ନୂଆଦିଲ୍ଲୀ,୨୮/୦୫; ସଦ୍ୟ ସମାପ୍ତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ବମ୍ପର ବିଜୟ ପରେ ବିଜେପିରେ ବଡ଼ ଅଦଳବଦଳ ହୋଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ୪ ରାଜ୍ୟରେ ନୂଆ ଅଧ୍ୟକ୍ଷ ବଦଳାଇଛି ଭାରତୀୟ ଜନତା ପାର୍ଟି । ଏହି ତାଲିକାରେ ନିର୍ବାଚନ ହେବାକୁ ଥିବା ପଞ୍ଜାବ ସାମିଲ ରହିଛି । ତ୍ରିପୁରା ଏବଂ ହରିୟାଣାରେ ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛି ବିଜେପି । ସଂଗଠନରେ ବଡ଼ ପରିବର୍ତ୍ତନ କରି ୪ ରାଜ୍ୟ ପାଇଁ ନୂଆ ଅଧ୍ୟକ୍ଷ ନିଯୁକ୍ତ କରି ଦିଲ୍ଲୀରେ ବୀରେନ୍ଦ୍ର ସଚଦେବଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ହର୍ଷ ମଲହୋତ୍ରା ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଅର୍ଚ୍ଚନା ଗୁପ୍ତାଙ୍କୁ ହରିୟାଣାର ସଭାପତି, କେୱଲ ସିଂହ ଢିଲୋନଙ୍କୁ ପଞ୍ଜାବ ଏବଂ ଅଭିଷେକ ଦେବରାୟଙ୍କୁ ତ୍ରିପୁରାର ସଭାପତି ନିଯୁକ୍ତ କରାଯାଇଛି ।

୧. ହର୍ଷ ମଲୋହତ୍ରା: ଦିଲ୍ଲୀ- ବର୍ତ୍ତମାନ କେନ୍ଦ୍ର ସରକାରରେ କର୍ପୋରେଟ୍ ବ୍ୟାପାର ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ହର୍ଷ ମଲହୋତ୍ରାଙ୍କୁ ଦିଲ୍ଲୀ ବିଜେପିର ନେତୃତ୍ୱ ଦିଆଯାଇଛି । ସେ ବୀରେନ୍ଦ୍ର ସଚଦେବଙ୍କ ସ୍ଥାନ ନେବେ । ୨୦୨୪ ବିଧାନସଭା ନିର୍ବାଚନରେ ହର୍ଷ ମଲହୋତ୍ରା ଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ସାଂସଦ ନିର୍ବାଚିତ ହୋଇଥିଲେ । ରୋହତାସ ନଗରରୁ ଆସିଥିବା ମାଲହୋତ୍ରାଙ୍କର ତୃଣମୂଳ ସ୍ତରରେ ବ୍ୟାପକ ଅଭିଜ୍ଞତା ଅଛି । ସେ ଜଣେ କାଉସିଲର ଭାବରେ କାର୍ଯ୍ୟ କରିଛନ୍ତି । ପୂର୍ବ ଦିଲ୍ଲୀ ନଗର ନିଗମରେ ମେୟର ଭାବରେ କାର୍ଯ୍ୟ କରିଛନ୍ତି । ଦିଲ୍ଲୀରେ ଆପ୍ ବିରୋଧରେ ଦଳର ସ୍ଥିତିକୁ ମଜବୁତ କରିବାରେ ତାଙ୍କର ଚୟନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

​​​​​​​୨. ଅର୍ଚ୍ଚନା ଗୁପ୍ତା: ହରିୟାଣା- ହରିୟାଣାରେ ଦଳ ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ମୋହନ ଲାଲ ବାଦୌଲିଙ୍କୁ ହଟାଇ ଅର୍ଚ୍ଚନା ଗୁପ୍ତାଙ୍କୁ ନୂଆ ରାଜ୍ୟ ସଭାପତି ନିଯୁକ୍ତ କରିଛି । ଅର୍ଚ୍ଚନା ଗୁପ୍ତା ପୂର୍ବରୁ ପାନିପଥ ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ କରିଥିଲେ । ୨୦୨୦ରେ ହରିୟାଣା ଜିଲ୍ଲା ସଭାପତିଙ୍କ ତାଲିକା ପ୍ରକାଶିତ ହୋଇଥିଲା । ସେତେବେଳେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଥିବା ମନୋନୀତ ମହିଳା ନେତ୍ରୀଙ୍କ ମଧ୍ୟରେ ଜଣେ । ଜାଟ୍ ଏବଂ ଅଣଜାଟ୍ ସମୀକରଣକୁ ସନ୍ତୁଳିତ କରିବା ଏବଂ ରାଜ୍ୟରେ ମହିଳା ଅଂଶଗ୍ରହଣର ବାର୍ତ୍ତା ଦେବା ପାଇଁ ଅର୍ଚ୍ଚନା ଗୁପ୍ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।

୩.କେୱଲ ସିଂହ ଢିଲୋନ ;ପଞ୍ଜାବ- ସୁନୀଲ ଜାଖଡଙ୍କ ୩ ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ, ପୂର୍ବତନ ବିଧାୟକ କେୱଲ ସିଂହ ଢିଲୋନଙ୍କୁ ନୂଆ ରାଜ୍ୟ ବିଜେପି ସଭାପତି ନିଯୁକ୍ତ କରାଯାଇଛି । ୭୫ ବର୍ଷୀୟ ଢିଲେନ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ବର୍ଣ୍ଣାଲାର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କୁ କ୍ୟାପ୍ଟେନ୍ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ନିକଟତର ବୋଲି କୁହାଯାଏ । ସେ ପୂର୍ବରୁ ବିଜେପି ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ଏହା ବି ପଢନ୍ତୁ...Karnataka CM news: ବ୍ରେକ୍ଫାଷ୍ଟରେ କର୍ଣ୍ଣାଟକ ନାଟକରେ ବ୍ରେକ୍; ସିଏମ୍ ପଦ ଛାଡିବା ନେଇ ସିଦ୍ଦରମୈୟାଙ୍କ ଘୋଷଣା, ୩ଟାରେ ଦେବେ ଇସ୍ତଫା  

୪.ଅଭିଷେକ ଦେବରାୟ: ତ୍ରିପୁରା-ପୂର୍ବୋତ୍ତର ରାଜ୍ୟ ତ୍ରିପୁରାରେ ରାଜୀବ ଭଟ୍ଟାଚାର୍ଯ୍ୟଙ୍କ ସ୍ଥାନରେ ଯୁବ ବିଧାୟକ ଅଭିଷେକ ଦେବରାୟଙ୍କୁ ପ୍ରଦେଶ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ୪୦ ବର୍ଷୀୟ ଦେବରାୟ ଗୌମତୀ ଜିଲ୍ଲୀ ମାତାବାଡୀ ବିଧାନସଭା କ୍ଷେତ୍ରରୁ ବର୍ତ୍ତମାନ ବିଧାୟକ ଅଛନ୍ତି । ସେ ୨୦୨୩ରେ ତ୍ରିପୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ବିଧାନସଭାରେ ପାଦ ଥାପିଥିଲେ । ଫାର୍ମାସୀରେ ସ୍ନାତ୍ତକ ହାସଲ କରିଥିବା ଦେବରାୟ ଦଳର ଯୁବ ଭୋଟ ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଭାରି ଲୋକପ୍ରିୟ ।