ଭୁବନେଶ୍ୱର ୧୧/୦୫ : ଆଧ୍ୟାତ୍ମିକ ଆକାଶରେ ହୋଇଛି ନୂଆ ସୂର୍ଯ୍ୟୋଦୟ। ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ। ସବୁ ମନ୍ଦିରର ହେବ ପୁନଃରୁଦ୍ଧାର। ସୋମନାଥ ମନ୍ଦିରର ଅମୃତ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସୋମନାଥଙ୍କ ଇତିହାସ ଆମକୁ ଶିଖାଏ ଧର୍ଯ୍ୟ ଏବଂ ଆତ୍ମସମ୍ମାନ । ସୋମନାଥ ଏବଂ ଲିଙ୍ଗରାଜ ମନ୍ଦିର ମଧ୍ୟରେ ସମାନତା ରହିଛି । ଉଭୟ ମନ୍ଦିର ଭାରତର ପ୍ରାଚୀନ ଆଧ୍ୟାତ୍ନିକ ଏବଂ ସ୍ଥାପତ୍ୟ ଐତିହ୍ୟକୁ ପ୍ରତିନିଧିତ୍ୱ କରନ୍ତି । ପ୍ରଭୁ ସୋମନାଥଙ୍କୁ ପଶ୍ଚିମ ଭାରତର ରକ୍ଷକ ଏବଂ ପ୍ରଭୁ ଲିଙ୍ଗରାଜ ପୂର୍ବର ଅଟଳ ଆଧ୍ୟାତ୍ମିକ ଶକ୍ତି ବୋଲି କୁହାଯାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ସଂସ୍କୃତିର ପ୍ରତୀକ ଶ୍ରୀ ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ୧୦୦୦ ବର୍ଷର ଗୌରବମୟ ଇତିହାସ ଏବଂ ମନ୍ଦିରର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ ପାଳିତ ହେଉଛି "ସୋମନାଥ ସ୍ୱାଭିମାନ ପର୍ବ" । ଏହି ଐତିହାସିକ ଅବସର, ଭାରତୀୟ ସଭ୍ୟତାର ପୁନର୍ଜନ୍ମର କାହାଣୀ, ଗୌରବର ଗାଥା । ଯାହାକୁ ରକ୍ଷା କରିବା ପାଇଁ ହଜାର ହଜାର ସନାତନୀ ନିଜ ପ୍ରାଣ ବଳି ଉତ୍ସର୍ଗ କରିଛନ୍ତି। ଏହାକୁ ନଷ୍ଟ କରିବା ଲାଗି ବାରମ୍ବାର ଚେଷ୍ଟା ହୋଇଛି। ହେଲେ ସେହି ସନାତନୀଙ୍କ ପାଇଁ ଆଜି ତାହା ବଞ୍ଚିରହିଛି ।
ସୋମନାଥଙ୍କ ଇତିହାସ ଆମକୁ ଶିଖାଏ ଧର୍ଯ୍ୟ ଏବଂ ଆତ୍ମସମ୍ମାନ । ବାରମ୍ବାର ଆକ୍ରମଣ ସତ୍ତ୍ବେ ଗର୍ବରେ ଆଜି ଵି ଠିଆ ହୋଇଛି ସୋମନାଥ ମନ୍ଦିର । ସେହିଭଳି ଆମ ସଂସ୍କୃତି, ପରମ୍ପରାକୁ ନେଇ ଆମକୁ ଆଗକୁ ବଢିବାକୁ ପଡ଼ିବ । ପ୍ରଭୁ ଲିଙ୍ଗରାଜଙ୍କ ଭୂମିରୁ ମୁଁ ପ୍ରଭୁ ସୋମନାଥଙ୍କୁ ପ୍ରଣାମ ଜଣାଉଛି । ସୋମନାଥ ମନ୍ଦିର ଆମର ଆତ୍ମସମ୍ମାନର ପ୍ରତୀକ । ଶାସ୍ତ୍ର କହେ ସୋମନାଥ ମନ୍ଦିର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ । ଭାରତର ପୂର୍ବ ଭାଗରେ ଥିବା ଏକାମ୍ର କ୍ଷେତ୍ର ମଧ୍ୟ ଅନ୍ୟତମ । ପ୍ରଭୁ ଲିଙ୍ଗରାଜ ଏବଂ ପ୍ରଭୁ ସୋମନାଥଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଉଭୟ ସୋମନାଥ ଏବଂ ଲିଙ୍ଗରାଜ ମନ୍ଦିର ହେଉଛି ପ୍ରାଚୀନ ସଂସ୍କୃତି ଓ କଳାର ପରିଚୟ ।
ପ୍ରଭୁ ସୋମନାଥ ଯଦି ଭାରତବର୍ଷର ଜାଗ୍ରତ ପ୍ରହରୀ ତେବେ ପ୍ରଭୁ ଲିଙ୍ଗରାଜ ହେଉଛନ୍ତି ଅବିଚଳିତ ଶକ୍ତି। ପ୍ରଭୁ ଜଗନ୍ନାଥ ମଧ୍ୟ ବାରମ୍ବାର ଆକ୍ରମଣର ଶିକାର ହୋଇଛନ୍ତି । ଆକ୍ରମଣକାରୀ ଜାଣିନଥିଲେ, ଭାରତର ଆସ୍ଥା ପଥରରେ ନୁହେଁ ଭାରତବାସୀଙ୍କ ରକ୍ତରେ ଅଛି । ଯେତେଥର ମନ୍ଦିର ଭାଙ୍ଗିଛନ୍ତି ସେତେଥର ମନ୍ଦିର ନିର୍ମାଣ କରିଛନ୍ତି ।
ସୋମନାଥ ମନ୍ଦିର ଆକ୍ରମଣର ଏକ ହଜାର ବର୍ଷ ପୂର୍ତ୍ତି ହୋଇଛି । ଏହାକୁ ଆମେ ଅତୁଟ ଆସ୍ଥାର ଏକ ହଜାର ବର୍ଷ ଭାବେ ପାଳନ କରାଯାଉଛି । ଯେତେବେଳେ ଏହାକୁ ନେହୁରୁ ରାଷ୍ଟପତି ରାଜେନ୍ଦ୍ର ପ୍ରସାଦ ଯିବାକୁ ମନା କରିଦେଇଥିଲେ । ମୋଦିଙ୍କ ନୂଆ ଭାରତ । ସୋମନାଥ ସ୍ୱାଭିମାନ ପର୍ବ ଭାରତ ବର୍ଷରେ ସବୁଠାରେ ପାଳନ କରାଯାଉଛି । ଓଡିଶାରେ ଅନେକ ସ୍ଥାନରେ ପାଳନ କରାଯାଉଛି ।
ଅଧିକ ପଢ଼ନ୍ତୁ :- କଳାହାଣ୍ଡିରେ ରାଜନୀତି ସରଗରମ: ଭକ୍ତଙ୍କ ଗଡ଼ରେ ମୋକିମ୍ଙ୍କ ସମାବେଶ, ଭବାନୀପାଟଣାରେ କଂଗ୍ରେସ ବନ୍ଦ ଡାକରା
ମନ୍ଦିର ପରିସରରେ ଭକ୍ତ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସୋମନାଥ ମନ୍ଦିରକୁ ଭାରତର ଆତ୍ମସମ୍ମାନ ଏବଂ ସ୍ଥିରତାର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି। ବାରମ୍ବାର ଆକ୍ରମଣ ସନାତନ ସଂସ୍କୃତିର ଆତ୍ମାକୁ ନଷ୍ଟ କରିପାରିବ ନାହିଁ। ସ୍ୱାଧୀନତା ପରେ ସୋମନାଥ ମନ୍ଦିର ପୁନଃନିର୍ମାଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭଳି ନେତାଙ୍କ ଭୂମିକା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।"ବିକାଶ ଭି, ବୀରାସତ୍ ଭି" ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ। ଓଡିଶାର ଐତିହ୍ୟ ବିକାଶ ପଦକ୍ଷେପ ବିଷୟରେ କହି ମାଝୀ କହିଛନ୍ତି ଯେ, ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ଏବଂ ଜଗନ୍ନାଥ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ଏବଂ ଐତିହ୍ୟ ସ୍ଥଳଗୁଡ଼ିକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ପର୍ଯ୍ୟଟନ ସୁବିଧା ସହିତ ପରିବର୍ତ୍ତନ କରିବାକୁ ପ୍ରତିବଦ୍ଧ।