ଭୁବନେଶ୍ଵର, ୧୧/୦୫ : ରାଜ୍ୟସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ। ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ବିଧାୟକ ଉପାସନା ମହାପାତ୍ର ଓ ପୂର୍ଣ୍ଣ ସେଠିଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ବିଜେଡି। ଏହି ଦୁଇ ବିଧାୟକ ପ୍ରଥମ ବାଲଟ ପେପରରେ ଭୁଲ ଭୋଟିଂ କରିବାରୁ ଦ୍ଵିତୀୟ ପେପର ଦେଇଥିଲେ ନିର୍ବାଚନ ଅଧିକାରୀ। ବିଜେଡି ଏହାର ପ୍ରତିବାଦ କରିବା ସତ୍ବେ ଶୁଣି ନଥିଲେ ନିର୍ବାଚନ ଅଧିକାରୀ। ଦ୍ଵିତୀୟ ବାଲଟ ପେପରରେ ଉଭୟ ବିଜେପି ବିଧାୟକ ଭୋଟ ଦେଇଥିଲେ। ଏହାକୁ ଅଗଣତନ୍ତ୍ରିକ ଅଭିଯୋଗ କରି CEO ଙ୍କୁ ଭେଟିବାକୁ ସମୟ ମାଗିଥିଲା ବିଜେଡି।

CEOଙ୍କୁ ଭେଟିବା ପରେ ବିଜେଡି ଜାଣିବାକୁ ପାଇଛି ଯେ ଭୋଟ ପେନ୍ରୁ ସ୍ୟାହି ଲିକ୍ ହେଉଥିବା ଭାରତୀୟ ନିର୍ବାଚନ ଅଧିକାରୀ ରିପୋର୍ଟ କରିଛନ୍ତି। CEO ବି କହିଛନ୍ତି ଏହା ତାଙ୍କ ପରିସୀମାରେ ନାହିଁ। ଏପରି ସ୍ଥିତିରେ ବିଜେଡି ଆଗକୁ କ'ଣ କାର୍ଯ୍ୟପନ୍ଥା ନେବ, ତାହା ବୈଠକରେ ସ୍ଥିର କରିବ। ସେପଟେ ଏହି ପ୍ରସଙ୍ଗରେ ବିଜେପି ସାଂସଦ ଅପରାଜିତ ଷଡଙ୍ଗୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଜେଡି ତାର ଅସ୍ତିତ୍ବ ହରାଇଛି । ବିଜେଡି କଣ କରିବ କିଛି ଜାଣିପାରୁନି । କେବଳ ଖବରରେ ରହିବାକୁ ଚେଷ୍ଟା ଚଳାଇଛି । ସେଥିପାଇଁ ଏଭଳି ମୂଲ୍ୟହୀନ କାର୍ଯ୍ୟ କରୁଛି ।

ଏହି ଖବରଟିକୁ ପଢନ୍ତୁଏକାମ୍ର କ୍ଷେତ୍ରରେ ସୋମନାଥ ସ୍ୱାଭିମାନ ପର୍ବ, ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ କରିବାକୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ