ନୂଆଦିଲ୍ଲୀ,୨୨/୦୨: ବ୍ରାଜିଲର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା। ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା । ଫଳରେ ୧୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ରୁ ଅଧକ ଆହତ ହୋଇଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ 

ଚାଞ୍ଚଲ୍ୟ ସୃଷ୍ଟି କରିଛି। 

ଏହା ମଧ୍ୟ ପଢନ୍ତୁ- ଲେଖକ ସଲମାନ ଋଶଦୀଙ୍କ ଆକ୍ରମଣକାରୀ ଦୋଷୀ ସାବ୍ୟସ୍ତ, ୩୨ ବର୍ଷ ସଜା ଶୁଣାଇଲେ କୋର୍ଟ

ସୂଚନା ମୁତାବକ, ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ନେଇ ଏକ ବସ୍ ବ୍ରାଜିଲର ସାଓ ପାଉଲୋ ଠାରୁ ପ୍ରାୟ ୩୭୦ କିଲୋମିଟର ଦୂର ନୁପୋରାଙ୍ଗା ଦେଇ ଯାଉଥିଲେ ।  ଆଉ ସେହି ସମୟରେ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ  ଧକ୍କା ହୋଇଥିଲା । ଯାହା ଫଳରେ ୧୨ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାର ଫଟୋ ସାମ୍ନାକୁ ଆସିଛି । ଅନ୍ୟପଟେ ଏହି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସର ସତର୍କତା ଯୋଗୁଁ ସେ ଖସିପାରି ନଥିଲେ। ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି ଏବଂ କିଛି ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ମୃତ ଛାତ୍ର ସମସ୍ତ  ଫ୍ରାନ୍ସ ବିଶ୍ୱବିଦ୍ୟାଳୟର ଥିଲେ। ଏହି ଦୁଃଖଦ ଘଟଣା ପରେ ବ୍ରାଜିଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟ ସରକାର ମଧ୍ୟ ଛାତ୍ରମାନଙ୍କ ଦୁଃଖଦ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି  ।