ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାର୍ଥ ସାର୍ଟିଫିକେଟ୍ ଉପରେ ମୁମ୍ବାଇ ହାଇକୋର୍ଟଙ୍କ ବଡ଼ ରାୟ, କହିଲେ- ସନ୍ତାନର ଜନ୍ମ ପ୍ରମାଣପତ୍ରରେ ରହିବନି କେବଳ ଜଣଙ୍କର ନାଁ

Published By : Harapriya Biswal | April 3, 2025 8:00 PM

ମୁମ୍ବାଇ,୩।୪: ବୈବାହିକ ବିବାଦରେ  ବାପା-ମା’ ସେମାନଙ୍କର ଅହଂକାରକୁ ସନ୍ତୁଷ୍ଟ କରିବା ପାଇଁ ଯେକୌଣସି ସୀମାକୁ ଯାଇପାରିବେ। ନିକଟରେ  ବମ୍ବେ ହାଇକୋର୍ଟ ଏଭଳି ଏକ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ବାପା-ମା’ଙ୍କ ମଧ୍ୟରୁ କେହି ମଧ୍ୟ ପିଲାର ଜନ୍ମ ରେକର୍ଡ ସମ୍ପର୍କରେ କୌଣସି ପ୍ରକାର ଅଧିକାରର ବ୍ୟବହାର କରିପାରିବେ ନାହିଁ।

ହାଇକୋର୍ଟଙ୍କ ଔରଙ୍ଗାବାଦ ଖଣ୍ଡପୀଠର ବିଚାରପତି ମଙ୍ଗେଶ ପାଟିଲ ଏବଂ ବିଚାରପତି ୱାଇଜି ଖୋବ୍ରାଗଡେ ଏଭଳି ଏକ ଟିପ୍ପଣୀ ଦେଇଛନ୍ତି। ଏହା ସହ ଏପରି ଏକ ଆବେଦନକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ  ଏକ ଦମ୍ପତ୍ତି ସନ୍ତାନର ଜନ୍ମ ରେକର୍ଡରେ କେବଳ ତାଙ୍କ ନାମ ପିତାମାତା ଭାବରେ ରେକର୍ଡ କରାଯାଉ ବୋଲି ଦାବି କରିଥିଲେ। ହାଇକୋର୍ଟ କହିଛନ୍ତି, ଏହି ଆବେଦନ ଏକ ସ୍ପଷ୍ଟ ଉଦାହରଣ ଯେ କିପରି ଏକ ବୈବାହିକ ବିବାଦ ଏକାଧିକ ମାମଲାର କାରଣ ହୋଇପାରେ।

କୋର୍ଟ ଆବେଦନକାରୀଙ୍କ ଉପରେ ୫୦୦୦ଟଙ୍କା ଜରିମାନା ଲଗାଇଛନ୍ତି । ଏହା ସହ  କହିଛନ୍ତି  ଏହି ଆବେଦନ ନ୍ୟାୟିକ ପ୍ରକ୍ରିୟାର ଏକ ଖୋଲା ଅପବ୍ୟବହାର। ଏହାଦ୍ବାରା କୋର୍ଟର ମୂଲ୍ୟବାନ ସମୟ ନଷ୍ଟ ହେଉଛି। ମହିଳାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନରେ ଔରଙ୍ଗାବାଦ ନଗର ନିଗମ ଅଧିକାରୀଙ୍କୁ ଶିଶୁର ଜନ୍ମ ରେକର୍ଡରେ ଏକକ ଅଭିଭାବକ ଭାବରେ ତାଙ୍କ ନାମ ଲେଖିବା ଏବଂ କେବଳ ତାଙ୍କ ନାମରେ ଜନ୍ମ ପ୍ରମାଣପତ୍ର ଜାରି କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। 

ମହିଳା ଜଣକ ତାଙ୍କ ଆବେଦନରେ ଦାବି କରିଛନ୍ତି. ତାଙ୍କ ସ୍ବାମୀ ଅଲଗା ରହୁଛନ୍ତି। ତାଙ୍କ ନିକଟରେ ଅନେକ  ଖରାପ ଅଭ୍ୟାସ ରହିଛି। ଏପରିକି ସେ କେବେ ନିଜ ସନ୍ତାନର ମୁହଁ ଦେଖି ନାହାଁନ୍ତି। ତେବେ  ହାଇକୋର୍ଟ କହିଛନ୍ତି, କେବଳ ବାପା ଖରାପ ଅଭ୍ୟାସର ଶିକାର ହୋଇଥିବାରୁ, ମାଆଙ୍କୁ ପିଲାର ଜନ୍ମ ପ୍ରମାଣପତ୍ରରେ ଏକମାତ୍ର ଅଭିଭାବକ ଭାବରେ ପଞ୍ଜିକୃତ କରିବାର ଅଧିକାର ମିଳେ ନାହିଁ।

ମୁମ୍ବାଇରେ ଡ୍ରୋନ୍-ପାରା ଗ୍ଲାଇଡର ଓ ହଟ୍ ଏୟାର ବେଲୁନ୍ ଉଡାଇବା ଉପରେ କଟକଣା,ଭିଭିଆଇପିଙ୍କୁ ଟାର୍ଗେଟ ନେଇ ବିପଦ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.