦୬ : ବିଜେଡି ଡାକିଲା ବଡ଼ ବୈଠକ । ବୁଧାବର ଅର୍ଥାତ  ୧୦ ତାରଖରେ ବସିବ ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିବେ। ସମସ୍ତ ନେତାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି ପକ୍ଷରୁ ଏକ ଗଣମାଧ୍ୟମ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜେଡି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ  ଶଙ୍ଖଭବନରେ ଏକ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ଭାବେ ଲଢିଥିବା ନେତାମାନଙ୍କୁ ଡକାଯାଇଛି। ଏହି ବୈଠକରେ ଦଳୀୟ ସଭାପତି ସମସ୍ତ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ବିଚାରବିମର୍ଶ କରିବେ ।

ଅଧିକ ପଢ଼ନ୍ତୁ :-  Cyber Crime: ଏମିତି ଆମ ସାଇବର ଥାନା, କେସ ଫାଇଲ, ଚାର୍ଜସିଟ୍ ଓ ତଦନ୍ତ ଭୟରେ ପୁଲିସ୍, ଠକାମି ୧ ଲକ୍ଷରୁ କମ୍ ହେଲେ ଶୁଣୁନି

ସେହିପରି ପୂର୍ବରୁ ଦଳ ତରଫକୁ ଦିଆଯାଇଥିବା SIR ସଂପର୍କୀତ କାର୍ଯ୍ୟକ୍ରମର ଅନୁପାଳନ, ବ୍ଲକ ଓ ପୌରାଞ୍ଚଳରେ ସାଂଗଠନିକ କମିଟି ଗଠନ ଓ ନିଆଯାଇଥିବା ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିବେ । ଏହି ବୈଠକରେ ଦଳୀୟ ନେତାମାନେ ସିଧା ସଭାପତିଙ୍କ ସହ କୌଣସି ବି ପ୍ରସଙ୍ଗରେ ଆଲୋଚନା କରିପାରିବେ ।

ତେବେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ବିଜେଡି ସବୁ ନେତାମାନଙ୍କୁ ରାଜଧାନୀକୁ ଡାକାରା ହୋଇଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜର ସଂଗଠନକୁ ଆହୁରି ସୁଦୃଢ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।