ଚମ୍ଵା, ୧୮/୦୬ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ମୁଣ୍ଡନ ସଂସ୍କାର ସାରି ଫେରିବା ବେଳେ ଖାଇକୁ ଖସିଲା ବୋଲେରୋ। ଚାଲିଗଲା ୭ ଜୀବନ। ବୁଧବାର ବିଳମ୍ଵିତ ରାତିରେ ପୁଖରୀ ମସରୁଣ୍ଡ ମାର୍ଗରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଶବ ଗୁଡ଼ିକୁ ଖାଇରୁ ଉଦ୍ଧାର କରିଛି। ସମସ୍ତ ମୃତକ ମହଲ ଗାଁର ହୋଇଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ମହଲ ପଞ୍ଚାୟତର ସପରୋଠ ଗାଁର ଏକ ପରିବାର ମୁଣ୍ଡନ ସଂସ୍କାର ପାଇଁ କାକଡୋଥ ଗାଁକୁ ଯାଇ ଫେରୁଥିଲେ। ବିଳମ୍ଵିତ ରାତିରେ ଛତରୁଣ୍ଡ ପାଖରେ ଭାରସାମ୍ୟ ହରାଇ ବୋଲେରୋଟି ୫୦୦ ମିଟର ଗଭୀର ଖାଇକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଭାଇ ଓ ୩ ମହିଳା ଅଛନ୍ତି। ବୋଲେରୋଟି ସମ୍ପୂର୍ଣ୍ଣ ଛିନଛତ୍ର ହୋଇଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉଦ୍ଧାର କାର୍ଯ୍ୟ କରିଛି। ଡ୍ରାଇଭର୍ ନିୟନ୍ତ୍ରଣ ହରାଇବାରୁ ବୋଲେରୋଟି ଖାଇକୁ ଖସି ପଡିଥିଲା।
ଆହୁରି ପଢନ୍ତୁ- ଭାରତର ଅଭିବୃଦ୍ଧି କାହାଣୀ ସମଗ୍ର ମାନବଜାତି ପାଇଁ ଅନ୍ତର୍ଭୁକ୍ତି: ନରେନ୍ଦ୍ର ମୋଦି
ରାଜଧାନୀକୁ ଛୁଇଁଛି ବର୍ଷା ବିହୀନ ମୌସୁମୀ, ସୁ ସୁ ପବନ ବହୁଛି କିନ୍ତୁ ସବୁ ଫୁସ ! ମେଘ ଖଣ୍ଡକୁ ଜଗୁଛି ଅଦୃଶ୍ୟ ବଳୟ ?